July 5, 2025
Home » ପୁରୀ ରେ ସମ୍ବିଧାନ ଦିବସ ଶପଥ ପାଠ।

ପୁରୀ ରେ ସମ୍ବିଧାନ ଦିବସ ଶପଥ ପାଠ।

0
WhatsApp Image 2024-11-27 at 1.02.24 PM

ପୁରୀ ୨୬/୧୧ ଆଜି ସମ୍ବିଧାନ ଦିବସ ଅବସରରେ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା।ସର୍କିଟ ହାଉସ ଠାରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଏହି ଶପଥ ପାଠ କରାଇବା ସହ ଆମ ମହାନ ସମ୍ବିଧାନ ସମ୍ପର୍କରେ ଆଲୋଚନା କରିଥିଲେ।ଭାରତ କୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମ ନିରପେକ୍ଷ ରାଷ୍ଟ୍ର କରିବା ସହ ଏହା ସମସ୍ତ ନାଗରିକ ଙ୍କୁ ସାମାଜିକ ଆର୍ଥିକ ଏବଂ ରାଜନୈତିକ ନ୍ୟାୟ,ବିଚାର,ଅଭିବ୍ୟକ୍ତି, ବିଶ୍ବାସ, ଧର୍ମ ଓ ଉପାସନା ର ସ୍ବତନ୍ତ୍ରତା ପ୍ରତିଷ୍ଠା କରିଛି। ପ୍ରତ୍ୟେକ ବ୍ୟକ୍ତି ର ଗରିମା ଏବଂ ରାଷ୍ଟ୍ରର ଏକତା ଓ ଅଖଣ୍ଡତା ସୁନିଶ୍ଚିତ କରାଉଥିବା ଓ ଭାତୃଭାବ ବଢାଇବା ପାଇଁ ଦୃଢ ସଂକଳ୍ପ ହୋଇ ଶପଥ ନେଉଅଛୁ ବୋଲି ସମସ୍ତେ ଶପଥ ପାଠ କରିଥିଲେ।ଏହି ଶପଥ ପାଠରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଏଡିଏମଓ ଡା ବିରଜା ଶଙ୍କର ରଥ, ଡେପୁଟି କଲେକ୍ଟର ସହଦେବ ସାହୁ, ପୋଲିସ ରିଜର୍ଭ ଇନ୍ସପେକ୍ଟର ଚିତ୍ତ ରଞ୍ଜନ ମହାନ୍ତି, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇ ଶପଥ ପାଠ କରିଥିଲେ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *