February 12, 2025
Home » ପ୍ରବାସୀ ଶ୍ରମିକଙ୍କ ପାଇଁ ଆଇନ ସଚେତନତା ଶିବିର

ପ୍ରବାସୀ ଶ୍ରମିକଙ୍କ ପାଇଁ ଆଇନ ସଚେତନତା ଶିବିର

0

 

ଜିଲ୍ଲା ଆଇନସେବା ପ୍ରାଧିକରଣ, ଜୟପୁର ଆନୁକୂଲ୍ୟରେ ଆଜି କୁମୁଲିପୁଟ ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଇନଗତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ତଥା ସ୍ଥାୟୀ ନିରନ୍ତର ଲୋକ ଅଦାଲତ ବିଚା଼ରପତି ଶ୍ରୀ ସୁମନ ଜେନା, ଏବଂ ଜିଲ୍ଲା ଶ୍ରମ ବିଭାଗ ର ସହଅଧିକାରୀ ଶ୍ରୀ ଚୈତନ୍ୟ ପ୍ରସାଦ ମାଝୀ, କୁମୁଲିପୁଟ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଶ୍ରୀ ସୁନିଲ କୁମାର ସ୍ବାଇଁ, ସରପଞ୍ଚ ଶ୍ରୀମତି ଶୁଶୀଳା ପେଣ୍ଠିଆ, ପ୍ରମୁଖ ଯୋଗଦେଇଥିଲେ। ଆଇନ ସଚେତନତା ଶିବିରରେ ଉପସ୍ଥିତ ଶ୍ରମିକ ମାନଙ୍କୁ ସଚେତନତାର ବାର୍ତ୍ତା ଦେଇ କହିଥିଲେ ଯେ ଯେଉଁ ଶ୍ରମିକ ଭାଇ ଭଉଣୀ ମାନେ କାମ ସନ୍ଧାନରେ ବାହାର ରାଜ୍ୟକୁ ଦାଦନ ପାଇଁ ଯିବା ସମୟରେ ପ୍ରଥମେ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟରେ ନାମ ପଞ୍ଜିକରଣ କରିବା, ଠିକାଦାର ଙ୍କ ଲାଇସେନ୍ସ ସହିତ ସମ୍ପୁର୍ଣ୍ଣ ତଥ୍ଯ ପ୍ରଦାନ କରିବା, ଏବଂ ଯେଉଁ କମ୍ପାନୀ ବା କାରଖାନାରେ କାର୍ଯ୍ୟକରିବ ସେହି କାରଖାନା ମାଲିକର ସମ୍ପୁର୍ଣ୍ଣ ତଥ୍ୟ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିବାକୁ ହେବ। ତା ପରେ ଯାଇ ବାହାର ରାଜ୍ୟକୁ ଯାଇ କାମ କରିବ,

ଯ ଦ୍ବାରା କି କିଛି ଅଘଟଣା ଘଟିଗଲେ ସରକାର ତରଫରୁ ସାହାଯ୍ୟ କରାଯାଇ ପାରିବ। ଏବଂ ସବୁ କ୍ଷେତ୍ରରେ ସରକାର ସାହାଯ୍ୟ କରିବ। ଏହା ବ୍ୟତୀତ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ନିଯୁକ୍ତି ନିୟନ୍ତ୍ରଣ ଓ ସେବା ସର୍ତ୍ତାବଳୀ ଆଇନର ଧାରା-2(ଙ) ଅନୁଯାୟୀ ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ସମସ୍ତ କୁଶଳୀ, ଅର୍ଦ୍ଧକୁଶଳୀ, ଅଣକୁଶଳୀ, ଶାରୀରିକ ଶ୍ରମ କରୁଥିବା ଶ୍ରମିକ ପ୍ରର୍ଯ୍ୟବେକ୍ଷକ ତଥା ବୈଷୟିକ କାର୍ଯ୍ୟରେ ନିଯୁକ୍ତ କର୍ମଚାରୀମାନେ ମଧ୍ୟ ନିର୍ମାଣ ଶ୍ରମିକ ସଂଜ୍ଞାଭୁକ୍ତ ଅଟନ୍ତି। ପ୍ରତ୍ୟେକ ଶ୍ରମିକ ନିଜର ନାମ ପଞ୍ଜିକରଣ କରି ସରକାର ଦ୍ବାରା ରହିଥିବା ବିଭିନ୍ନ ପ୍ରକାର ଯୋଜନାର ଉପଲବ୍ଧି କରନ୍ତୁ। ଶିବିରଟିକୁ ଦେବେନ୍ଦର କହଁର ପରିଚ଼ାଳନା କରିଥିବା ବେଳେ ପାରା ଲିଗାଲ ସ୍ବେଚ୍ଛାସେବୀ ରାଜଫୁଲକ ମହାନ୍ତି ଆୟୋଜନ କରିଥିଲେ ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *