August 22, 2026
Home » ଭୁବନେଶ୍ୱର ହେବ ଜଳାତଙ୍କ ରୋଗ ମୁକ୍ତ ସହର

ଭୁବନେଶ୍ୱର ହେବ ଜଳାତଙ୍କ ରୋଗ ମୁକ୍ତ ସହର

0
WhatsApp Image 2026-01-16 at 11.48.22 PM
ବୁଲା କୁକୁରଙ୍କୁ ରାବିସ୍ ଟିକା ଦେବାକୁ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷର କଲା ବିଏମ୍ ସି
 ଭୁବନେଶ୍ୱର:ଭୁବନେଶ୍ୱର ଜଳାତଙ୍କ ରୋଗ ମୁକ୍ତ ସହର । ସହରରେ ଥିବା ପ୍ରାୟ 47 ହଜାର ବୁଲା କୁକୁରଙ୍କ ମଧ୍ୟରୁ ଅଧିକାଂଶଙ୍କୁ ରାବିସ୍ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ଯଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୃଢ ହୋଇପାରିବ । ଏନେଇ  ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି), ମିଶନ ରାବିସ୍-ଓ୍ୱାର୍ଲ୍ଡ ଓ୍ୱାଇଡ୍ ଭେଟେନାରୀ ସର୍ଭିସ୍ ଏବଂ କଲେଜ ଅଫ ଭେଟେନାରୀ ସାଇନ୍ସ ଆଣ୍ଡ ଆନିମଲ ହସବ୍ୟାଣ୍ଡର୍ରୀ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତ ସ୍ୱାକ୍ଷରିତ ହୋଇଯାଇଛି । ସହରକୁ ଜଳାତଙ୍କ ରୋଗ ମୁକ୍ତ କରିବା ପାଇଁ ବିଏମ୍ ସି ସହ ଚୁକ୍ତି ସ୍ୱାକ୍ଷରିତ କରିଥିବା ଏହି ଦୁଇଟି ସଂସ୍ଥା ରାବିସ୍ ଟିକା ଦେବା ପାଇଁ,  ଯୋଜନା ପ୍ରଣୟନ, କାର୍ଯ୍ୟକାରୀ, ବୈଷୟିକ ପରାମର୍ଶ ସହାୟତା, ବୈଜ୍ଞାନିକ ସହାୟତା, ଦକ୍ଷତା ବିକାଶ ଆଦି କାର୍ଯ୍ୟ କରିବେ । ଦାୟିତ୍ୱ ସଂପନ୍ନ  ଭାବେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଏବଂ ବିଜ୍ଞାନ ସମ୍ମତ ଭାବେ ବୁଲା କୁକୁରଙ୍କୁ ଜଳାତଙ୍କ ପ୍ରତିଷେଧକ ଟିକା ଦାନ, ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଆଦି କାର୍ଯ୍ୟ କରିବେ ।
ଭୁବନେଶ୍ୱରକୁ ଜଳାତଙ୍କ ରୋଗ ମୁକ୍ତ କରିବା ପାଇଁ ତଥ୍ୟ ଭିତ୍ତିକ ଏବଂ ଯୋଜନାବଦ୍ଧ ଭାବେ ବୁଲା କୁକୁରଙ୍କର ଗଣ ଟିକାଦାନ ଯୋଜନା ଓ ତଦାରଖ କରାଯିବ । ତାଲିମ, ପରିଚାଳନା ମାନକ ଏବଂ କ୍ଷେତ୍ର ପର୍ଯ୍ୟବେକ୍ଷଣ ଜରିଆରେ ବିଏମ୍ ସିର ଦକ୍ଷତା ବୃଦ୍ଧି କରିବେ। ଜଳାତଙ୍କ ପ୍ରତିଷେଧକ ସଂପର୍କରେ ଶିକ୍ଷା, ଯୋଗଯୋଗ ଓ ଜନ ସଚେତନତା ସୃଷ୍ଟି କରିବେ । ତଥ୍ୟ ଭିତ୍ତିକ ଉଭୟ ପ୍ରାଣୀ ଓ ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବେ ବୋଲି ଏହି ଚୁକ୍ତିରେ କୁହାଯାଇଛି । ମିଶନ ରାବିସ୍ (ଇଣ୍ଡିଆ), ସର୍ଭେଲାନ୍ସ, ତାଲିମ, ମୋବାଇଲ୍ ଆପ୍ ଡେଭଲପମେଣ୍ଟ, ଲଜିଷ୍ଟିକ୍ ଆଦି କାର୍ଯ୍ୟ ପାଇଁ ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇଦେବ । ସେହିପରି ଓୟୁଏଟି ଭେଟେନାରୀ ଛାତ୍ରଛାତ୍ରୀ ଇଣ୍ଟର୍ଣ୍ଣ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହି ଚୁକ୍ତିନାମା କୌଣସି ବ୍ୟବସାୟିକ ଲକ୍ଷ୍ୟ ହାସଲ କରିବାକୁ ନୁହେଁ କିମ୍ବା କୌଣସି ଅର୍ଥ ଦେଣନେଣ ହେବ ନାହିଁ । ଏହାର ମୂଳ ଲକ୍ଷ୍ୟ ହେଉଛି ବିଏମ୍ ସି ଅଂଚଳକୁ ଜଳାତଙ୍କ ରୋଗ ମୁକ୍ତ କରିବା । ବିଏମ୍ ସି ପକ୍ଷରୁ କମିଶନର ଶ୍ରୀ ଚଞ୍ଚଳ ରାଣା, ମିଶନ ରାବିସ୍ ପକ୍ଷରୁ ଡକ୍ଟର ମିହିର ମଜଗାଓଁକର ଏବଂ କଲେଜ ଭେଟେନାରୀ ସାଇନ୍ସ ଆଣ୍ଡ ଆନିମାଲ ହଜବ୍ୟାଣ୍ଡରୀ  ଓୟୁଏଟି ପକ୍ଷରୁ ଡିନ ଡକ୍ଟର ସୁଶେନ ପଣ୍ଡା ଏହି ଚୁକ୍ତିପତ୍ରରେ ସ୍ୱାକ୍ଷରିତ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, କୈଳାସ ଚନ୍ଦ୍ର ଦାସ, ବିଏମ୍ ସିର ବରିଷ୍ଠ ଅଧିକାରୀ ଓ ସଂପୃକ୍ତ ସଂସ୍ଥାର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।