October 10, 2024
Home » ବରିଷ୍ଠ ସାମ୍ବାଦିକ ସଙ୍ଘ ର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ,

ବରିଷ୍ଠ ସାମ୍ବାଦିକ ସଙ୍ଘ ର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ,

0

ତିର୍ତୋଲ :  ରାଜ୍ୟ ର ବରିଷ୍ଠ ସାମ୍ବାଦିକ ସଂଘ ଓଡ଼ିଶା ଆନୁକୂଲ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୁରୀ ସଂସ୍କୃତି ଭବନ ସଭା କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି,ଏହି ସଭା ରେ
ଗଣତନ୍ତ୍ରରେ ଗଣମାଧ୍ୟମର ଦାୟିତ୍ଵ ଓ ସରକାରଙ୍କ କର୍ତ୍ତବ୍ୟ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଉପସଭାପତି କାହ୍ନୁ ନନ୍ଦ ଆଲୋଚନା ଏଥିରେ ଅଧ୍ୟକ୍ଷତା କରିଥିଲେ।ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ମତ ପ୍ରକାଶ ପାଇଲା ଯେ ସାମ୍ବାଦିକଙ୍କୁ ଅବସର କାଳିନଭତା(୬୦ବର୍ଷରୁ ଉର୍ଦ୍ଧ) ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ସାମ୍ବାଦିକଙ୍କର ମୃତ୍ୟୁ କାଳିନ ସହାୟତା ୪ଲକ୍ଷରୁ୧୦ଲକ୍ଷ ଅବସର କାଳିନ ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟ ବୀମା ରେ ଅନ୍ତର୍ଭୁକ୍ତ କରିବା । ସାମ୍ବାଦିକଙ୍କ ପାଇଁ ମଜୁରୀ ଆୟୋଗଙ୍କ ସୁପାରିଶ ଲାଗୁ କରିବା ତଥା ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ନେଇ ସରକାର ଯଥାଶୀଘ୍ର ବିଚାର କରିବା ଉଚିତ।ଏହି ଦାବି ଦୀର୍ଘ ଦିନ ଧରି ସଂଘ ତରଫରୁ ଉପସ୍ଥାପିତ ହେଉଥିଲେ ହେଁ ରାଜ୍ୟ ସରକାରଙ୍କ ଦ୍ଵାରା ଓଡ଼ିଶାର ସାମ୍ବାଦିକ ମାନେ ଉପେକ୍ଷିତ ହୋଇଆସୁଛନ୍ତି।
ଗତ ସରକାରକୁ ବାରମ୍ବାର ଦାବୀ ସତ୍ତ୍ୱେ ଏଦିଗରେ କୈାଣସି କାର୍ଯ୍ୟପନ୍ଥା ଗ୍ରହଣ କରିଲେ ନାହିଁ।୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ମୁଖ୍ୟ ପ୍ରଚାରକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ରେଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ଯେ ସାମ୍ବାଦିକଙ୍କର ସମସ୍ତ ଦାବୀକୁ ବିଶେଷ କରି ସାମ୍ବାଦିକଙ୍କୁ ଅବସର କାଳୀନ ଭତା ଦେବା ପାଇଁ ଆମ ସରକାର ଆସିଲେ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଏପରିକି ଏ ସମ୍ବନ୍ଧରେ ବିଭିନ୍ନ ପତ୍ର ପତ୍ରିକାରେ ନିର୍ବାଚନ ପୂର୍ବରୁ ବିଜ୍ଞାପନ ମାଧ୍ୟମରେ ପ୍ରତିଶ୍ରୁତି ଦେଇଥିଲେ।ଗତ ୧୬/୦୬/୨୪ ରେ ରାଜ୍ୟ ସଂଘର ପ୍ରତିନିଧି ଦଳ ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କୁ ଶୁଭେଚ୍ଛା ଜଣାଇବା ସହ ସେହି ଅବସରରେ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ। କିନ୍ତୁ ବିଧାନସଭାର ଗତ ଅଧିବେଶନରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନନେବା ଦୁଃଖ ଓ ପରିତାପର ବିଷୟ। ବିଭିନ୍ନ ଦାବି ସମ୍ବନ୍ଧରେ ରାଜ୍ୟ ସରକାର ଆଗାମୀ ୩ ମାସ ରେ କୌଣସି ପଦକ୍ଷେପ ନନେଲେ ସଂଘ ଆଇନର ଆଶ୍ରୟ ନେବ । ଆଜିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହି ପ୍ରସ୍ତାବ ଗୃହୀତ କରାଗଲା।
ଏହି ଅବସରରେ ରାଜ୍ୟର ପାଞ୍ଚ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ସମ୍ବନ୍ଧିତ କରାଯାଇଥିଲା। ସେମାନେ ହେଲେ ଭବାନୀପାଟଣା ଉମାଶଙ୍କର କର ଢେଙ୍କାନାଳ କୃଷ୍ଣ କୁମାର ମିଶ୍ର ସମ୍ବଲପୁର ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଜଗତସିଂହପୁର ଶରତ କାନୁନଗୋ ପୁରୀ ବିଜୟ କୁମାର୍ ପଟ୍ଟନାୟକ। ଏହି କାର୍ଯ୍ୟ କାରିଣୀ ବୈଠକ ରେ ବିଜେଡି ର ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ବିଜେପି ର ବରିଷ୍ଠ ନେତା ମୁରଲି ଶର୍ମା ଶଙ୍କର ପରିଡା ପ୍ରଫେସର ଅଭିମନ୍ୟୁ ଭୂୟାଁ ସମାଜ ସେବୀ ପ୍ରତିଭା ତ୍ରିପାଠୀ ସଂଘର କର୍ମ କର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଉପସଭାପତି ପ୍ରଦୀପ କୁମାର ଚୌଧୁରୀ ସାଧାରଣ ସମ୍ପାଦକ ଆଶୁତୋଷ ବେହେରା ସହ ସଂପାଦକ ମହେଶ୍ୱର ତ୍ରିପାଠୀ ରାଜ୍ୟ ସଂଗଠନ ସଂପାଦକ ବିପ୍ଲବ ମହାନ୍ତି ରଘୁନାଥ ସାହୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରାଙ୍ଗ ସ୍ୱାଇଁ ବସନ୍ତ ବେହେରା ବେଣୁଧର ନାୟକ ନିରଞ୍ଜନ ବାରିକ ଉପଦେଷ୍ଟା ଦେବେନ୍ଦ୍ର ସିଂ ଶୁକଦେବ ପରିଡା ପୁରୀ ଜିଲ୍ଲା ସଭାପତି ସରୋଜ କୁମାର ମିଶ୍ର ଉପସ୍ଥିତ ଥିଲେ। ଆଲୋଚନା ଚକ୍ରକୁ ସଂଯୋଜନା କରିଥିଲେ ଜିଲ୍ଲାର ସାଧାରଣ ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ।ଏହି ଅବସରରେ ୩୦ଟି ଜିଲ୍ଲାର ପ୍ରତିନିଧି ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ଆଲୋଚନା ଚକ୍ରକୁ ପରିଚାଳନାରେ ସହଯୋଗ କରିଥିଲେ ବଟକୃଷ୍ଣ ପ୍ରଧାନ ନୃସିଂହ ମହାନ୍ତି ଜୁପିଟର ଦାସ ଜଜ୍ଞଶ୍ବର ମହାନ୍ତି ଅଶୋକ କୁମାର ମିଶ୍ର ରଞ୍ଜିତ କୁମାର ଖଣ୍ଡୁଆଳ ରୂପକ କୁମାର ସ୍ୱାଇଁ ବେଣୁଧର ପାତ୍ର ସଞ୍ଜୟ ଅଗ୍ରୱାଲ ସତ୍ୟଜିତ ଦାଶ ପଠାଣୀ ଜେନା ଭାଗବତ ପ୍ରସାଦ ପଟ୍ଟନାୟକ । ଏହି ଅବସରରେ ସାମାଜିକ ସ୍ତରରେ କାର୍ଯ୍ୟରତ ବିଭିନ୍ନ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। ପରିଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ ସାମ୍ବାଦିକ ମଦନମୋହନ ମହାପାତ୍ର।

ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ

Leave a Reply

Your email address will not be published. Required fields are marked *