August 5, 2026
Home » ପୁଣି ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ରେ ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ।

ପୁଣି ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ରେ ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ।

0
WhatsApp Image 2026-08-05 at 11.34.38 AM (1)

ନୀଳଚକ୍ର ପତିତପାବନ ବାନା ପରିବର୍ତ୍ତନ ସମୟରେ କରାଯାଇଛି ଭିଡିଓ। ଶ୍ରୀମନ୍ଦିର ଭିତର ବେଢ଼ା ରୁ କରାଯାଇଛି ଭିଡିଓ। ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମ ଆଇଡିରୁ ଭିଡିଓ ହୋଇଛି ଭାଇରାଲ। କୁର୍ତ୍ତିକା_କ୍ରେପ ୨୦୧୭ ନାମକ ଆଇଡିରୁ ଭିଡିଓ ଭାଇରାଲ କରାଯାଇଛି। ଶ୍ରୀମନ୍ଦିର ଭିତରକୁ ମୋବାଇଲ କିଭଳି ଗଲା‌ ଏବଂ ଭିଡିଓ କିଭଳି ଉତ୍ତୋଳନ ହେଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଶ୍ରୀମନ୍ଦିର ଭିତରେ ଶହ ଶହ ପୋଲିସ ମୁତୟନ ଥିବା ବେଳେ ଏହି ଭିଡିଓ ଉତ୍ତୋଳନ ବେଳେ ପୋଲିସ ନଜର କୁ କିଭଳି ଆସିପାରିଲାନି ସେ ନେଇ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିର ର ସୁରକ୍ଷା ପାଇଁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ନିଷେଧ ରହିଛି। କୌଣସି ବ୍ୟକ୍ତି ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବାକୁ ନେଇ ଧରାପଡିଲେ ମୋବାଇଲ ଜବତ କରାଯାଇ ଆଇନଗତ କାର୍ଯ୍ୟନୁଷ୍ଠାନ ର ବ୍ୟବସ୍ଥା ରହିଛି। ଶ୍ରୀମନ୍ଦିର ଚାରି ଦ୍ୱାର ରେ ପୋଲିସ ପକ୍ଷରୁ କଡ଼ା ଯାଞ୍ଜ କରାଯାଇ ଶ୍ରୀମନ୍ଦିର ଭିୟତକୁ ଶ୍ରଦ୍ଧାଳୁଙ୍କୁ ଛଡା ଯାଉଛି। ହେଲେ ଅନେକ ସମୟରେ ଦେଖା ଦେଉଛି ସୋସିଆଲ ମିଡିଆରେ କିଛି ଲୋକ ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ କରୁଛନ୍ତି। ଏଣୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବାରେ କାହାର ହାତ ରହୁଛି ସେ ନେଇ ପ୍ରଶ୍ନ ଉଠିଛି। ଏହାର ବିଧିବଦ୍ଧ ତଦନ୍ତ କରାଯାଇ କଡା କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆଗାମୀ ଦିନରେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ରହିବ। ଏଣୁ ପୋଲିସ ଘଟଣାର ତଦନ୍ତ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି।

ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢ଼ୀ କହିଛନ୍ତି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାର ଖବର ଆମ ପାଖରେ ନାହିଁ। ତେବେ ଆପଣଙ୍କ ଠାରୁ ଏହି ଖବର ପାଇବା ପରେ ଏ ନେଇ ଆମେ ତଦନ୍ତ କରିବୁ। ଯାହା ଆଇନଗତ ଦିଗ ରହିଛି ସେ ନେଇ କାର୍ଯ୍ୟନୁଷ୍ଠାନ ହେବ। ଶ୍ରୀମନ୍ଦିର ସୁରକ୍ଷା କଡ଼ାକଡ଼ି ରହିଛି। ତେବେ ଭକ୍ତ ଙ୍କୁ ଆମେ ଅନୁରୋଧ କରୁଛୁ ଶ୍ରୀମନ୍ଦିର ର ସୁରକ୍ଷା ପାଇଁ ଯାହା ଗାଇଡ ଲାଇନ ଅଛି ତାହା ପାଳନ କରନ୍ତୁ। ନ ହେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *