May 12, 2026
Home » ପ୍ରତ୍ୟୁଷା ର ୫ମ ପ୍ରତିଷ୍ଠା ବର୍ଷ ଉତ୍ସବ ପାଳିତ

ପ୍ରତ୍ୟୁଷା ର ୫ମ ପ୍ରତିଷ୍ଠା ବର୍ଷ ଉତ୍ସବ ପାଳିତ

0
WhatsApp Image 2026-05-12 at 5.18.07 PM

 

ଭୁବନେଶ୍ୱର : ସାପ୍ତାହିକ ପ୍ରତ୍ୟୁଷା ସତ୍ୟ ଖବର ପରିବେଷଣ ଉପରେ ଗୁରତ୍ୱ ଦେଉ ଥିବାରୁ ଲୋକ ପ୍ରିୟତା ସାଉଁଟି ପାରିଛି। ମଙ୍ଗଳ ବାର ଜୟଦେବ ଭବନ ଠାରେ ଏହାର ପଞ୍ଚମ ବର୍ଷ ପ୍ରତିଷ୍ଠା ସମାରୋହରେ ଉପସ୍ଥିତ ଅତିଥି ମତ ବ୍ୟକ୍ତ କରିଛନ୍ତି। ବିଶିଷ୍ଟ ସାମ୍ବାଦିକ ତଥା ପୂର୍ବତନ ସୂଚନା କମିଶନ ସଦସ୍ୟ ଦିଲ୍ଲୀପ ବିଷୋୟୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ସି ପି ଆଇ ଏମ ର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ବିଜେଡି ନେତା ଚିନ୍ମୟ ସାହୁ, କଂଗ୍ରେସ ପ୍ରବକ୍ତା ରଜନୀ ମହାନ୍ତି, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତି ଭୂଷଣ କର, ଏମ ବି ସି ଟିଭିର ସମ୍ପାଦକ ଅଶୋକ ପଣ୍ଡା ଓ ନିଗମାନନ୍ଦ ଆଶ୍ରମର ଅଧକ୍ଷ ସ୍ୱାମୀ ଶ୍ରଦ୍ଧାନନ୍ଦ ସରସ୍ବତୀ ପ୍ରମୁଖ ସାମ୍ବାଦିକତା ଆଇନ ଓ ନୀତି ଉପରେ ଅଭିଭାଷଣ ରଖି ଗଣମାଧ୍ୟମ ସତ୍ୟ ଓ ତଥ୍ୟ ଉପରେ ଧ୍ୟାନ ରଖିବାକୁ ପରାମର୍ଶ ଦେଇଥିଲେ। ଉତ୍ସବ ଆରମ୍ଭରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଶେଷରେ ନିଜସ୍ୱ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବୁଦ୍ଧିଜୀଵୀ ଉଦ୍ୟୋଗପତି ଓ ବରିଷ୍ଠ ସାମ୍ବାଦିକ ଉପସ୍ଥାପକଙ୍କୁ ଉପଢୌକନ ଉତ୍ତରୀୟ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସେହିପରି ଉପସ୍ଥିତ ଅତିଥି ମାନଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ପ୍ରତ୍ୟୁଷାର ସମ୍ପାଦକ ସୁରେଶ କର ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ମାନ ପ୍ରଦର୍ଶନ କରିବା ସହ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

 

Leave a Reply

Your email address will not be published. Required fields are marked *