September 17, 2024
Home » ପାରାଦ୍ବୀପ ଠାରେ ବ୍ଲକ୍ ସ୍ତରୀୟ ଆଇନ୍ ସଚେତନତା କାର୍ଯ୍ୟକ୍ରମ

ପାରାଦ୍ବୀପ ଠାରେ ବ୍ଲକ୍ ସ୍ତରୀୟ ଆଇନ୍ ସଚେତନତା କାର୍ଯ୍ୟକ୍ରମ

0

ପାରାଦ୍ବୀପ,  ରାଜ୍ଯ ମହିଳା କମିଶନ ଆନୁକୂଲ୍ୟରେ ତଥା ଜିଲ୍ଲା ସମାଜ ମଙ୍ଗଳ ବିଭାଗ ସହଯୋଗରେ ସ୍ଥାନୀୟ ଜୟଦେବ ସଦନ ପରିସରରେ କୁଜଙ୍ଗ ବ୍ଲକ ସ୍ତରୀୟ ଆଇନ ସଚେତନତା ଶିବିର ଆୟୋଜିତ ହୋଇଯାଇଛି ।ଏହି ସଚେତନତା କାର୍ଯ୍ୟକ୍ରମ ରେ ଓଡିଶା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡଃ ମିନତୀ ବେହେରା ଅଧ୍ୟକ୍ଷତା କରି କହିଲେ ଯେ, ସମାଜ ରେ ପୁରୁଷ ଓ ମହିଳା ଦୁଇଟି ଅବିଚ୍ଛେଦ୍ୟ ଅଙ୍ଗ ଓ ଦୁହିଁଙ୍କ ସମନ୍ଵୟ ରେ ହିଁ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ।

ସମାଜ ରେ ପ୍ରଚଳିତ କୁସଂସ୍କାର ଯଥା ଘରୋଇ ହିଂସା, ବାଲ୍ୟ ବିବାହ ଆଦିର ନିରାକରଣ ନିମନ୍ତେ ମହିଳା କମିଶନ ର ସାହାଯ୍ୟ ନେବାକୁ ସେ ପରାମର୍ଶ ଦେଇଥିଲେ। ଯୌତୁକ ନିରୋଧ ଆଇନ 1961,ମହିଳା ଙ୍କ ପାଇଁ ପାରିବାରିକ ହିଂସା ସୁରକ୍ଷା ଆଇନ 2005 ବିଷୟରେ ସବିଶେଷ ଧାରଣା ଦେବାସହ ସାକ୍ଷରତା ଓ ସଚେତନତା ହିଁ ପରିବର୍ତ୍ତନ ଆଣିପାରିବ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ କୁଜଙ୍ଗ ବ୍ଲକ୍ ର ଚେୟାରପର୍ସନ ନିନାରାଣୀ ସାହୁ ମଧ୍ୟ ନାରୀ ର ଶିକ୍ଷା କୁ ଗୁରୁତ୍ଵ ଦେଇ ଏକ ଶିକ୍ଷିତ ନାରୀ ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ସହାୟକ ବୋଲି କହିଥିଲେ।ଅନ୍ୟ ସମ୍ମାନିତ ଅତିଥି ଭାବେ ଓଡ଼ିଶା ରାଜ୍ୟ ମହିଳା କମିଶନ ର କନସଲଟାଣ୍ଟ ଡ଼ା ଟୁନା ସାହୁ କହିଲେ ଯେ, ପୁରୁଷ ଓ ମହିଳା ଏକ ମୁଦ୍ରା ର ଦୁଇପାର୍ଶ୍ଵ। ଉଭୟ ଙ୍କ ମିଳିତ ସହଯୋଗରେ ହିଁ ଉତ୍ତମ ସମାଜ ଗଠନ ହୋଇପାରିବ। କର୍ମ କ୍ଷେତ୍ରରେ ଯୌନ ନିର୍ଯାତନା (ନିବାରଣ, ନିଷେଧ ଓ ନିରାକରଣ) ଆଇନ 2013, ପୋକ୍ସୋ ଆଇନ 2012, ହିନ୍ଦୁ ଉତ୍ତରାଧିକାରୀ ଆଇନ୍ 1956, ବାଲ୍ଯ ବିବାହ ନିରୋଧ ଆଇନ, ମହିଳା ମାନଙ୍କ ସୁରକ୍ଷା ନିମନ୍ତେ ପ୍ରଚଳିତ ମାତୃତ୍ୱ କଲ୍ୟାଣ ଆଇନ 1961, ଇତ୍ୟାଦି ଉପରେ ବିଷଦ ଆଲୋଚନା କରିବା ସହ ବର୍ତ୍ତମାନ ସମସ୍ୟା ପାଲଟିଥିବା ସାଇବର କ୍ରାଇମ, ଡାହାଣୀ ସନ୍ଦେହରେ ହତ୍ୟା ଆଦି ଉପରେ ଆଲୋଚନା କରିଥିଲେ।ମହିଳା କମିଶନ ଅଧ୍ୟକ୍ଷା ଡଃ ମିନତୀ ବେହେରା ଉପସ୍ଥିତ ସମସ୍ତଙ୍କୁ ଏହି ଆଇନ ସମ୍ବନ୍ଧୀୟ ଜ୍ଞାନ ଆହରଣ କରିବା ସହ ଜୀବନ ରେ ଉପଯୋଗ କରିବା ପାଇଁ ପ୍ରେରଣା ଦେଇଥିଲେ।

ସଭାରେ ଯୋଗଦେଇ କୁଜଙ୍ଗ ବ୍ଲକ୍ ର ପଞ୍ଚାୟତ ସମିତି ମେମ୍ବର ସତ୍ୟବାନ୍ ମୁଦୁଲି, ଓଡ଼ିଆ ରାଜ୍ୟ ମହିଳା କମିଶନ ର ମେମ୍ବର ସ୍ବର୍ଣ୍ଣଲତା ସାମଲ ପ୍ରମୁଖ ସମାଜରେ ମହିଳା ସଶକ୍ତିକରଣ ର ସଠିକ୍ ରୂପରେଖ କେବଳ ସଚେତନତା ମାଧ୍ୟମରେ ଆସିପାରିବ ବୋଲି ଗୁରୁତ୍ବ ଆରୋପ କରିଥିଲେ।ଏହି କାର୍ଯ୍ୟକ୍ରମରେ ରିସୋର୍ସ ପର୍ସନ ଭାବେ ଯୋଗଦେଇ ରାଜ୍ୟ ମହିଳା କମିଶନ ର ଡିଏସପି ଶ୍ରୀମତୀ ବିଜୟିନୀ ସିଂ ମହିଳା ଙ୍କ ବିରୋଧରେ ଅନ୍ୟାୟ ଓ ପୋଲିସ୍ ର ଭୂମିକା ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ସିଡିପିଓ କୁଜଙ୍ଗ ଶ୍ରୀମତୀ ରାଜଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବ୍ଲକ୍ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ର କର୍ମକର୍ତ୍ତା, ଆଶା କର୍ମୀ, ବ୍ଲକ୍ ସ୍ତରୀୟ କର୍ମକର୍ତ୍ତା, ମହିଳା, ବୁଦ୍ଧିଜୀବୀ, ମହାବିଦ୍ୟାଳୟ ଛାତ୍ର ଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମh ପରେ ମହିଳା କମିଶନ ଅଧ୍ୟକ୍ଷା ଡଃ ମିନତୀ ବେହେରା ସ୍ଥାନୀୟ ବିଜୁ ମେମୋରିଆଲ ହସ୍ପିଟାଲ, ଆଦର୍ଶ ଥାନା ପାରାଦ୍ଵୀପ, ସମାଗୋଳ ଜେଲ ପରିଦର୍ଶନ କରିଥିଲେ

Leave a Reply

Your email address will not be published. Required fields are marked *