October 28, 2026
Home » ପାରାଦୀପ ବନ୍ଦର ପକ୍ଷରୁ ସତର୍କତା ସଚେତନତା ସପ୍ତାହ

ପାରାଦୀପ ବନ୍ଦର ପକ୍ଷରୁ ସତର୍କତା ସଚେତନତା ସପ୍ତାହ

0
WhatsApp Image 2026-10-28 at 3.57.45 PM

ପାରାଦୀପ ବନ୍ଦର ପକ୍ଷରୁ ସତର୍କତା ସଚେତନତା ସପ୍ତାହ ଶୁଭାରମ୍ଭ ସହରରେ ପଦଯାତ୍ରା, ସତର୍କତା ରଥ ଓ ପଥପ୍ରାନ୍ତ ନାଟକ ଆୟୋଜିତ
ପାରାଦୀପ ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ପାରାଦୀପ ବନ୍ଦର ପକ୍ଷରୁ ସଚ୍ଚୋଟତା, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଦୁର୍ନୀତି ବିରୋଧରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ‘ସଚ୍ଚୋଟତା ପାଇଁ ପଦଯାତ୍ରା’, ସତର୍କତା ରଥ ଓ ପଥପ୍ରାନ୍ତ ନାଟକ ଭଳି ବିଭିନ୍ନ ଜନସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବନ୍ଦର ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ ଓ ମୁଖ୍ୟ ସତର୍କତା ଅଧିକାରୀ ଆର୍. ଏନ୍. ଅବନିକାନ୍ତ ପରିଡ଼ାଙ୍କ ଭିଡିଓ ବାର୍ତ୍ତାକୁ ନେଇ ସତର୍କତା ରଥ ସହ ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ଏହି ପଦଯାତ୍ରା ବଡପଡ଼ିଆ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ନିକଟରୁ ବାହାରି ଅଫିସର୍ସ କ୍ଲବ୍ ଓ ଟାଉନସିପ୍ ପର୍ଯ୍ୟନ୍ତ ଯାଇଥିଲା।

 

ଏଥିରେ ପିପିଏର ଅଧିକାରୀ ଓ କର୍ମଚାରୀ, ସିଆଇଏସ୍ଏଫ୍ ଯବାନ, ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ଅଂଶଗ୍ରହଣ କରିଥିଲେ। ପଦଯାତ୍ରାରେ ସାମିଲ ହୋଇ ସମସ୍ତେ ନୈତିକ ଆଚରଣ, ସ୍ୱଚ୍ଛତା ଏବଂ ଦୁର୍ନୀତି ବିରୋଧୀ ଲଢ଼େଇରେ ସାମୂହିକ ଦାୟିତ୍ୱବୋଧର ବାର୍ତ୍ତା ପ୍ରଚାର କରିଥିଲେ। ଏହି ଜନସଚେତନତା କାର୍ଯ୍ୟକ୍ରମର ଅଂଶସ୍ୱରୂପ ସାଂସ୍କୃତିକ ଅନୁଷ୍ଠାନ ‘କାନମାସ୍’ ପକ୍ଷରୁ ପ୍ରସ୍ତୁତ ପଥପ୍ରାନ୍ତ ନାଟକ ‘ଏପଟ ଦେଖ୍, ସେପଟ ଦେଖ୍’ ବସ୍ ଷ୍ଟାଣ୍ଡ୍ ନିକଟ ଏବଂ କବରଖାନା ବଜାରଠାରେ ପରିବେଷଣ କରାଯାଇଥିଲା। ଆକର୍ଷଣୀୟ ନାଟକ ମାଧ୍ୟମରେ କଳାକାରମାନେ ଦୁର୍ନୀତିର କୁପରିଣାମକୁ ସାମ୍ନାକୁ ଆଣିବା ସହ ନୈତିକ ଆଚରଣ, ଉତ୍ତରଦାୟିତ୍ୱ ଏବଂ ଦୁର୍ନୀତି ନିବାରଣରେ ସାମୂହିକ ପ୍ରୟାସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଦୁର୍ନୀତିମୁକ୍ତ ସମାଜ ଗଠନ ଦିଗରେ ସାମୂହିକ ଦାୟିତ୍ୱବୋଧକୁ ଉତ୍ସାହିତ କରିବା ପାଇଁ ପିପିଏ ନିରନ୍ତର ପ୍ରୟାସ ଜାରି ରଖିଛି।

prasanta dash,

Leave a Reply

Your email address will not be published. Required fields are marked *