ପୂର୍ବତନ ବିଜେପି ବିଧାନସଭା ପ୍ରାର୍ଥୀଙ୍କୁ ଆକ୍ରମଣ ଉଦ୍ୟମ ଦୁଇ ଅଟକ ସହ ଧାରୁଆ ଅସ୍ତ୍ର ଜବତ…ରାୟଗଡ଼ା ପୋଲିସ
ରାୟଗଡା ସହରରେ ଥିବା ବିଦ୍ୟାନଗର ସ୍ତିତ ପୂର୍ବତନ ବିଜେପି ବିଧାନସଭା ପ୍ରାର୍ଥୀ ବସନ୍ତ ଉଲାକା ନିଜ କାର୍ଯ୍ୟାଳୟରେ ଥିବାବେଳେ ଶନିବାର ରାତି ୦୭.୩୦ ସମୟରେ ଦୁଇଜଣ ଅଜ୍ଞାତ ଦୁର୍ବୃତ୍ତ ଧାରୁଆ ଅସ୍ତ୍ର(ଖଣ୍ଡା ) ଦ୍ୱାରା ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ହେଲେ ଠିକ୍ ସେହି ସମୟରେ ବସନ୍ତଙ୍କ ସମର୍ଥକଙ୍କୁ ଦେଖି କାର୍ଯ୍ୟାଳୟରୁ ଆକ୍ରମଣକାରୀ ମାନେ ଚଂପଟ ମାରିଥିବା ବେଳେ କାର୍ଯ୍ୟାଳୟର କବାଟ ସବୁ ଭଙ୍ଗାଭଙ୍ଗି କରି ଦେଇଛନ୍ତି ।
ଏ ନେଇ ବସନ୍ତ ତାଙ୍କ ସହଯୋଗୀଙ୍କ ସହ ଯାଇ ରବିବାର ଦିନ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ସହ ରବିବାର ସନ୍ଧ୍ୟା ୦୪ ଘଣ୍ଟିକା ସମୟରେ ତାଙ୍କ କାର୍ଯ୍ୟାଳୟରେ ଉକ୍ତ ଆକ୍ରମଣକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ । ସାମ୍ବାଦିକ ସମ୍ମିଳନୀ ସେ କହିଛନ୍ତି ଯେ ସେ ନିଜକୁ ଅସୁରକ୍ଷିତ ମନେ କରିବା ସହ ସଠିକ୍ ତଦନ୍ତ କରି ଦୋଷୀକୁ ଆଇନଗତ ଦଣ୍ଡବିଧାନ ପାଇ ପ୍ରାର୍ଥନା କରିଛନ୍ତି । ଏ ସଂକ୍ରାନ୍ତରେ ରାୟଗଡ଼ା ପୋଲିସ ଦୁଇଜଣଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ଏକ ଧାରୁଆ ଅସ୍ତ୍ର ଜବତ କରିଛି । ଅଧିକ ତଦନ୍ତ ଜାରି ରଖିଛି ରାୟଗଡ଼ା ପୋଲିସ ।
ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ