August 20, 2026
Home » ବରିଷ୍ଠ ନାଗରିକ ତଥା ପୂର୍ବତନ ସାଂସଦ ଙ୍କୁ ପ୍ରଶାସନ ର ଏ କି ବ୍ୟବହାର

ବରିଷ୍ଠ ନାଗରିକ ତଥା ପୂର୍ବତନ ସାଂସଦ ଙ୍କୁ ପ୍ରଶାସନ ର ଏ କି ବ୍ୟବହାର

0
WhatsApp Image 2026-05-26 at 11.43.30 AM

ସୁବର୍ଣ୍ଣପୁର —- ବରିଷ୍ଠ ନାଗରିକ ତଥା ପୂର୍ବତନ ଲୋକସଭା ସଦସ୍ୟ ଙ୍କୁ ପ୍ରଶାସନ ର ଏ ଭଳିଆ ବ୍ୟବହାର ଠିକ ନୁହେଁ l ଗୋଟିଏ ଦୃଶ୍ୟ ଦେଖିଲେ ସହଜ ରେ ବୁଝିହେବ । ଆମ ପ୍ରଶାସନିକ ସେବା ପରିବେଶ ରେ ଆଜି ବି ବ୍ରିଟିଶ ଔପନିବେଶିକ ଚିନ୍ତାଧାରା ବହୁତ୍ ହେଭି ହୋଇକି ଅଛି। ଅଫିସ ରେ ତ ଜନତା ର ସେବକ କୁହାଯାଉଥିବା ବାବୁ ମାନେ ପ୍ରକୃତ ମାଲିକ ଚାଷୀ, ଜନ ସାଧାରଣ ଙ୍କୁ ଯାହା ବ୍ୟବହାର ଦେଖାନ୍ତି ତାହା ସମସ୍ତେ ଜାଣନ୍ତି l କିନ୍ତୁ ଏହାର ଏକ ସ୍ପଷ୍ଟ ନିଦର୍ଶନ ଜଣାପଡେ ମାସିକ ଅନୁଷ୍ଠିତ ହେଉଥିବା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଅଭିଯୋଗ ଶୁଣାଣୀ ଶିବିର ରେ। ଆଗରୁ ବସୁଥିବା ରାଜ ଦରବାର୍ ଓ ଆଜି ର ଏହି ବୈଠକ ରେ ତଫାତ୍ କଣ? ସେତେବେଳେ ବି ପ୍ରଜା ହାତ ଯୋଡ଼ି ଗୁହାରି କରି ଛାମୁ ମୋତେ ଏହି ନ୍ୟାୟ ଦିଅନ୍ତୁ ବୋଲି ଭିକ୍ଷା ମାଗୁଥିଲା। ଆଜି ସମ୍ବିଧାନ କୁ ମାଲିକ ଭାବେ ଭାରତ ର ଜନ ସାଧାରଣ ସ୍ୱୀକୃତି ଦେଇଛନ୍ତି। କିନ୍ତୁ ଏ ସବୁ ଅଭିଯୋଗ ଶୁଣାଣୀ ରେ ପ୍ରକୃତ ମାଲିକ ଜନ ସାଧାରଣ( ଏହି ଭିଡିଓ ରେ ତ ପ୍ରମୁଖ ଜନନେତା ବାଲଗୋପାଳ ମିଶ୍ର) ଗୁହାରି କରିବା ପାଇଁ ଯାଆନ୍ତି, ଠିଆ ହୋଇ ସାଧାରଣ ଜନତା ଙ୍କ ଭଳି ବିନତି କରନ୍ତି ଓ ସାମ୍ବିଧାନିକ ପଦ ରେ ଥିବା ଚାକିରି କରିଥିବା ଚାକର ସେବକ ଅଧିକାରୀ ଛୋଟ ରୁ ଜିଲ୍ଲାପାଳ ପର୍ଯ୍ୟନ୍ତ ଆଗକାଳ ର ରାଜା ଓ ଦର୍ବାରୀ ଙ୍କ ଭଳିଆ ସିଂହାସନ ରେ ବସନ୍ତି। ବାଳଗୋପାଳ ମିଶ୍ର ନିଜେ ସାଧାରଣ ଜନତା ଙ୍କ ପରି ଗୁହାରି କରୁଥିବା ଏଠାରେ ଦେଖିବାକୁ ମିଳେ l

ଏପଟେ ବରିଷ୍ଠ ଓ ପୂର୍ବତନ ଲୋକସଭା ସଦସ୍ୟ ହୋଇମଧ୍ୟ ପ୍ରଶାସନ ପକ୍ଷରୁ ତାଙ୍କୁ ଉଚିତ ସମ୍ମାନ ଟିକେ ଦିଆଗଲା ନାହିଁ l ଆଜି ର ଡବଲ ଇଞ୍ଜିନ ସରକାର କଣ ପ୍ରତ୍ୟେକ ବ୍ଲକ ରେ ବିରାଟ ବିରାଟ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ ନିର୍ମାଣ କରି ପାରିବ ନାହିଁ? ଯେଉଁଠାରେ ପ୍ରକୃତ ମାଲିକ ଜନତା ସମ୍ମାନ ର ସହ ବସିବେ ଓ ସେବକ ଅଧିକାରୀ ମାନେ ତାଙ୍କ ପାଖେ ବସି ସବୁ ସମସ୍ୟା ସମାଧାନ କରିବେ। ତାହା ହେଲେ ପଞ୍ଚାୟତ, ବ୍ଲକ୍ , ଜିଲ୍ଲାସ୍ତର ରୁ ପ୍ରତ୍ୟକ୍ଷ ଭାବେ ଗଣତନ୍ତ୍ର ର ସ୍ପଷ୍ଟ ନିଦର୍ଶନ ମିଳିପାରିବ l ପଞ୍ଚାୟତ ଠୁ ଆରମ୍ଭ ହୋଇ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ସ୍ତରୀୟ ଅଭିଯୋଗ ଶୁଣାଣି ରେ ଏହା ଲାଗୁ ହେଲେ ଗଣତନ୍ତ୍ର ର ମୂଳଦୁଆ ମଜବୁତ୍ ହୁଅନ୍ତାବୋଲି ନବ ନିର୍ମାଣ କୃଷକ ସଂଗଠନ ର ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ପ୍ରଦ୍ୟୁମ୍ନ କୁମାର ପାଢ଼ୀ କହିଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed