September 20, 2026
Home » ପୁରୀ ଜିଲ୍ଲାରେ ଆଶୀର୍ବାଦ ଦୀପ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ ଜିଲ୍ଲାରେ ଆଶୀର୍ବାଦ ଦୀପ କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2026-09-17 at 9.10.38 PM

ପୁରୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୭୬ ତମ ଜନ୍ମ ଦିବସ ତଥା ସେବା ସଂକଳ୍ପ ଅଭିଯାନ ଅବସରରେ ଆଜି ପୁରୀ ଜିଲ୍ଲାରେ ଆଶୀର୍ବାଦ ର ଦୀପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶ୍ରୀମନ୍ଦିର ନିକଟସ୍ଥ ଏମାର ମଠ ଚକଡା ଠାରେ ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ୬୦୦ରୁ ଅଧିକ ବିଭିନ୍ନ ବର୍ଗର ମହିଳା ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ଏହି ଅବସରରେ ରାଜ୍ୟସଭା ସାଂସଦ ମନମୋହନ ସାମଲ,ପୁରୀ ଲୋକ ସଭା ସାଂସଦ ଡା ସମ୍ବିତ ପାତ୍ର ପ୍ରମୁଖ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ଦୀପ ଜଳାଇ ଥିଲେ।ମୋଦିଜୀ ଙ୍କ ଜୀବନ ଦେଶର ବିକାଶ ଓ ଉନ୍ନତି ପାଇଁ ସମର୍ପିତ।ତେଣୁ ତାଙ୍କ ପରି ନେତୃତ୍ୱ ଦେଉଥିବା ବ୍ୟକ୍ତି ସୁସ୍ଥ, ନିରୋଗ ରହି ଦେଶର ସେବାରେ ନିଜକୁ ନିୟୋଜିତ କରିବା ଓ ଆମ ଦେଶକୁ ବିଶ୍ବ ର ଶ୍ରେଷ୍ଠ ରାଷ୍ଟ୍ର ରେ ପରିଣତ କରିବା ଲକ୍ଷ୍ୟରେ ଏହି ଆଶୀର୍ବାଦ ର ଦୀପ ପ୍ରଜ୍ବଳନ ବୋଲି ଉଭୟ ସାଂସଦ ସୂଚନା ଦେଇଥିଲେ।


ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା,ମିଶନ ଶକ୍ତି ଡିପିସି ସ୍ବାଗତିକା ପରିଡା, ମିଶନ ଶକ୍ତି ଡିପିଏମ ଅଜୟ କୁମାର ନାୟକ,ଡିଏଲଏଫ ସେକ୍ରେଟାରୀ ମୀନାକ୍ଷୀ ପୃଷ୍ଟି ,ପୁରୀ ଡିଏଲଏଫ ମହାସଂଘ ର ସଭାପତି ଦୀପ୍ତିମୟୀ ରାଉତ ଓ ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀ ମାନେ ଆୟୋଜନ କରିଥିଲେ।ସେହିପରି ସୂର୍ଯ୍ୟ ମନ୍ଦିର କୋଣାର୍କ ଠାରେ ମଧ୍ୟ ଆକର୍ଷଣୀୟ ଭାବେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।ଜିଲ୍ଲାର ସମସ୍ତ ୧୧ ଗୋଟି ବ୍ଲକ,ଗୋଟିଏ ମହାନଗର ନିଗମ, ତିନି ଗୋଟି ଏନଏସି ଓ ସମସ୍ତ ୨୬୮ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଅନୁରୂପ ଭାବେ ପ୍ରଦୀପ ପ୍ରଜ୍ବଳନ ସହ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା।

Leave a Reply

Your email address will not be published. Required fields are marked *