August 22, 2026
Home » ପାରାଦୀପ ବନ୍ଦରରେ ୪୨୭.୮୦ କୋଟିର ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ

ପାରାଦୀପ ବନ୍ଦରରେ ୪୨୭.୮୦ କୋଟିର ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ

0
WhatsApp Image 2026-08-22 at 2.15.05 PM

ପାରାଦୀପ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ପାରାଦୀପ ବନ୍ଦର ପ୍ରାକରଣ (ପିପିଏ) ଠାରେ ୪୨୭.୮୦ କୋଟି ବ୍ୟୟରେ ନିର୍ମିତ ସାତଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ।ଏହି ଉଦଘାଟନି ସମାରହୋରେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଓ ସାଂସଦ ବିଭୁ ପ୍ରସାଦ ତରାଇ ଯୋଗ ଦେଇ ଶିଳ୍ପ-ସମୃଦ୍ଧ ସମଗ୍ର ପାରାଦୀପର ବିକାଶ ପାଇଁ ନିଜ ନିଜର ବକ୍ତବ୍ୟରଖିଥିଲେ । ସ୍ବାଗତ ଭାଷଣ ଦେଇଥିଲେ ବନ୍ଦର ଅଧ୍ଯକ୍ଷ ପି.ଏଲ୍ ହରନାଦ ।ଏହି ଅବସରରେ ପାରାଦୀପ ବନ୍ଦରର ୧୮.୫ ମିଟର ଗଭୀର ଡ୍ରାଫ୍ଟ କ୍ଷମତା ହାସଲ କରିବା ସହ ଦଶଲକ୍ଷତମ ବୃକ୍ଷରୋପଣ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ବୋଲି କହିଥିଲେ।ସେହିପରି ବନ୍ଦରର କ୍ଷମତା ଓ କାର୍ଗୋ ପରିଚାଳନ କ୍ଷମତାକୁ ଆହୁରି ସୁଦୃଢ଼ କରିବା ପାଇଁ ୧,୫୮୦.୩୬ କୋଟି ବିନିଯୋଗର ତିନୋଟି ଯାନ୍ତ୍ରୀକରଣ ପ୍ରକଳ୍ପ ର ଚୁକ୍ତି ସ୍ବାକ୍ଷର କରାଯାଇଥିଲା।ଯାହା ନୌଚଳାଚଳ, ସଂଯୋଗ ବ୍ୟବସ୍ଥା, ସୁରକ୍ଷା, ସ୍ଥାୟୀ ବିକାଶ, ଆବାସିକ ଭିତ୍ତିଭୂମି ଏବଂ ସାମୁଦାୟିକ ବିକାଶ ସହ ଜଡିତ ଥିବାବେଳେ ଯାନ୍ତ୍ରୀକରଣ ପ୍ରକଳ୍ପଗୁଡ଼ିକ କାର୍ଗୋ ପରିଚାଳନକୁ ଆହୁରି ଦ୍ରୁତ କରିବ।ଏହା ସହିତ ୪୨୭.୮୦ କୋଟିର ସାତଟି ପ୍ରକଳ୍ପ ର ଶିଳାନ୍ୟାସ କରାଯାଇଛି।ସେଥି ମଧ୍ୟରୁ ୧୮.୫ ମିଟର ଗଭୀର ଡ୍ରାଫ୍ଟ କ୍ଷମତା ୩୫୨ କୋଟି।

 

କ୍ୟାପିଟାଲ ଡ୍ରେଜିଂ ମାଧ୍ୟମରେ ପାରାଦୀପ ବନ୍ଦରର ଆଭ୍ୟନ୍ତରୀଣ ହାର୍ବରରେ ପୂର୍ଣ୍ଣ ଲୋଡ୍ ଥିବା କେପସାଇଜ୍ ଜାହାଜ ଚଳାଚଳ ସମ୍ଭବ ହେବ ଏହା ଫଳରେ ଲଜିଷ୍ଟିକ୍ ଖର୍ଚ୍ଚ ଓ ଜାହାଜ ଗତି ପରିବର୍ତ୍ତନ ସମୟ ହ୍ରାସ ପାଇବ।ଅଠରବାଙ୍କୀ ରେ ଦ୍ୱିତୀୟ ନୂତନ ସେତୁ ୨୪ ୮୯ କୋଟି।୫୦୦ ମିଟର ଲମ୍ୱ ବିଶିଷ୍ଟ ଏହି ତିନି ଲେନ ବିଶିଷ୍ଟ ସେତୁରେ ପାଦଚଲା ପଥ ଏବଂ ପାଇପଲାଇନ କରିଡର ରହିଛି। ପ୍ରତିଦିନ ପ୍ରାୟ ୩୦୦୦ ଟ୍ରକ୍ ଚଳାଚଳ କରୁଥିବା ଏହି ରାସ୍ତାରେ ଯାତାୟାତ ଚାପ ହ୍ରାସ ପାଇବ, କ୍ରୀଡ଼ା ଛାତ୍ରାବାସ ୨.୧୦ କୋଟି।ଏହି ସୁବିଧା ଉଦୀୟମାନ କ୍ରୀଡ଼ାବିତମାନଙ୍କୁ ରହିବା ଏବଂ ଆବଶ୍ୟକ ସୁବିଧା ଯୋଗାଇବା ସହ ଯୁବ ବିକାଶକୁ ପ୍ରୋତ୍ସାହନ ଦେବ। ପ୍ରଶାସନିକ କାର୍ଯ୍ୟାଳୟ ଭବନର ଆଧୁନିକୀକରଣ ପାଇଁ ୧୨.୧୮ କୋଟି।

ଆବାସିକ କଲୋନୀକୁ ପାଇପ ଯୋଗେ ନ୍ୟାଚୁରାଲ ଗ୍ୟାସ୍ ସପ୍ଲାଇ ପାଇଁ ୨୦ କୋଟି।ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ସହଯୋଗରେ ପ୍ରଥମ ପର୍ଯ୍ୟାୟରେ ମଧୁବନ ଅଞ୍ଚଳର ୫୪୬ ଟି ଆବାସିକ କ୍ୱାର୍ଟରକୁ ପିଏନଜି ସଂଯୋଗ ଯୋଗାଇ ଦିଆଯିବ। ଏହା ଘରୋଇ ଗ୍ୟାସ୍ ଖର୍ଚ୍ଚକୁ ପ୍ରାୟ ୪୦ ପ୍ରତିଶତ ପର୍ଯ୍ୟନ୍ତ କମାଇବ। ଉନ୍ନତ ଭେସେଲ୍ ଟ୍ରାଫିକ୍ ମ୍ୟାନେଜମେଣ୍ଟ ଏବଂ ସୂଚନା ପ୍ରଣାଳୀ ପାଇଁ ୧୫. ୫୦ କୋଟି। କେନ୍ଦ୍ରମନ୍ତ୍ରୀ ଶ୍ରୀ ସୋନୋୱାଲ ପାରାଦୀପ ବନ୍ଦର ରେ ଦଶଲକ୍ଷତମ ବୃକ୍ଷ ରୋପଣ କରି ବନ୍ଦରର ସବୁଜ ପରିବେଶ ସୃଷ୍ଟି କଲେ।
୭୧, ୫୮୦.୩୬ କୋଟିର ଯାନ୍ତ୍ରୀକରଣ ପ୍ରକଳ୍ପ୨୦୩୦ ସୁଦ୍ଧା ଶତ ପ୍ରତିଶତ ବର୍ଥ ଯାନ୍ତ୍ରୀକରଣ ଲକ୍ଷ୍ୟ ହାସଲ ପାଇଁ ପାରାଦୀପ ବନ୍ଦର ତିନୋଟି ପ୍ରକଳ୍ପ ପାଇଁ ରିହାତି ଚୁକ୍ତି ସ୍ବାକ୍ଷର କରିଛି। ବର୍ତ୍ତମାନ ବନ୍ଦରର ଯାନ୍ତ୍ରୀକରଣ ସ୍ତର ପ୍ରାୟ ୮୦ ପ୍ରତିଶତ ରହିଛି।ଏହି ପ୍ରକଳ୍ପଗୁଡ଼ିକ ହେଲା ୫ଏମଟିପିଏ ସାଉଥ୍ କ୍ଲେ ଯାନ୍ତ୍ରୀକରଣ ପ୍ରକଳ୍ପ ୪୯୮.୬୯ କୋଟି୮ଏମଟିପିଏ ମଲ୍ଟିପର୍ପୋଜ୍‌ ବର୍ଥ ଯାନ୍ତ୍ରୀକରଣ ପ୍ରକଳ୍ପ ୬୩୦.୬୭ କୋଟି।
୧୦ ଏମଟିପିଏ ସିକିୟୁ-୩10 କ୍ୟାପ୍ଟିଭ୍ ଯାନ୍ତ୍ରୀକରଣ ପ୍ରକଳ୍ପ ୪୫୧ କୋଟି।ତେବେ କେନ୍ଦ୍ରମନ୍ତ୍ରୀଙ୍କ ଶ୍ରୀ ସର୍ବାନନ୍ଦ ସୋନୋୱାଲ କହିଥିଲେ ଯେ, ପାରାଦୀପର ବିକାଶ ଭାରତର ସାମୁଦ୍ରିକ କ୍ଷେତ୍ରରେ ଚାଲିଥିବା ବ୍ୟାପକ ପରିବର୍ତ୍ତନର ଏକ ଅଂଶ । “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଭାରତ ଏକ ଅଭୂତପୂର୍ବ ସାମୁଦ୍ରିକ ଆଧୁନିକୀକରଣ ଯୁଗରେ ପ୍ରବେଶ କରିଛି। ଗତ ୧୨ ବର୍ଷ ମଧ୍ୟରେ ଆମେ ବନ୍ଦର, ଜଳପଥ, ଜାହାଜ ଚଳାଚଳ ଏବଂ ସାମୁଦ୍ରିକ କ୍ଷମତାକୁ ସୁଦୃଢ଼ କରିଛୁ, ଯାହା ଆତ୍ମନିର୍ଭର ଭାରତ ଏବଂ ବିକଶିତ ଭାରତ ୨୦୪୭ ର ଯାତ୍ରାକୁ ଶକ୍ତି ପ୍ରଦାନ କରୁଛି।”ମେରିଟାଇମ ଓ ଶିପ ବିଲ୍ଡିଂଗ ମାଧ୍ୟମରେ ଓଡ଼ିଶାର ୧୬୮ ଜଣ ବେରୋଜଗାର ଯୁବକ-ଯୁବତୀଙ୍କୁ ନିଯୁକ୍ତି ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା Iସେହିପରି ଏମପିଇଡିଏ ସ‌ହଯୋଗରେ ପାରାଦୀପ ମତ୍ସ୍ୟ ବନ୍ଦର ଅଞ୍ଚଳର ମତ୍ସ୍ୟଜୀବୀ ସମ୍ପ୍ରଦାୟ ପାଇଁ ମାଛର ଗୁଣବତ୍ତା, ସ୍ବଚ୍ଛ ପରିଚାଳନା, ଦାୟିତ୍ଵପୂର୍ଣ ମତ୍ସ୍ୟଚାଷ ଏବଂ ସ୍ଥାୟୀ ମତ୍ସ୍ୟ ସମ୍ପଦ ସୁରକ୍ଷା ସମ୍ବନ୍ଧୀୟ ପ୍ରଶିକ୍ଷଣ ଆୟୋଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *