ବନ୍ଥପଲ୍ଲୀ ପ୍ରିମିୟର ଲିଗ ୨୦୨୬ ଆୟୋଜିତ
ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ବନ୍ଥପଲ୍ଲୀ ଗ୍ରାମରେ ନାଗେଶ୍ୱର କ୍ରିକେଟ କ୍ଲବ୍ ଦ୍ୱାରା ଆୟୋଜିତ ବନ୍ଥପଲ୍ଲୀ ପ୍ରିମିୟର ଲିଗ (BPL) କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପର୍ଯ୍ୟାୟକ୍ରମେ ଚାରିବର୍ଷ ଧରି ସଫଳତାର ସହ ଅନୁଷ୍ଠିତ ହୋଇଆସୁଛି।ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ଚାରିଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ୍ ମ୍ୟାଚରେ ସୁପର ନୋଭା ଓ ପାୱାର ହିଟର ଦଳ ମଧ୍ୟରେ ରୋମାଞ୍ଚକ ମୁକାବିଲା ହୋଇଥିଲା, ଯେଉଁଥିରେ ପାୱାର ହିଟର ଦଳ ବିଜୟ ହାସଲ କରିଥିଲା।


ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବନ୍ଥପଲ୍ଲୀ ମେଡିକାଲ୍ ଅଫିସର ସମେଶ୍ୱର ରାଓ ଓ ଗୋପିକୃଷ୍ଣ ରାଓ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ଭାନିଶ୍ରୀ ରାଓ, ରବି କୁମାର ସାହାଣୀ, ଶିବରାମ ପାଣିଗ୍ରାହୀ, ସିବରଞ୍ଜନ ନାୟକ, ସୁଶାନ୍ତ କୁମାର ପଟ୍ଟନାୟକ, ମିଥୁନ କୁମାର ସାହୁ, ମୋନେଶ ଭୂୟାଁ, କାଳୁଚରଣ ଭୂୟାଁ, ସୁଶାନ୍ତ କୁମାର ଗୌଡ଼, ଉପେନ୍ଦ୍ର ପ୍ରଧାନ, ଜଗା ପାତ୍ର, ଟୁଲୁ ଗୌଡ଼, ଶିବ ବିସୋୟୀ ଓ ଅବନୀ ଉପସ୍ଥିତ ରହିଥିଲେ।ଅତିଥିମାନେ ବିଜେତା ଓ ଉପବିଜେତା ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କର ବିଶେଷ ଉପସ୍ଥିତି ଦେଖିବାକୁ ମିଳିଥିଲା।
