September 30, 2026
Home » ପିତାମହୁଲ ରେ ପଞ୍ଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ବୈଠକ ଅନୁଷ୍ଠିତ

ପିତାମହୁଲ ରେ ପଞ୍ଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ବୈଠକ ଅନୁଷ୍ଠିତ

0
WhatsApp Image 2026-09-30 at 12.32.00 PM

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ଗ୍ରାମ ପଞ୍ଚାୟତ ସଭାଗୃହ ରେ ରେଆର ସୋନପୁର ତଥା ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ତରଫରୁ ପଞ୍ଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ବୈଠକ ସଭାପତି ତଥା ସରପଞ୍ଚ ଆକସ୍ମିତା ବଢିଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟାକାନ୍ତି ମିଶ୍ର ସମସ୍ତ ଙ୍କୁ ସ୍ୱାଗତ କରିବା ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଜିଲ୍ଲା ଜରୁରୀକାଳୀନ ବିଭାଗ ସୁବର୍ଣ୍ଣପୁର ର କାର୍ଯ୍ୟକ୍ରମ ଅଧିକାରୀ ବିଶ୍ୱନାଥ ନାଏକ ଯୋଗ ଦେଇ ବିଭିନ୍ନ ପ୍ରକାର ବିପର୍ଯ୍ୟୟ ବିଷୟରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ନାଏବ ସରପଞ୍ଚ ଉମାକାନ୍ତି ମହଲା ଙ୍କ ସମେତ ସମସ୍ତ ପଞ୍ଚାୟତ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ l ରେଆର କର୍ମୀ ସତ୍ୟନାରୟଣ ବିଶି ସହଯୋଗ କରିଥିବାବେଳେ ସୁଦାମ ଗାଈଗରିଆ ଧନ୍ୟବାଦ ଅର୍ପଣ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *