May 15, 2025
Home » ପୁନେ ରେ ପ୍ରବାସୀ ପଶ୍ଚିମ ଓଡ଼ିଶା ବାସୀ ଙ୍କ ନୂଆଁଖାଇ ଓ ମା ମାଟି କୁ ସମ୍ମାନ

ପୁନେ ରେ ପ୍ରବାସୀ ପଶ୍ଚିମ ଓଡ଼ିଶା ବାସୀ ଙ୍କ ନୂଆଁଖାଇ ଓ ମା ମାଟି କୁ ସମ୍ମାନ

0
WhatsApp Image 2024-09-26 at 12.45.18 PM

 

ମହାରାଷ୍ଟ୍ର ପୁନେ ର ପ୍ରବାସୀ ପଶ୍ଚିମ ଓଡ଼ିଶା ବାସୀ ଙ୍କ ଦ୍ଵାରା ପଞ୍ଜୀକୃତ “ଭେଟଘାଟ କଲ୍ଚରାଲ ଏସୋସିଏସନ୍” ୨୦୦୫ ରୁ ପ୍ରତ୍ୟେକ ବର୍ଷ ଏହା ପାଳନ କରି ଆସୁଛି। ଏହି ବର୍ଷ ନୂଆଁଖାଇ ଭେଟ୍ ଘାଟ୍ ରେ ପ୍ରାୟ ୬୦୦ ରୁ ଅଧିକ ମାନ୍ୟଗଣ୍ୟ, ବୁଦ୍ଧିଜୀବୀ, ସଂସ୍କୃତି ପ୍ରେମୀ ଲୋକ ଠୁଳ ହୋଇଥିଲେ । ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିବା ଦେଖିବାକୁ ମିଳଥିଲା l ସେହିପରି ସୁସ୍ବାଦୁ ଖାଦ୍ୟ ଭାତ , ଡାଲି, କରଡ଼ି ଲେଥା, ଆରିସା ପିଠା, ଆମ୍ବୁଲ ରାଇ ପ୍ରଭୃତି ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ। ପ୍ରଥମେ ବାଦ୍ୟ ଯନ୍ତ୍ର ଗୁଡ଼ିକୁ ପୂଜା କରି ଜୁଗାଡ ଯାତ୍ରା ରୁ ଆରମ୍ଭ କରିଥିଲେ । ଏ ବର୍ଷ ପଶ୍ଚିମ ଓଡ଼ିଶା ର ଢ଼ଲିଆଖୁସା କଳାପରିଷଦ, ବରଗଡ଼, ର ଗୀତବାଦ୍ୟ ରେ ଖୁବ୍ ଝୁମିଥିଲେ ଦର୍ଶକ । କମେଡି କିଙ୍ଗ ମନ ପଟେଲ, କେଦାର ପଟେଲ ଓ ଚାନ୍ଦିନୀ ସୁନା ଙ୍କ ହାସ୍ୟ ନାଟକ ରେ ହସି ହସି ବେଦମ୍ ହୋଇଥିଲେ ସମସ୍ତେ । କଳା ଓ ସଂସ୍କୃତିର ପ୍ରଚାର୍ ପ୍ରସାର କରିବା ସହିତ ନାରୀ ମାନଙ୍କୁ ଉପାର୍ଜନ କ୍ଷମତା ଦେଇ ଆସୁ ଥିବା ଦଣ୍ଡରତ୍ନ ବିପିନ ଜାଲ ଙ୍କୁ ଦଣ୍ଡ ଅର୍ଜୁନ ଉପାଧି ରେ ସମ୍ମାନୀତ କରାଯାଇଥିଲା l ପିଙ୍କି ଶର୍ମା ଙ୍କର କରିଓଗ୍ରାଫ କରିଥିବା ଆର୍ମିସ୍କୁଲ ର କୁନି କୁନି ପିଲାଙ୍କ ଡାନ୍ସ ବହୁତ୍ ହୃଦୟ ସ୍ପର୍ଶି ହୋଇ ଥିଲା । ଏହି ଅବସରରେ ଏକ ବାର୍ଷିକ ପତ୍ରିକା ଉନ୍ମୋଚନ ହୋଇଥିଲା l ଜିତେନ୍ଦ୍ର ମିଶ୍ର, ପ୍ରତ୍ୟୁଷା ଗୁରୁ ଓ ପିଙ୍କି ଶର୍ମା ମଞ୍ଚ ପରିଚାଳନା ରେ ଥିବା ବେଳେ ସଭ୍ୟ ତନ୍ମୟ ପାଟ୍ଟଯୋଶୀ , ଉପେନ୍ଦ୍ର ତ୍ରିପାଠୀ, ଅଭିନବ ଯୋଶୀ, ଦୀପକ ପଟେଲ୍, ଅଭିଳାଷ ମିଶ୍ର, ଘଣ୍ଟେଶ୍ୱର୍ ନେଲ୍, ଝସକେଟନ ପ୍ରମୁଖ ଦାୟିତ୍ଵ ତୁଲଇଥିଲେ । ଶେଷରେ ସୁନିଲ୍ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

 

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *

You may have missed