May 21, 2026
Home » ପ୍ରଗତି ଉଚ୍ଚ ମାଧ୍ୟମିକ ସ୍କୁଲ ଛାତ୍ରୀଛାତ୍ରଙ୍କ ସଫଳତା, ୫୮୮ ନମ୍ବର ରଖି ଦୀପିକା ନାୟକ ସ୍କୁଲ ଟପ୍ପର

ପ୍ରଗତି ଉଚ୍ଚ ମାଧ୍ୟମିକ ସ୍କୁଲ ଛାତ୍ରୀଛାତ୍ରଙ୍କ ସଫଳତା, ୫୮୮ ନମ୍ବର ରଖି ଦୀପିକା ନାୟକ ସ୍କୁଲ ଟପ୍ପର

0
WhatsApp Image 2026-05-21 at 12.46.59 PM

 

ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ଏଥିରେ କଳାହାଣ୍ଡି ଜିଲା ଭବାନୀପାଟଣା ସହରସ୍ଥିତ ପ୍ରଗତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅପୂର୍ବ ସଫଳତା ହାସଲ କରିଛି । ସୁଶ୍ରୀ ଦୀପିକା ନାୟକ (୫୮୮) ୯୮% ନମ୍ବର ରଖି ସ୍କୁଲ ଟପ୍ପର ହେବା ସହ ପ୍ରଗତି ଅନୁଷ୍ଠାନ ପାଇଁ ଗୋୖରବ ଆଣିଦେଇଛନ୍ତି । ସେହିପରି ଆଦ୍ୟାଶା ଶତପଥୀ(୫୮୭) ୯୭.୮୩%, ପ୍ରତୀକ କୁମାର ବେହେରା (୫୮୩) ୯୭.୧୭%, ଶ୍ରବଣ ସାହୁ (୫୭୮)୯୬.୩୩%, ଦୟାସାଗର ବେହେରା(୫୭୭) ୯୬.୧୭%, ମୁକେଶ ମାଝୀ (୫୭୭) ୯୬.୧୭%, ଓରୋମିତା ସାହୁ (୫୭୬)୯୬%, ରୁପାଲି ସାହୁ(୫୭୪)୯୫.୬୭%,ସମୀକ୍ଷା ପ୍ରଧାନ (୫୭୩)୯୫.୫୦%, ଶୁଭମ ବେହେରା (୫୭୩)୯୫.୫୦%, ତନ୍ମୟ ଗହୀର (୫୭୨)୯୫.୩୩% ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି।

ଏହା ସହିତ ୪୧ ଜଣ ଛାତ୍ରୀଛାତ୍ର ୯୦ ପ୍ରତିଶତରୁ ଉର୍ଦ୍ଧ୍ଵ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୯୧ ଜଣ ଛାତ୍ରୀଛାତ୍ର ୫୦୦ ମାର୍କ ରୁ ଉର୍ଦ୍ଧ୍ବ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି ।୮୦ ପ୍ରତିଶତରୁ ଉର୍ଦ୍ଧ୍ଵ ନମ୍ବର ରଖି ୧୧୩ ଜଣ ଛାତ୍ରୀଛାତ୍ର, ପ୍ରଥମ ଶ୍ରେଣୀରେ ୨୮୦ ଜଣ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଥିବା ବେଳେ କଲେଜର ଫଳାଫଳ ଶତ ପ୍ରତିଶତ ରହିଛି । ଚଳିତ ବର୍ଷର ଏହି ଆଶାତୀତ ଫଳାଫଳରେ ସମସ୍ତ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କ ମନରେ ବେଶ ଉତ୍ସାହ ସୃଷ୍ଟି ହେବା ସହିତ ଅଭିଭାବକମାନେ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ପ୍ରଶଂସା କରିଛନ୍ତି । ଏହି ଫଳାଫଳକୁ ନେଇ କଲେଜର ଚେୟାର ପରସନ ସୁଶ୍ରୀ ସଂଗୀତା ପଣ୍ଡା, ସଂପାଦକ ଅଜୟ କୁମାର ପଣ୍ଡା, ଅଧ୍ୟକ୍ଷ ଶେଷଦେବ ମୁଣ୍ଡ, ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା, ମୁଖ୍ୟ ଶିକ୍ଷା ସଂଯୋଜକ ଅଞ୍ଜନ କୁମାର ରଣା ମଧ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଅଭିଭାବକ ଓ ଛାତ୍ରୀଛାତ୍ର ମାନଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *