January 9, 2025
Home » ବର୍ଷ ୨୦୨୪ର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୫୧୬୫ ମାମଲାର ଫଇସଲା

ବର୍ଷ ୨୦୨୪ର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୫୧୬୫ ମାମଲାର ଫଇସଲା

0
 ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଧେଶ କ୍ରମେ କୋରାପୁଟ ଜିଲ୍ଲା ଦୌରା ଜଜ ତଥା ଜିଲ୍ଲା ଆଈନ ସେବା ପ୍ରାଧିକରଣର ଭିଜିଲାନ୍ସ ଜଜ୍ ତଥା ଭାରପ୍ରାପ୍ତ ଅଧକ୍ଷ ଶ୍ରୀ ରାଜେଶ ଏକ୍କା ତତ୍ଵାବଧାନରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇ ଅଛି ।  ଉକ୍ତ ଅଦାଲତରେ  ପରିବାର ଅଦାଲତ ଜଜ ଶ୍ରୀ ଧନେସ୍ୱର ମଲ୍ଲିକ,  ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ବିଦ୍ଯାଧର ପୃଷ୍ଟି , ବରିଷ୍ଠ ଦେବାନି ବିଚାରପତି ଶ୍ରୀ ସ୍ବୟଂ ପ୍ରକାଶ ଦାସ, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ଆଳକାନନ୍ଦ ମହାନ୍ତି, ସଚିବ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ଶ୍ରୀ ସୁମନ ଜେନା, ରେଜିଶ୍ତ୍ରର ଶ୍ରୀ ବିଷ୍ଣ ପ୍ରସାଦ ଦେବତା,  ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକକାରି ଶ୍ରୀ ସନ୍ତୋଷ କୁମାର ବାରିକ, ପ୍ରଥମ ଶ୍ରେଣୀ ବିଚାରବିଭାଗ ଦଣ୍ଡାଧିକରି ଶ୍ରୀ ଅନିମେଷ ଜେନା ପ୍ରମୁଖ ଜୟପୁର ମୁଖ୍ୟାଳୟ ର ବିଭିନ୍ନ ବେଞ୍ଚରେ  ଉପସ୍ଥିତ ରହି  ପୃଥକ ପୃଥକ ଭାବେ କୋର୍ଟ କରି ମୋକଦ୍ଦମା ଫୈଇସଲା କରିଥିଲେ । ଏଥିରେ ଜୟପୁର ଜିଲ୍ଲା ଓକିଲ ସଂଘର ଆଇନଜୀବି ଶ୍ରୀ ଶଶାନନ୍ଦ ମିଶ୍ର, ଶ୍ରୀ ଲାଲମହୋନ ମିଶ୍ର, ଶ୍ରୀ ପି.ବ୍ରହ୍ମାନନ୍ଦମ, ସୁଶ୍ରୀ ଏସ.ମନଜମାଳା ଦିନବନ୍ଧୁ, ଶ୍ରୀ ସୁଭେନ୍ଦୁ ମିଶ୍ର, ଶ୍ରୀମତୀ ସସ୍ମିତା ଦଣ୍ଡସେନା, ଶ୍ରୀଚନ୍ଦନ ନାୟକ, ଶ୍ରୀ ଅଜିତ ପ୍ରସାଦ ମଣ୍ଡଳ, ଶ୍ରୀମତା ନଳିନୀ ଖେମୁଣ୍ଡି ଇତ୍ୟାଦି ମୋକଦ୍ଦମା ଫୈଇସଲା କରିବାରେ ସହଯୋଗ କରିଥିଲେ।  ସେହିପରି କୋରାପୁଟ,କୋଟପାଡ, ଲକ୍ଷ୍ମୀପୁର,ସେମିଲିଗୁଡା,ବୋରିଗୁମ୍ମା,ଦଶମନ୍ତପୁର ଓ ଲମତାପୁଟ ରେ ରହିଥିବା କୋର୍ଟ ପରିସରରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଇଥିଲା। ତତ ସଙ୍ଗେ ସଙ୍ଗେ କୋରାପୁଟ ଓ ଜୟପୁର ଉପ ଜିଲ୍ଲା ପାଳ ଓ ଜିଲ୍ଲାର ସମସ୍ତ ତହସିଲଦାର, ଆଞ୍ଚଳିକ ପରିବହନ କାର୍ଯ୍ୟଳୟ ମାନଙ୍କ ଦ୍ଵାରା ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ରାଜସ୍ୱ ବିବାଦର ଫଇସଲା କରାଯାଇଥିଲା।
ଏହି ରାଷ୍ଟ୍ରୀୟ ଲୋକଅଦାଲତରେ ୨୯ ଗୋଟି  ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାର ଫୈଇସଲା କରି ବୀମା କମ୍ପାନୀ ମାନଙ୍କୁ କ୍ଷତି ପୂରଣ ବାବଦରେ ଆଦେଶ ଦେଇ ବାଦି ମାନଙ୍କୁ ଦୁର୍ଘଟଣା ଜନିତ କ୍ଷତିପୂରଣ ବାବଦରେ ୨୪୬୩୪୦୦୦ /- ଟଙ୍କ। କ୍ଷତି ପୂରଣ  ଦେବା ପାଇଁ ଧାର୍ଯ୍ୟ କରଯାଇଥିଲା । ସେହିପରି ୧୩ ଗୋଟି ପାରିବାରିକ ଓ ବୈବାହିକ ବିବାଦର ଫଇସଲା କରାଯାଇ ୨୧୫୦୦୦/- ଟଙ୍କା ଧାର୍ଯ୍ୟ କରଯାଇଥିଲା,। ୬ ଗୋଟି ସାଲିସ ଯୋଗ୍ୟ ଫୌଜଦାରୀ ମାମଲା ,  ୧୧ ଗୋଟି ଦେବାନୀ ମାମଲା ର ଫଇସଲା କରାଯାଇଥିଲା, ୧୧ ଗୋଟି ବ୍ଯାଙ୍କ ରୁଣ ମାମଲାର ଫଇସଲା କରାଯାଇଥିଲା,  ସେହିପରି ୩୯ ଗୋଟି ଏନ ଆଇ ଏକ୍ଟ ମାମଲାର ଫଇସଲା କରାଯାଇ ୧୨୩୨୩୫୫୮/-  ଟଙ୍କା ଧାର୍ଯ୍ୟ ହେଇଥିଲା,  ସେହିପରି ୧୧୫ ଗୋଟି ଅନ୍ଯାନ୍ଯ ଫଉଜଦାରି ମାମଲାର ଫଇସଲା ହୋଇଥିଲା, ତତ ସଙ୍ଗେ ସଙ୍ଗେ କୋରାପୁଟ ଓ ଜୟପୁର  ଉପ ଜିଲ୍ଲାପାଳ ଓ ଜିଲ୍ଲାର ସମସ୍ତ ତହସିଲଦାର ମାନଙ୍କ ଦ୍ଵାରା ମୋଟୋ ୪୭୨୨ ରାଜସ୍ୱ ବିବାଦର ଫଇସଲା କରାଯାଇ ୨୧୮୧୩୨/- ଟଙ୍କା ଅଦାୟ କରଯାଇଥିଲା।  ଏତତ ବ୍ଯତୀତ  ପ୍ରାକ୍ ମୋକଦମା ସ୍ତରରେ ବିଭିନ୍ନ ବ୍ଯାଙ୍କ ଦ୍ଵାରା ୮୫ଟି  ବ୍ଯାଙ୍କ ରୁଣ ମାମଲା କରାଯାଇ ୩୩୦୬୬୧୯/-  ଧାର୍ଯ୍ୟ ହେଇଥିଲା, ୦୭ ଗୋଟି ଶ୍ରମ ବିବାଦ ମାମଲା ର ଫଇସଲା କରାଯାଇ ୨୧୩୭୧୦୯/- ଧାର୍ଯ୍ୟ ହୋଇଥିଲା, ୧୫ ଗୋଟି ଲୋକ ଉପଯୋଗୀ ସେବା ବିବାଦ ଓ ୧୧୨ ଗୋଟି  ଅନ୍ଯାନ୍ଯ ଯେପରି ବି.ଏସ.ଏନ.ଏଲ, ବିଦ୍ୟୁତ୍ ବିଭାଗ, ପରିବହନ, ଜମିଜୁମା ,ବୈବାହିକ ବିବାଦର ଫଇସଲା କରାଯାଇ ୫୭୭୮୯୨୧/-  ଟଙ୍କା ଧାର୍ଯ୍ୟ କରଯାଇଥିଲା ଏହିପରି ଭାବେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋଟ ୫୧୬୫ ମାମଲାର ବିଚାର ହୋଇ ୪,୩୬,୧୩,୩୩୯/- ଟଙ୍କା ଧାର୍ଯ୍ୟ ହୋଇଥିଲା।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟନାୟକ

Leave a Reply

Your email address will not be published. Required fields are marked *