June 14, 2025
Home » ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆଭାସି ମାଧ୍ୟମରେ ଚିତ୍ରକୋଣ୍ଡା ଓ ମାଥିଲି ଠାରେ ଈଏମଆରଏସ ବିଦ୍ୟାଳୟ ଉଦଘାଟିତ

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆଭାସି ମାଧ୍ୟମରେ ଚିତ୍ରକୋଣ୍ଡା ଓ ମାଥିଲି ଠାରେ ଈଏମଆରଏସ ବିଦ୍ୟାଳୟ ଉଦଘାଟିତ

0
WhatsApp Image 2024-10-03 at 1.00.54 AM

 

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଆଦିବାସୀ ଛାତ୍ରମାନଙ୍କ ପାଇଁ ଜାତୀୟ ଶିକ୍ଷା ସୋସାଇଟି ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭାସି (ଭର୍ଚୁଆଲ୍) ମାଧ୍ୟମରେ ବୁଧବାର ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଓ ମାଥିଲି ମେଣ୍ଡକୋଇଲି ଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମୂଳଦୁଆ ପକାଇ ଲୋକାର୍ପିତ କରିଛନ୍ତି ।ମାଥିଲି ମେଣ୍ଡକୋଇଲି ଠାରେ ଈଏମଆରଏସ ବିଦ୍ୟାଳୟର ଶୁଭ ଉଦଘାଟନ ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ  ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ସେହିପରି ଚିତ୍ରକୋଣ୍ଡାରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି ଯୋଗଦେଇଥିବାବେଳେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ପିଏ ଆଇଟିଡିଏ ଜୟଶ୍ରୀ, ଚିତ୍ରକୋଣ୍ଡା ଜିଲ୍ଲା ପରିଷଦ ସଭ୍ୟା ବିନତି ଖିଲ, ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ପ୍ରମୁଖ ଉପସ୍ଥିତ ଥିଲେ।ଝାଡଖଣ୍ଡର ହାଜରିବାଗରୁ ଆୟୋଜିତ ଏକ ଭର୍ଚୁଆଲ୍ ସମାରୋହରେ ମୋଦୀ ୪୦ ଗୋଟି ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ୍ ସ୍କୁଲର ଉଦଘାଟନ କରିଥିବା ବେଳେ ଦେଶର ୨୫ ଟି ବିଦ୍ୟାଳୟର ମୂଳଦୁଆ ପକାଇଥିଲେ।

ରିପୋର୍ଟ ମାଲକାନଗିରି ଜିଲ୍ଲା ଈପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *