April 27, 2025
Home » ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ମହାକାଶ ଯାତ୍ରା ଦିବସ ପାଳିତ

ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ମହାକାଶ ଯାତ୍ରା ଦିବସ ପାଳିତ

0
WhatsApp Image 2024-08-23 at 12.36.28 PM

l
ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ ଅନ୍ତର୍ଗତ ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ମହାକାଶ ଯାତ୍ରା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ତୋଷିନୀ ନନ୍ଦଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୋନପୁର ବ୍ଲକର ସରଧାପାଲି ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ପ୍ରଶନ୍ନ କୁମାର ପଣ୍ଡା ଯୋଗ ଦେଇଥିଲେ । ସେ ଏହି ଦିବସ କାହିଁକି ସ୍ମରଣୀୟ ସେ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଆଲୋକପାତ କରିଥିଲେ ।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପୁରସ୍କାରର ଆବଶ୍ୟକୀୟ ଉପକରଣ ଗ୍ରାମର ମହିଳା ସମାଜସେବୀ ଶ୍ରୀମତୀ ଶାନ୍ତି ସ୍ଵଇଚ୍ଛାରେ ପ୍ରଦାନ କରିଥିଲେ ।ଏଥିପାଇଁ ଉଦ୍ଦିଷ୍ଟ ଅନଲାଇନ କୁଇଜ୍ ରେ ବିଦ୍ୟାଳୟର ୧୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇ ସାର୍ଟିଫିକେଟ ହାସଲ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ମହେନ୍ଦ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

 

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *