May 13, 2025
Home » ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ର କାର୍ଯ୍ୟାଳୟରେ ବିଶ୍ବକର୍ମା ପୂଜା

ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ର କାର୍ଯ୍ୟାଳୟରେ ବିଶ୍ବକର୍ମା ପୂଜା

0
WhatsApp Image 2024-09-18 at 3.29.13 PM

 

ବ୍ରହ୍ମପୁର,: ସ୍ଥାନୀୟ ଏମ୍.କେ.ସି.ଜି. ମେଡିକାଲ କଲେଜ ପରିସରରେ ଥିବା ପୁର୍ତ୍ତ ବିଭାଗ ବ୍ରହ୍ମପୁର କାର୍ଯ୍ୟାଳୟ ପରିସରରେ ଚଳିତ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ବିତୀୟା କନ୍ୟା ସଂକ୍ରାନ୍ତି ସୋମ‌ବାର‌ ଦିନ ଶ୍ରୀ ଶ୍ରୀ ଶ୍ରୀ ବିଶ୍ବକର୍ମା ମହାପ୍ରଭୁଙ୍କ ପୂଜା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ପୁର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ର ସିଂ ଙ୍କ ନିର୍ଦ୍ଦେଶନାରେ ଆୟୋଜିତ ଏହି ଉତ୍ସବରେ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରାତଃ ସମୟରେ ଠାକୁରଙ୍କ ପୂଜାର୍ଚ୍ଚନା, ହୋମ, ଆଳତୀ ଓ ଶେଷରେ ପୁଷ୍ପାଞ୍ଜଳି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭକ୍ତ ପୂଜା ଉତ୍ସବରେ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ସୁରେନ୍ଦ୍ର ପଣ୍ଡା, କୁଳମଣି ଏକା, ପ୍ରତ୍ୟାସା ପଟ୍ଟନାୟକ ଏବଂ କୋଷାଧ୍ୟକ୍ଷ ମନୋଜ ପଣ୍ଡାଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ଯୋଗଦାନ କରିଥିଲେ । ଏନେଇ ସହକାରୀ ନିର୍ବାହୀ ଯନ୍ତ୍ର ଶ୍ରୀ ସିଂ ସୂଚନା ଦେଇଛନ୍ତି ଯେ, ଆସନ୍ତା କାଲି ଅର୍ଥାତ୍ ମଙ୍ଗଳବାର ଦିନ ପ୍ରସାଦ ସେବନ ସହ ବିସର୍ଜନ କରାଯିବ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *