November 2, 2024
Home » ବନ୍ଦ ରହିଥିବା ସରକାରୀ ବିଦ୍ୟାଳୟ ବାରଣ୍ଡା ପାଲଟିଛି ଅସହାୟ ଦିବ୍ୟାଙ୍ଗଙ୍କ ବାସସ୍ଥଳୀ

ବନ୍ଦ ରହିଥିବା ସରକାରୀ ବିଦ୍ୟାଳୟ ବାରଣ୍ଡା ପାଲଟିଛି ଅସହାୟ ଦିବ୍ୟାଙ୍ଗଙ୍କ ବାସସ୍ଥଳୀ

0

 

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦିବ୍ୟାଙ୍ଗ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ । ତାହାର ନଗ୍ନ ଉଦାହରଣ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଘୋରଣୀ ପଞ୍ଚାୟତ ଅନ୍ତର୍ଗତ ଏସ.ଲକ୍ଷ୍ମୀପୁର ଗ୍ରାମରେ ଦେଖିବାକୁ ମିଳିଛି । ଏହି ଗ୍ରାମରେ ବସବାସ କରୁଥିବା ଟୁଙ୍ଗୁରୁ ଦୁର୍ଯ୍ୟୋଧନ ପିଲାବେଳେ ପୋଲିଓରେ ଆକ୍ରାନ୍ତ ହୋଇଥିଲେ । ଏହାପରଠୁ ସେ ଦିବ୍ୟାଙ୍ଗ ହୋଇଯାଇଥିଲେ । ବର୍ତ୍ତମାନ ସୁଦ୍ଧା ଅବିବାହିତ ଅଛନ୍ତି । ୨୦୧୮ମସିହା ପର୍ଯ୍ୟନ୍ତ ଏସ.ଲକ୍ଷ୍ମୀପୁର ଗ୍ରାମରେ ଥିବା ନିଜ ଘରେ ଟୁଙ୍ଗୁରୁ ଦୁର୍ଯ୍ୟୋଧନ ରହୁଥିଲେ । ତାଙ୍କୁ ମାସିକ ୩୫କେଜି ଚାଉଳ,ଏକ ହଜାର ଟଙ୍କା ଭତ୍ତା ସମେତ ଗୋଟିଏ ତିନି ଚକିଆ ସାଇକେଲ ସରକାରଙ୍କ ତରଫରୁ ମିଳିଥିଲା । ୨୦୧୮ମସିହାରେ ହୋଇଥିବା ତିତିଲ ଘୂର୍ଣ୍ଣିବାତ୍ୟାରେ ସେ ରହୁଥିବା ଘରଟି ଭାଙ୍ଗି ଯାଇଥିଲା । ସେବେଠାରୁ ସେ ବାସହୀନ ହୋଇପଡିଛନ୍ତି । ସେବେଠାରୁ ଗ୍ରାମରେ ବନ୍ଦ ହୋଇପଡିଥିବା ଏକ ସରକାରୀ ବିଦ୍ୟାଳୟର ବାରଣ୍ଡାରେ ଆଶ୍ରୟ ନେଇଛନ୍ତି । ଦୀର୍ଘ ୬ବର୍ଷ ହେଲା ବାସଗୃହ ସକାଶେ ଗୋଷାଣି ବ୍ଲକ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନକୁ ଯାଇ ବାବୁ ମାନଙ୍କୁ ଗୁହାରୀ କରିଛନ୍ତି । ଏପରିକି ନିଜ ତିନି ଚକିଆ ସାଇକେଲରେ ନିଜ ଗ୍ରାମ ଠାରୁ ୭କିମି ଦୂରରେ ଥିବା ଗୋଷାଣି ବ୍ଲକ କାର୍ଯ୍ୟାଳୟ ସମେତ ଅନ୍ୟ ସ୍ଥାନକୁ ଅନ୍ୟ ଜଣକଙ୍କ ସହାୟତାରେ ବାରମ୍ବାର ଯାତାୟତ କରୁଛନ୍ତି । ବେସାହାରା ଓ ଅସହାୟ ଅବସ୍ଥାରେ ବିଦ୍ୟାଳୟ ବାରଣ୍ଡାରେ ଆଶ୍ରୟ ନେଇଥିବା ଟୁଙ୍ଗୁରୁ ଦୁର୍ଯ୍ୟୋଧନଙ୍କ ପ୍ରତି କୌଣସି ସରକାରୀ ବାବୁ ନା ଜନ ପ୍ରତନିଧିଙ୍କ ଦୃଷ୍ଟି ପଡିବ କେବେ ?

Leave a Reply

Your email address will not be published. Required fields are marked *