May 13, 2025
Home » ପୂର୍ବ ଶତୃତାକୁ କେନ୍ଦ୍ରକରି ଧାରୁଆ ଅସ୍ତ୍ରରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ।

ପୂର୍ବ ଶତୃତାକୁ କେନ୍ଦ୍ରକରି ଧାରୁଆ ଅସ୍ତ୍ରରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ।

0
WhatsApp Image 2024-07-10 at 11.56.06 AM

କଲମପୁର ଥାନା ଅନ୍ତର୍ଗତ ପରିଆଗୁଡା ଗାଁ ରେ ଘରଡିହକୁ କେନ୍ଦ୍ର କରି ସଂଘର୍ଷ ଘଟଣାରେ ମହିଳାଗୁରୁତର ଭାବେ ଆହତ ହୋଇଛନ୍ତି ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ପରୁଆଗୁଡ଼ା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଜଣେ ଯୁବକ ପୁର୍ବ ଶତୃତାକୁ କେନ୍ଦ୍ରକରି ଜନୈକ ମହିଳାଙ୍କୁ ଏକ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଯେଉଁଥିପାଇଁ ମହିଳାଙ୍କ ଅନ୍ତଃ ବୁଜୁଲା ବାହାରି ଯାଇଥିବା ବେଳେ ଛାତିରେ ମଧ୍ୟ ଗଭୀର ଆଘାତ ଲାଗିଛି। ରକ୍ତମୁଖା ଯୁବକର ଆ୍ରମଣରେ ଜଣେ ୬ ମାସର ଶିଶୁ ମଧ୍ୟ ଆହତ ହେଇଛି।
ସୂଚନା ଅନୁଯାୟୀ ,ପରୁଆଗୁଡ଼ା ଗ୍ରାମର ବିଶ୍ଵନାଥ ପଟେଲଙ୍କ ପରିବାର ସହ ଦୈତାରି ପଟେଲଙ୍କ ପରିବାର ମଧ୍ୟରେ ଏକ ଘରଡିହକୁ ନେଇ ପୂର୍ବ ଶତୃତା ରହିଥିଲା।

ଏହି ଶତୃତାକୁ କେନ୍ଦ୍ରକରି ବୁଧବାର ସକାଳେ ବିଶ୍ଵନାଥ ପରିବାରର କେହି ନଥିବାବେଳେ ଦୈତାରି ଏକ ଧାରୁଆ ଅସ୍ତ୍ରରେ ବିଶ୍ଵନାଥଙ୍କ ପତ୍ନୀ କୃଷ୍ଣ ପ୍ରୀୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ କୃଷ୍ଣପ୍ରୀୟାଙ୍କ ଅନ୍ତଃ ବୁଜୁଳା ବାହାରି ଯାଇଥିବା ବେଳେ ଛାତିରେ ଗଭୀର ଆଘାତ ଲାଗିଛି । ଅବସ୍ଥା ଗୁରୁତର ଥିବାରୁ ତାକୁ କଲମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ରକ୍ତମୁଖା ଯୁବକର ଆ୍ରମଣରେ ଆହତ ଶିଶୁ ସୁସ୍ଥ ରହିଛି। କଲମପୁର ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀ ଯୁବକକୁ ଧରି ନେଇ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *