April 24, 2025
Home » ପୁରାତନ ଜଗନ୍ନାଥ ମନ୍ଦିରରେ ମହା ଆଡ଼ମ୍ବରରେ ଦୋଳ ପୁର୍ଣିମା ପାଳନ

ପୁରାତନ ଜଗନ୍ନାଥ ମନ୍ଦିରରେ ମହା ଆଡ଼ମ୍ବରରେ ଦୋଳ ପୁର୍ଣିମା ପାଳନ

0

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ବଜାର ଖାସ୍ପା ସାହି ସ୍ଥିତ ୩୫୦ ବର୍ଷର ବହୁ ପୁରାତନ ଜଗନ୍ନାଥ ମନ୍ଦିରରେ ମହା ଆଡ଼ମ୍ବରରେ ଦୋଳ ପୁର୍ଣିମା ପାଳନ କରାଯାଇଛି. ଏହା ସହ ମନ୍ଦିର ଚତୁ ପାର୍ଶ୍ଵରେ ନୂତନକରି ବରାହ,ନୃସିଂହ,ବାମନ, ଓ ପଞ୍ଚମୁଖି ହନୁମାନ ବିଗ୍ରହ ପ୍ରତିଷ୍ଠା କରାଯାଇଛି। ମନ୍ଦିର ପରିସରରେ ହୋମ ଯଂଜ୍ଞ ସହ ଅନ୍ନ ଯଜ୍ଞ ର ବ୍ୟବସ୍ଥା ହୋଇଥିଲା । ନାମ ସଂକୀର୍ତନ ରେ ମନ୍ଦିର ଏକ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ର ପୂର୍ବତନ ବିଧାୟକ ଡ଼ଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିକ୍ରମ କୁମାର ପଣ୍ଡା, ଜୀବନ ବିନ୍ଦୁ ସଂଯୋଜକ ସୁବାଷ ମହାରଣା, ସୁରେନ୍ଦ୍ର ସେନାପତି, ବଦ୍ରି ନାରାୟଣ ପାତ୍ର ଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *