September 22, 2026
Home » ବରପାଲି ରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର।

ବରପାଲି ରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର।

0
WhatsApp Image 2026-09-22 at 3.32.33 PM

 

ବରପାଲି :ବରପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍ ଙ୍କ ସମେତ ଆରକ୍ଷୀ ଅଧିକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶତପଥୀଙ୍କ ସମେତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ବରଗଡ଼ ଉପ-ଜିଲ୍ଲାପାଳ ଶ୍ରୀ ପ୍ରସନ୍ନ କୁମାର ପାଣ୍ଡେ, ସି ଡି ଏମ ଓ ଅଶୋକ କୁମାର ଦାସ ଉପସ୍ଥିତ ଥିଲେ।

ଏହି ଶୁଣାଣିରେ ମୋଟ ୧୦୧ ଟି ଅଭିଯୋଗ ଆସିଥିବା ବେଳେ ମୁଖ୍ୟ ଭାବରେ ବରପାଳି ସହରକୁ ସୁନ୍ଦର କରିବା ପାଇଁ ପଦକ୍ଷେପ, ରେଲୱେ ଷ୍ଟେସନ ଠାରେ ପୋଲିସ ଫାଣ୍ଡି, ବରପାଳି ଗାନ୍ଧିଛକ କୁ ନୂତନ ଧରଣ ର ଛକ ତିଆରି କରିବା, ଭତା, ଆବାସ ଘର ଜମିବାଡି ସଂକ୍ରାନ୍ତିୟ ଓ ଅନ୍ୟାନ୍ୟ ଅଭିଯୋଗ ଗୁଡିକ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଏ ସମ୍ପର୍କରେ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶୁଣାଣି ରେ ତହସିଲଦାର ରୁକ୍ମଣ ମେହେର,ବିଡିଓ ସୁମନ୍ତ କୁମ୍ଭାର,ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଭୁବନ କୁମାର ଶତପଥୀ, ଥାନାଧିକାରୀ ପ୍ରମୋଦ କୁମାର ସାହୁ,ବ୍ଲକ ଅଧକ୍ଷା ରିନା ଥଇଥଙ୍କ ସମେତ ବ୍ଲକ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ।

 

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *