ବଧିର ସଂଘ ଦ୍ୱାରା ମାଆ ମାଣିକେଶ୍ୱରୀ ଛତ୍ର ଯାତ୍ରା ଅବସରରେ ମାଗଣା ଫଳରସ ବଣ୍ଟନ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ବଧିର ସଂଘ (KLDAD) ପକ୍ଷରୁ ଭବାନୀପାଟଣା ଠାରେ ପବିତ୍ର ମାଆ ମାଣିକେଶ୍ୱରୀ ଛତ୍ର ଯାତ୍ରା ୨୦୨୬ ଅବସରରେ ଏକ ମାଗଣା ଜୁସ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ସମାଜସେବା କାର୍ଯ୍ୟର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପବିତ୍ର ମହୋତ୍ସବରେ ଯୋଗଦେଇଥିବା ଶ୍ରଦ୍ଧାଳୁ ଏବଂ ଜନସାଧାରଣଙ୍କୁ ଥଣ୍ଡା ଓ ସତେଜ ଜୁସ୍ ପ୍ରଦାନ କରିବା। ଏହି ମହତ୍ କାର୍ଯ୍ୟ ମାଧ୍ୟମରେ ସଂଘ ମାନବିକତା, ଦୟା, ଏକତା ଏବଂ ସାମାଜିକ ଦାୟିତ୍ୱବୋଧର ନିଦର୍ଶନ ଦେଖାଇବା।ଏହି କାର୍ଯ୍ୟକ୍ରମରେ ସଭାପତି ରାଜେଶ ଅଗ୍ରୱାଲ,ଉପସଭାପତି ଧୀରଜ କୁମାର ଗୋୟଲ,ମୁରଳୀ ମୋହନ ବାଗ,ସାଧାରଣ ସଂପାଦକ ଆଶିଷ ରାଉତ,କୋଷାଧ୍ୟକ୍ଷ ବଳରାମ ଡାକୁଆ ତଥା କାର୍ଯ୍ୟକାରୀ ସଦସ୍ୟ ସୁନୀଲ କୁମାର ସାହୁ,ଶ୍ରୀମତୀ ଦେଜୀ ସାହୁ ଓ ପୂର୍ବତନ ବୋର୍ଡ ସଦସ୍ୟ ଏବଂ ସଂଘର ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଯୋଗଦେଇ ସହଯୋଗ କରିଥିଲେ ।ଯାହାଫଳରେ ଏହି ମହତ୍ ପଦକ୍ଷେପ ସଫଳ ହୋଇପାରିଥିଲା। ବଧିର ସଂଘର ଏହି ସମାଜସେବା ମାଧ୍ୟମରେ ସମାବେଶୀ କରଣକୁ ପ୍ରୋତ୍ସାହନ ବଧିର ସଦସ୍ୟମାନଙ୍କ ର ସକ୍ରିୟ ଅଂଶଗ୍ରହଣ ସମାଜ ସେବାରେ ବଧିର ସମ୍ପ୍ରଦାୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ଏକ ସମାବେଶୀ ପରିବେଶ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟାନ୍ତ ସୃଷ୍ଟି କରିପାରିଥିଲା। ସେମାନଙ୍କର ଏହି ନିଷ୍ଠା ପ୍ରମାଣିତ କରିଛି ଯେ ବଧିରତା କେବେ ହେଲେ କରୁଣା, ନେତୃତ୍ୱ କିମ୍ବା ଅର୍ଥପୂର୍ଣ୍ଣ ସାମାଜିକ ଅବଦାନ ପାଇଁ କୌଣସି ବାଧକ ହୋଇପାରେ ନାହିଁ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
