ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତ ଦ୍ବିତୀୟ ପଦକ ଜିତିଛି

ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତ ଦ୍ବିତୀୟ ପଦକ ଜିତିଛି । 10 ମିଟର ଏୟାର ପିସ୍ତଲ ଯୁଗଳ ବର୍ଗ ଇଭେଣ୍ଟରେ ଭାରତର ଷ୍ଟାର ଶୁଟର ମନୁ ଭାକର ଏବଂ ସରବଜୋତ ସିଂହ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି ମ୍ୟାଚ୍ରେ ଉଭୟ ଭାରତୀୟ ଶୁଟର ମନୁ ଓ ସରବଜୋତ ଚମତ୍କାର ପ୍ରଦର୍ଶନ କରିଥିଲେ । ଭାରତୀୟ ଯୋଡି ଫାଇନାଲରେ କୋରିଆ ଯୋଡ଼ିକୁ 16-10 ବ୍ୟବଧାନରେ ପରାସ୍ତ କରିଛନ୍ତି । ତେବେ ଏହି ଅବସର ରେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ର କଳା ରେ ଶୁଭେଛା ଦେଇଛନ୍ତି। ପୁରୀ ବେଳାଭୂମି ରେ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକା ଚିତ୍ର କଳା କରିଛନ୍ତି। ଏହି ବାଲୁକା ଚିତ୍ରକଳା ଦେଖିବାକୁ ପର୍ଯ୍ୟଟକ ଙ୍କ ବେଶ୍ ଭିଡ଼ ହୋଇଥିଲା
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )