October 28, 2026
Home » ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା

0
WhatsApp Image 2026-10-26 at 4.57.48 PM

ଭୁବନେଶ୍ୱର – ପୋଖରୀପୁଟ ମଧୁସୂଦନ ପାର୍କ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏକ ବୈଠକ ଏଜି ଛକ ନିକଟସ୍ଥ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଆବାହକ ନିର୍ମଳ ଚନ୍ଦ୍ର ସାମଲ ଙ୍କ ଅଧକ୍ଷତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଠାଣି ବେହେରା ବିବରଣୀ ପାଠ କରିଥିଲେ l ପ୍ରାଧ୍ୟାପିକ ଅନନ୍ତ କିଶୋର ରାଉତ ଅତିଥି ରୂପେ ଯୋଗଦେଇ ବରିଷ୍ଠ ନାଗରିକ ମାନେ ସମାଜର ଦିଗଦର୍ଶକ ବୋଲି କହିଥିଲେ l ଏହି ଅବସରରେ ନିରଞ୍ଜନ ସେନାପତି ଓ ନାରାୟଣ କର ଙ୍କୁ ସମ୍ମାନିତ କରାଯାଇଥିଲା l ଡ଼ଃ ପ୍ରବୀର କୁମାର ମହାପାତ୍ର ସଭା ଆରମ୍ଭରେ ମଙ୍ଗଳାଚରଣ ଆବୃତ୍ତି କରିଥିଲେ l ବରିଷ୍ଠ ଆଇନୀଜୀବୀ ଲଷ୍ମୀ ନାରାୟଣ ପାଢ଼ୀ, ହର୍ଷ ବର୍ଦ୍ଧନ ଉଦ୍ଗାତା ଯୋଗଦେଇ ବରିଷ୍ଟ ନାଗରିକ ମାନଙ୍କ ପାଇଁ ଅଫିସ ର ବ୍ୟବସ୍ଥା କରିବାକୁ ଦାବି କରିଥିଲେ l ଗତ ଦୁଇ ବର୍ଷ ହେଲା ପୋଖରୀପୁଟ ଛକରେ ଥିବା ” ଦିବା ଯତ୍ନ କେନ୍ଦ୍ର ” କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟରେ ବିନୋଯୋଗ ହେଉନାହିଁ l ଉକ୍ତ ଗୃହରେ ବରିଷ୍ଠ ନାଗରିକ ମାନଙ୍କର ବିନୋଦନ ପାଇଁ ସୁଯୋଗ ଦେବାକୁ ସ୍ଥାନୀୟ ବିଧାୟକ ବାବୁ ସିଂ ଙ୍କୁ ସାକ୍ଷାତ କରି ଚୂଡାନ୍ତ ନିଷ୍ପତି ନେବାକୁ ଆବାହକ ଶ୍ରୀ ସାମଲ ମତ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅଭୟ ମହାପାତ୍ର, ଡ଼ଃ ବାଳକୃଷ୍ଣ ପ୍ରହରାଜ, ଇଂ ଅଶୋକ ପ୍ରଧାନ, ଇଂ ତ୍ରିଲୋଚନ ବାରିକ, ସୁଦର୍ଶନ ମାହାଳିକ, ବାଇଧର ପାତ୍ର, ରମେଶ ଚନ୍ଦ୍ର ପାତ୍ର, ପ୍ରଭାକର ସାହୁ, ଶିଶିର ଦାସ, ଭାସ୍କର ଦାସ, କୃଷ୍ଣ ପ୍ରସାଦ ଜେନା ପ୍ରମୁଖ ଏପ୍ରସ୍ତବରେ ସହମତ ପ୍ରକାଶ କରିଥିଲେ l

Leave a Reply

Your email address will not be published. Required fields are marked *