November 23, 2026
Home » ପୋକ୍ସୋ କୋର୍ଟଙ୍କ ଐତିହାସିକ ରାୟ : ନାବାଳିକା ଅପହରଣ ଓ ଦୁଷ୍କର୍ମକାରୀ କୁ ସଶ୍ରମ କାରାଦଣ୍ଡ

ପୋକ୍ସୋ କୋର୍ଟଙ୍କ ଐତିହାସିକ ରାୟ : ନାବାଳିକା ଅପହରଣ ଓ ଦୁଷ୍କର୍ମକାରୀ କୁ ସଶ୍ରମ କାରାଦଣ୍ଡ

0
WhatsApp Image 2026-11-01 at 1.44.18 PM

 

ସୋନପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ମାନ୍ୟବର ବିଚାରପତି ଦିଲ୍ଲୀପ କୁମାର ବିଶ୍ୱାଳ ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଚୂଡ଼ାନ୍ତ ବିଚାର କରି ବିନିକା ଥାନା ଅନ୍ତର୍ଗତ ଗୌଡପଡ଼ା ଗ୍ରାମର ଅଭିଯୁକ୍ତ ଆଲୋକ ବାରିକକୁ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ଅଭିଯୁକ୍ତ ଆଲୋକ ବାରିକ କୁ ୨୩ ବର୍ଷ ୫ ମାସ ଏବଂ ୧୦ ଦିନର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ମାମଲାର ବିବରଣୀ ଅନୁଯାୟୀ ୨୦୨୩ ମସିହା ଏପ୍ରିଲ ୫ ତାରିଖ ଦିନ ବିନିକା ମହିଳା ମହାବିଦ୍ୟାଳୟକୁ ପରୀକ୍ଷା ଦେବାକୁ ଆସିଥିବା ଜଣେ ୧୭ ବର୍ଷର ନାବାଳିକାକୁ ଅପହରଣ କରାଯାଇଥିଲା । ଏ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ବିନିକା ଥାନାରେ ଏକ ଲିଖିତ ଅଭିଯୋଗ ହେବା ପରେ ପୋଲିସ କେସ୍ ନଂ ୭୯/୨୦୨୩ ରେ ଏକ ମାମଲା ରୁଜୁ କରି ପୀଡ଼ିତାକୁ ସାତଦିନ ପରେ ଉଦ୍ଧାର କରିଥିଲେ ଓ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ତଦନ୍ତ ଅଧିକାରୀ ଭାରତୀୟ ପିଙ୍ଗଳ କୋଡ୍ ର ଧାରା ୩୬୩ /୩୬୬/ ୩୭୬(୨)(n) ଓ ପୋକ୍ସୋ ଆକ୍ଟର ଧାରା ୬ ଅଧୀନରେ ଅଭିଯୁକ୍ତ ବିରୁଦ୍ଧରେ ଅଭିଯୋଗ ପତ୍ର ଦାଖଲ କରିଥିଲେ । ଶନିବାର ଦିନ ରାୟ ପ୍ରକାଶ କରି ମାନ୍ୟବର କୋର୍ଟ ପୋକ୍ସୋ ଆକ୍ଟର ଧାରା ୬ ଅଧୀନରେ ଅଭିଯୁକ୍ତକୁ ୨୩ ବର୍ଷ ୫ ମାସ ୧୦ ଦିନର ସଶ୍ରମ କାରାଦଣ୍ଡ ସହ ୨୫,୫୫୦ ଟଙ୍କା ଜରିମାନା ଶୁଣାଇଛନ୍ତି l ଜରିମାନା ଅନାଦେୟ ଆଉ ୧ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ଭାରତୀୟ ପିଙ୍ଗଳ କୋଡ଼୍ (IPC) ର ଧାରା ୩୬୩ ଅନୁଯାୟୀ ୩ ବର୍ଷ କାରାଦଣ୍ଡ ଓ ୧୦,୦୦୦ ଟଙ୍କା ଜରିମାନା ଏବଂ ଧାରା ୩୬୬ ଅନୁଯାୟୀ ୪ ବର୍ଷ କାରାଦଣ୍ଡ ଓ ୩,୦୦୦ ଟଙ୍କା ଜରିମାନା ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଦଣ୍ଡ ଏକାସଙ୍ଗେ ଚାଲିବାପାଇଁ ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ କାରାଦଣ୍ଡ ଭୋଗିବାକୁ ପଡ଼ିବ ଏବଂ ଆଦାୟ ହେବାକୁ ଥିବା ଜରିମାନା ରାଶି ପୀଡ଼ିତାଙ୍କୁ କ୍ଷତିପୂରଣ ଆକାରରେ ପ୍ରଦାନ କରାଯିବ ବୋଲି କୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି। ସୁବର୍ଣପୁର ଜିଲ୍ଲା ଅଭିଯୋଜନ ନିର୍ଦେଶାଳୟର ଉପ-ନିର୍ଦ୍ଦେଶକ ଶ୍ରୀ ବେଣୁଲାଲ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଅଭିଯୋଜକ ଶ୍ରୀ ବିପିନ ବିହାରୀ ବିଦ୍ୟାଧର ମାମଲାଟିକୁ ପରିଚାଳନା କରିଥିଲେ ଓ ଏଥିରେ ସହ-ନିର୍ଦ୍ଦେଶକ ଶ୍ରୀ ହିମାଂଶୁ ଶେଖର ପଣ୍ଡା ସହଯୋଗ କରିଥିଲେ ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *