September 15, 2024
Home » ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ଚକ୍ଷୁଦାନ ପକ୍ଷପାଳନର ୧୦ ମ ଓ ୧୧ ତମ ଦିବସରେ ସଚେତନତା କାର୍ଯ୍ୟକ୍ରମ

ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ଚକ୍ଷୁଦାନ ପକ୍ଷପାଳନର ୧୦ ମ ଓ ୧୧ ତମ ଦିବସରେ ସଚେତନତା କାର୍ଯ୍ୟକ୍ରମ

0

ବ୍ରହ୍ମପୁର ତା ୦୧.୦୯.୨୪ ତାରିଖରେ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ,ବ୍ରହ୍ମପୁର ଚକ୍ଷୁଦାନ ପକ୍ଷପାଳନର ଦଶମ ଓ ଏକାଦଶ ଦିବସରେ ପ୍ରେମାନଗର ସ୍ଥିତ ୟୋଗଧାମରେ ଉପସ୍ଥିତ ଥିବା ସମସ୍ତ ୟୋଗାରେ ତାଲିମ ପାଉଥିବା ବ୍ୟକ୍ତିଙ୍କୁ ଚକ୍ଷୁଦାନ ସମ୍ପର୍କରେ କ୍ଳବର ପୂର୍ବତନ ସଭାପତି ପ୍ରଶାନ୍ତ କୁମାର ପାତ୍ର, ଜମ୍ମୁଲା ସୁରେଶ,ବି. ଲକ୍ଷ୍ମୀନାରାୟଣ ପାତ୍ର, Ch.ଶିବ ପ୍ରସାଦ ରାଓ ଵକ୍ତବ୍ୟ ରଖିଥିଲେ। ସେହିପରି ୧୧ ତମ ଦିବସରେ ପୂର୍ବତନ ସଭାପତି ଇ.ଟି.ରାଓ , ସମ୍ପାଦକ ସତ୍ୟକମ୍ ପାତ୍ର ଓ ପ୍ରଫେସର ନାଗେଶ୍ୱର ରାଓ ସୁବୁଦ୍ଧି ଗୋପାଳପୁର ଛକରେ ପଥପ୍ରାନ୍ତ ସଭାରେ ଚକ୍ଷୁଦାନର ବିଭିନ୍ନ ଦିଗ ବିଷୟରେ ବୁଝାଇଥିଲେ । ଦେଶରୁ ଅନ୍ଧତ୍ୱ ଦୂରୀକରଣ ପାଇଁ ଚକ୍ଷୁ ଦାନ ନିତାନ୍ତ ଆବଶ୍ୟକ। ମୃତ୍ୟୁପରେ ଚକ୍ଷୁ ଦାନ କରାଯାଏ।

ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ଆଖିର ସ୍ୱଚ୍ଛ ପଟଳ( cornea)କୁ ହିଁ ତାଲିମପ୍ରାପ୍ତ ଡାକ୍ତରଙ୍କ ଦ୍ୱାରା ସଂଗ୍ରହ କରଯାଏ। ମୃତ୍ୟୁ ପରେ ପରେ ଚକ୍ଷୁଦାତାଙ୍କ ଦୁଇଆଖିକୁ ଓଦା ରଖିବା ପାଇଁ ଆଖିରେ ଓଦା ତୁଳା ବା କନା ରଖିବାକୁ ପଡିଥାଏ ଓ ପଙ୍ଖା ବନ୍ଦ କରିବାକୁ ହୋଇଥାଏ। ତାଲିମ ପ୍ରାପ୍ତ ଚକ୍ଷୁ ଡାକ୍ତର ଚକ୍ଷୁର ସ୍ଵଛପଟଳ କେବଳ ପନ୍ଦର ମିନିଟ ମଧ୍ୟରେ ସଂଗ୍ରହ କରିବାପରେ ତାହା ସୁରକ୍ଷିତ ଭାବେ ରଖାଯାଏ ଓ ୭ ଦିନ ମଧ୍ୟରେ ଅପେକ୍ଷାରତ କର୍ଣ୍ଣିଆଜନିତ ଦୃଷ୍ଟଶକ୍ତିବାଧିତ ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କରାଯାଇଥାଏ ବୋଲି ସୂଚାଇ ଥିଲେ। ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା ଓ କିଛିବ୍ୟକ୍ତି ସ୍ୱତଃ ଆସି ଚକ୍ଷୁଦାନ କରିବା ପାଇଁ plede ସ୍ୱୀକୃତି ପତ୍ର ଦେଇଥିଲେ।🙏

Leave a Reply

Your email address will not be published. Required fields are marked *