November 28, 2025
Home » ବରିଷ୍ଠ ସାମ୍ବାଦିକ ସୁଧିର ଦାଶ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବରିଷ୍ଠ ସାମ୍ବାଦିକ ସୁଧିର ଦାଶ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

0
WhatsApp Image 2025-02-08 at 8.47.04 PM

ପାରାଦୀପ – ପାରାଦୀପ ର ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ସୁଧିର ରଞ୍ଜନ ଦାଶ ଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପୋର୍ଟ କ୍ଲବ ପରିସରରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି l ପାରାଦୀପ ର କାର୍ଯ୍ୟରତ ସାମ୍ବାଦିକ ଙ୍କ ଦ୍ୱାରା ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସାମ୍ବାଦିକ କର୍ମେଶ୍ୱର ସ୍ୱାଇଁ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବରିଷ୍ଠ ସାମ୍ବାଦିକ ଶୁକଦେବ ଜେନା, ଚିତ୍ତରଞ୍ଜନ ସ୍ୱାଇଁ, ଭାଗିରଥି ମଲ୍ଲିକ,ବାଟକୃଷ୍ଣ ଦାସ, ଶଶାଙ୍କ ଶେଖର ଆଚାର୍ଯ୍ୟ, ସଞ୍ଜୀବ ମିଶ୍ର,ସୁଧାଂଶୁ ନାୟକ,ବିଶ୍ୱନାଥ ବଳ, ଆଇନଜୀବୀ କୈଳାସ ସାହୁ, ବୁଦ୍ଧିଜୀବୀ ଡ଼ଃ. ଧୃତିଧର ଦାସ ପ୍ରମୁଖ ଯୋଗଦେଇ ସ୍ବର୍ଗତ ସୁଧିର ଦାଶ ଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ l ଏହି ଅବସରରେ ସମସ୍ତେ ସ୍ବର୍ଗତ ଦାସ ଙ୍କ ଅସମୟରେ ଦେହାନ୍ତ ରେ ଦୁଃଖ ପ୍ରକାଶ କରି ତାଙ୍କର ନିର୍ଭିକ ସାମ୍ବାଦିକତା ଓ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ l ଏହି ଶ୍ରଦ୍ଧାଞ୍ଜଳି ସଭାରେ ବହୁ କାର୍ଯ୍ୟରତ ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ହୋଇ ସ୍ବର୍ଗତ ଦାଶ ଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ l ତେବେ ପାରାଦୀପ ରେ ନିକଟ ଅତୀତରେ ଲଗାତାର ଭାବେ ଯୁବ ସାମ୍ବାଦିକ ମହେନ୍ଦ୍ର ପରିଡା, ପ୍ରତାପରୁଦ୍ର ନାୟକ, ବରିଷ୍ଠ ସାମ୍ବାଦିକ ନିଧିରାମ ମହାରଣା ଏବଂ ସମ୍ପ୍ରତି ସୁଧିର ଦାଶ ଙ୍କ ମୃତ୍ୟୁ ସାମ୍ବାଦିକ ମହଲରେ ଗଭୀର ଶୋକ ଖେଳାଇ ଦେଇଥିବା ବେଳେ ଏକ ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ କରିବାକୁ ସାମ୍ବାଦିକ କୈଳାସ ସାହୁ ପ୍ରସ୍ତାବ ଦେଇଥିଲେ l

Leave a Reply

Your email address will not be published. Required fields are marked *