January 24, 2025
Home » ପାରାଦୀପ ନଗର ବିଜେଡିର ସାଙ୍ଗଠନିକ ବୈଠକ ବିଜୁ ଜନତା ଦଳ ସଙ୍ଗଠିତ ରହିବାକୁ ପରାମର୍ଶ

ପାରାଦୀପ ନଗର ବିଜେଡିର ସାଙ୍ଗଠନିକ ବୈଠକ ବିଜୁ ଜନତା ଦଳ ସଙ୍ଗଠିତ ରହିବାକୁ ପରାମର୍ଶ

0

ପାରାଦୀପ: ପାରାଦୀପ ନଗର ବିଜୁ ଜନତା ଦଳ ପକ୍ଷରୁ ଆଜି ସନ୍ଧ୍ୟାରେ ମଧୁବନସ୍ଥିତ ଶ୍ରମିକ ଭବନ ଠାରେ ଏକ ସାଙ୍ଗଠନିକ ବୈଠକ ଆୟୋଜନ କରାଯାଇଥିଲା। ପାରାଦୀପ ନଗର ବିଜୁ ଜନତା ଦଳର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ନେତୃତ୍ୱରେ ଅନୁଷ୍ଠିତ ସାଙ୍ଗଠନିକ ବୈଠକରେ ପୂର୍ବତନ ସାଂସଦ ଡା.କୁଳମଣି ସାମଲ, ରାଜ୍ୟ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଇଂ ପ୍ରମୋଦ କିଶୋର ଜେନା, ନଗର ସାଧାରଣ ସମ୍ପାଦକ ଶଙ୍କର ପ୍ରସାଦ ରାଉତ, ପାରାଦୀପ ଯୁବ ବିଜେଡି ସଭାପତି ଆଲୋକ ମହାପାତ୍ର, ନାରୀ ନେତ୍ରୀ ଚପଳା ସ୍ୱାଇଁ, ନଳିନୀ ସାହୁ, ଉପସଭାପତି ଉଲ୍ଲାସ ବିଶ୍ୱାଳ, ଅଟଳ ପରିଡା, ନଗେନ୍ଦ୍ର ରାଉତ ପ୍ରମୁଖଙ୍କ ସମେତ ବହୁ ପାରିଷଦ ଓ ୧୯ ଟି ୱାର୍ଡ ର ମୁଖିଆ ଯୋଗ ଦେଇଥିଲେ।ପୂର୍ବତନ ସାଂସଦ ଡଃ ସାମଲ ଓ ଇଂ ଶ୍ରୀ ଜେନା ଦଳର ସଙ୍ଗଠନକୁ ମଜଭୁତ କରିବାକୁ କର୍ମମାନଙ୍କୁ ଆହ୍ୱାନ ଦେଇଥିଲେ।ବିଜେଡି ରାଜ୍ୟରେ ସରକାର ନ କରି ପାରିଥିଲେ ମଧ୍ୟ ଆମେ ନବୀନ ବାବୁଙ୍କ ନେତୃତ୍ୱ କୁ ଏବେବି ସମ୍ମାନ ଦେଉଛେ, ତାଙ୍କ ଭଳି ନେତା ଭାରତ ବର୍ଷରେ ବିରଳ।ଆଗକୁ ବସନ୍ତ ବିଶ୍ଵାଳ ଙ୍କ ନେତୃତ୍ବରେ ପାରାଦୀପ ରେ ବିଜୁ ଜନତା ଦଳ ସଙ୍ଗଠିତ ରହିବ।ଏହି ବୈଠକରେ ଦଳର ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

You may have missed