July 22, 2026
Home » ପିସିସି ସଭାପତିଙ୍କ ଗିରଫଦାରୀକୁ କଂଗ୍ରେସର ନିନ୍ଦା

ପିସିସି ସଭାପତିଙ୍କ ଗିରଫଦାରୀକୁ କଂଗ୍ରେସର ନିନ୍ଦା

0
WhatsApp Image 2026-07-22 at 11.18.23 AM

 

ଗିରଫ କରି କରି ସରକାର ଥକିଯିବ କିନ୍ତୁ କଂଗ୍ରେସ କର୍ମୀ ଗିରଫ ହେବା ପାଇଁ ଥକିବେ ନାହିଁ : କଂଗ୍ରେସ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ହୋଇଥିବା ଅନ୍ୟାୟ ବିରୋଧରେ ତିନି ଦଫା ଦାବୀ ନେଇ ଆଜି କଂଗ୍ରେସ ନେତୃବୃନ୍ଦଙ୍କ ସହିତ ରାଜଭବନ ସାମ୍ନାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା ବେଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କୁ ପୁଲିସ ଗିରଫ କରିଛି । କଂଗ୍ରେସର ସ୍ୱରକୁ ଦମନ କରିବା ପାଇଁ ସରକାର ପୁଲିସକୁ ଢାଲ ଭାବେ ବ୍ୟବହାର କରୁଛି, କିନ୍ତୁ ଏହି ଦମନନୀତି ଆମକୁ ରୋକିପାରିବ ନାହିଁ ବୋଲି କଂଗ୍ରେସ ଦଳ କହିଛି lକଂଗ୍ରେସର ଦାବି, ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବରଖାସ୍ତ କର, ସଂସଦରେ ଏହି ଘଟଣା ଉପରେ ସ୍ୱତନ୍ତ୍ର ଆଲୋଚନା କର ଏବଂ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ବିରୋଧରେ ରୁଜୁ ସମସ୍ତ ମାମଲା ପ୍ରତ୍ୟାହାର କର ।ଗିରଫ, ଦମନ କିମ୍ବା ଧମକରେ କଂଗ୍ରେସ ପଛକୁ ହଟିବ ନାହିଁ । ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଏବଂ ଦେଶର ଭବିଷ୍ୟତ ସୁରକ୍ଷିତ ନ ହେବା ପର୍ଯ୍ୟନ୍ତ ଏହି ସଂଗ୍ରାମ ଜାରି ରହିବ । ଗିରଫ କରି କରି ସରକାର ଥକି ଯିବ କିନ୍ତୁ ଗିରଫଦାରୀକୁ କଂଗ୍ରେସର କୌଣସି କର୍ମକର୍ତ୍ତା ଭୟ କରିବେ ନାହିଁ ଏବଂ ଗିରଫ ହେବାକୁ ଥକିବେ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି l

Leave a Reply

Your email address will not be published. Required fields are marked *