November 13, 2024
Home » ପୁରୀ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ପୁରୀ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

0

ପୁରୀ: ତମ ପୁରୀ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ସ୍ୱାଧୀନତା ଦିବସ ପାଳନ ନିୟମ ଆଧାର ରେ ଜିଲ୍ଲା ରେ ମଧ୍ୟ ଏହି ଜାତୀୟ ଦିବସ ପାଳନ କରାଯିବ ବୋଲି ସ୍ଥିର ହେଲା। ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ଲେକ୍ସ ଠାରେ ଅଗଷ୍ଟ ୧୫ ତାରିଖରେ ଦିବସ ର ମୁଖ୍ୟ ଅତିଥି ପୂର୍ବାହ୍ନ ୯.୧୫ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ ଓ ଉଦବୋଧନ ପ୍ରଦାନ କରିବେ।

ପୂର୍ବରୁ ଆୟୋଜିତ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ଓ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ପକ୍ଷରୁ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପ୍ୟାରେଡ଼ ପଡିଆରେ ପୁରସ୍କୃତ କରାଯିବ। ସେହିପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମଧ୍ୟ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ।ଏହି ସମ୍ବର୍ଦ୍ଧନା ପାଇଁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ନିଷ୍ପତ୍ତି ନିଆଯିବ। ଭାରତୀୟମ ନାମରେ ଏକ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ପ୍ୟାରେଡ଼ ପଡିଆରେ ଅନୁଷ୍ଠିତ ହେବ।ସ୍ୱାଧୀନତା ଦିବସ ଦିନ ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ, ପୌର ପ୍ରଶାସନ ସହଯୋଗ ରେ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବ। ଗାନ୍ଧୀ ଘାଟ ଠାରେ ମାଲ୍ୟାର୍ପଣ ସହ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ।ସେହିପରି ତାଳବଣିଆ ସ୍ପୋର୍ଟସ କମ୍ଲେକ୍ସ ପରିସରରେ ବୃକ୍ଷ ରୋପଣ, ଉତ୍କଳ ବାଳାଶ୍ରମର ଅନ୍ତେବାସୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ, ମୁଖ୍ୟ ଚିକିତ୍ସାଳୟ ର ରୋଗୀ ମାନଙ୍କୁ ଫଳ ବଣ୍ଟନ ଓ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର ର ଆୟୋଜନ କରାଯିବ।ଅପରାହ୍ନ ରେ ଜିଲ୍ଲା ପ୍ରଶାସନ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରୀଡା ଅନୁଷ୍ଠିତ ହେବ।ଅଗଷ୍ଟ ୧୪ ତାରିଖ ଅପରାହ୍ନ ରେ ପୁରୀ ସାହିତ୍ୟ ଉତ୍ସବ ସମିତି ସହଯୋଗ ରେ ସଦଭାବନା ସଭାଗୃହ ଠାରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହେବ।ପ୍ରତ୍ୟେକ ବିଭାଗ, ବ୍ୟାଙ୍କ ଓ ଅନ୍ୟାନ୍ୟ ଅନୁଷ୍ଠାନ ମାନେ ନିଜ ନିଜର କାର୍ଯ୍ୟାଳୟକୁ ସ୍ୱାଧୀନତା ଦିବସ ସଂଧ୍ୟାରେ ଆଲୋକ ମାଳାରେ ସଜେଇବାକୁ ଅନୁରୋଧ କରାଗଲା।ସ୍ୱାଧୀନତା ଦିବସ କୁ ପ୍ରତ୍ୟେକ ଜନସାଧାରଣ ଆନନ୍ଦ ଉଲ୍ଲାସ ଓ ସମ୍ମାନର ସହ ପାଳନ କରିବା, ନିଜ ଗୃହ ମାନଙ୍କୁ ସଂଧ୍ୟାରେ ଆଲୋକ ମାଳାରେ ସଜ୍ଜିତ କରିବାକୁ ମଧ୍ୟ ଅନୁରୋଧ କରାଗଲା।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା , ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଅତିରିକ୍ତ ଏସ ପି ସୁଶୀଲ ମିଶ୍ର, ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ପୋଲିସ ରିଜର୍ଭ ଇନିସପେକ୍ଟର ଚିତ୍ତ ରଞ୍ଜନ ମହାନ୍ତି ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ସି ବିଚ ଥାନା ଅଧିକାରୀ ମାନସ ରଞ୍ଜନ ଚକ୍ର, ଗଣମାଧ୍ୟମ ପ୍ରତିନିଧି, ଅନ୍ୟାନ୍ୟ ବିଭାଗର ଅଧିକାରୀ,ସମାଜସେବୀ, ସାହିତ୍ୟିକ, ବରିଷ୍ଠ ନାଗରିକ, ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଓ କାର୍ଯ୍ୟସୂଚୀ ପଠନ କରିଥିଲେ। ଶେଷରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରବି ନାରାୟଣ ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

You may have missed