ପାର୍କ ପରିସରରେ ଜନ୍ମୋତ୍ସବ ପାଳିତ
ଭୀମେଶ୍ଵର ପାର୍କ ଭ୍ରମଣକାରୀ ସଂଘର କର୍ମକର୍ତ୍ତI ମାନଙ୍କ ଗହଣରେ ପାର୍କ ପରିସରରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶଙ୍କର ମହାପାତ୍ର ଙ୍କ ଜନ୍ମଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ସଂଘର ଉପସଭାପତି ମଦନମୋହନ ଦାଶ ସଭାପତିତ୍ଵ କରିଥିଲେ।ବରିଷ୍ଠ ପ୍ରଶାସକ କୃଷ୍ଣଚନ୍ଦ୍ର ବଡ଼ୁ ମୁଖ୍ୟଅତିଥି ଏବଂ ସମାଜସେବୀ ଗଣେଶ କୁମାର ପ୍ରଧାନ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଶଙ୍କର ସାର୍ ଙ୍କ ବନ୍ଧୁ ବତ୍ସଳତା କୃତୀତ୍ଵ ଓ ଦକ୍ଷତା ସଂପର୍ଣ୍ଣ ଶିକ୍ଷକତା ସଂପର୍କରେ ଆଲୋକପାତ କରିଥିଲେ।

ସଂଘର ସାଧାରଣ ସଂପାଦକ କାମଦେବ ରଣସିଂହ ସ୍ଵାଗତ ଭାଷଣପ୍ରସଙ୍ଗରେ ଶ୍ରୀମହାପାତ୍ର ଙ୍କ ଜୀବନ ଦର୍ଶନ ଏବଂ ଅବସର ଗ୍ରହଣ ପରେ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ହୋଇ,ଉତ୍ତମ କାର୍ଯ୍ୟପନ୍ଥାନିର୍ଦ୍ଧାରଣରେ ନିର୍ଣ୍ଣୟକ ଭୂମିକା ଗ୍ରହଣ କରିଥିବାକଥା ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଦ୍ମନାଭ ଷଢଙ୍ଗୀ, ବିଷ୍ଣୁ ଚରଣ ପ୍ରଧାନ, ବସନ୍ତ କୁମାର ନାୟକ,ବିଶ୍ୱନାଥ ବେହେରା, ତିଳୋତ୍ତମା ମହାନ୍ତି, ସୁନୀତା ପଟ୍ଟନାୟକ, ନୀବେଦିତା ଜେନା, ମାମା ସାହୁ, ନିରାକାର ଜେନା, ଧ୍ରୁବ ପାତ୍ର, ବାଇଧର ପାତ୍ର, ସୁଧାଂଶୁ ଶେଖର ହରିଚନ୍ଦନ, ଶିତା°ଶୁ ଶେଖର ବାବୁ, ସମାଜ ସେବୀ ନିରଞ୍ଜନ ମିଶ୍ର,ଲୋକନାଥ ମିଶ୍ର, ପ୍ରଶାନ୍ତ ମୁଦୁଲି, ସୁବାସ ରାଉତ, ହୃଷିକେଶ ଶତପଥୀ,ବିନୋଦ ପରିଡା, କ୍ଷିରୋଦ ସାହୁ,ଗୌରହରି ପଣ୍ଡା,ଆୟୂର୍ଦେହୀ ମିଶ୍ର, ପ୍ରଫେସର ପୀତାମ୍ବର ପାଢୀ, ବନ ବିହାରୀ ରଥ, ନିରଞ୍ଜନ ବେହେରା ଅଜୟ ସାହୁ, ପ୍ରମୁଖ ସମାଜକୁ ଶଙ୍କର ସାର୍ ଙ୍କର ଉଲ୍ଲେଖନୀୟ ଅବଦାନ ସଂପର୍କରେ ଭାଷଣ ପ୍ରସଙ୍ଗରେ ସୂଚନା ପ୍ରଦାନ କରିଥିଲେ। ଶେଷରେ ସମସ୍ତଙ୍କୁ ଶଙ୍କର ମହାପାତ୍ର ମିଷ୍ଟାନ୍ନ ବଣ୍ଟନ କରିଥିଲେ ଏବଂ ପରିଶେଷରେ ସାଧାରଣ ସଂପାଦକ ଶ୍ରୀ ରଣସିଂହ କୃତି ଶିକ୍ଷକଙ୍କ ଦୀର୍ଘଜୀବନ କାମନା କରି ସଭା ସାଙ୍ଗ ଘୋଷଣା କରିଥିଲେ।
