ପିଏମ୍ ଶ୍ରୀ ସ୍କୁଲ ଯୋଜନାରେ ଗଣିଆରୁ ୬ଟି ବିଦ୍ୟାଳୟ ସାମିଲ
ପିଏମ୍ ଶ୍ରୀ ଯୋଜନା (ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ) ରେ ନୟାଗଡ଼ ଜିଲ୍ଲାରୁ ୧୩୫ଟି ବିଦ୍ୟାଳୟ ସାମିଲ ହୋଇଥିବା ଜଣାପଡିଛି । ସେଥିମଧ୍ୟରୁ ଭାପୁର ବ୍ଲକରେ ୧୫ଟି ବିଦ୍ୟାଳୟ, ଦଶପଲ୍ଲା ବ୍ଳକର ୧୬ଟି,ଗଣିଆ ବ୍ଳକର ୬ଟି, ଖଣ୍ଡପଡ଼ା ବ୍କକର ୧୯ଟି, ନୟାଗଡ଼ ବ୍ଳକର ୧୯ଟି, ନୂଆଗାଁ ବ୍ଳକର ୧୫ଟି, ଓଡ଼ଗାଁ ବ୍ଳକର ୨୫ଟିଓ ରଣପୁର ବ୍ଲକର ୨୦ଟି ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯାଇଥିବା ଜଣାପଡ଼ିଛି । ଏନେଇ ସଂପୃକ୍ତ ବିଦ୍ୟାଳୟକୁ ଅବଗତ କରାଯାଇଛି । ଯୋଗ୍ୟ ବିବେଚିତ ବିଦ୍ୟାଳୟ ଗୁଡିକ ନିଜ ବିଦ୍ୟାଳୟର ସମସ୍ତ କାଗଜପତ୍ର ସହିତ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଗଣିଆ ବ୍ଳକର କିଶୋର ପ୍ରସାଦ,ଆଡକଟା ଏବଂ ବେଲପଡାପାଟଣା ବିଦ୍ୟାଳୟକୁ ଛାଡି ଅନ୍ୟ ୬ଟି ବିଦ୍ୟାଳୟ କିଶୋର ଚନ୍ଦ୍ର ସରକାରୀ ଉଚ୍ଚବିଦ୍ୟାଳୟ , ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟ ରାସଙ୍ଗ, ନାରାୟଣ ପ୍ରସାଦ ଉଚ୍ଚ ବିଦ୍ୟାଳୟ,ରାଜିଙ୍ଗି ଉଚ୍ଚ ବିଦ୍ୟାଳୟ,ବଡସିଲିଙ୍ଗା, ଗୁପ୍ତେଶ୍ୱର ବିଦ୍ୟାପୀଠ, ଛାମୁଣ୍ଡିଆ ଏହି ଯୋଜନା ପାଇଁ ମନୋନୀତ ହୋଇଛନ୍ତି ।
ନୟାଗଡ଼ ଜିଲ୍ଲାର ଗଣିଆ ଇପିଏ ରୁ ବ୍ରଜ କିଶୋର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )