December 14, 2024
Home » ବଲାଙ୍ଗୀର ଦିନ ଉଦ୍ଧେଶ୍ୟରେ ଓଡ଼ିଆ ସାହିତ୍ୟ ସଂସଦ (ପଶ୍ଚିମାଞ୍ଚଳ) ତରଫରୁ ବହୁଭାଷୀ କବିତା ଆସର ଆୟୋଜିତ

ବଲାଙ୍ଗୀର ଦିନ ଉଦ୍ଧେଶ୍ୟରେ ଓଡ଼ିଆ ସାହିତ୍ୟ ସଂସଦ (ପଶ୍ଚିମାଞ୍ଚଳ) ତରଫରୁ ବହୁଭାଷୀ କବିତା ଆସର ଆୟୋଜିତ

0

ସୁବର୍ଣ୍ଣପୁର –ଗଞ୍ଜାମ ଜିଲ୍ଲା ଗାଙ୍ଗନାପୁର ଗ୍ରାମର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ “ଓଡ଼ିଆ ସାହିତ୍ୟ ସଂସଦ” ପକ୍ଷରୁ ବଲାଙ୍ଗୀର ଦିନ ଉଦ୍ଦେଶ୍ୟ ରେ ପଶ୍ଚିମାଞ୍ଚଳ ଜୋନ୍ ବଲାଙ୍ଗୀର ପିପି ଏକାଡେମୀ ଠାରେ “ବହୁଭାଷୀ କବିତା ଆସର” ଅନୁଷ୍ଠିତ ହୋଇଯାଇଛି | ଏନେଇ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବଲାଙ୍ଗୀର ଆୟୋଜକ ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଭାଗିରଥି ମିଶ୍ର , ସମ୍ମାନୀତ ଅତିଥି ରୂପେ ଓଡ଼ିଆ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ଚିତ୍ରସେନ ମହାରଣା ,ସରସ୍ଵତୀ ନନ୍ଦ, ବିନୋଦ କାଳସେଇ, ନୂତନ ଦାସ, ଗୋପାଳ ପ୍ରଧାନ ପ୍ରଭୁତି ଅତିଥି ରୂପେ ଯୋଗଦାନ କରିଥିଲେ |
ଓଡ଼ିଆ ସାହିତ୍ୟ ସଂସଦ (ପଶ୍ଚିମାଞ୍ଚଳ) ଜୋନ୍ ର ସଭାପତି ରଶ୍ମି ପାତ୍ର, ଉପ ସଭାପତି ସୁଷମା ଦାସ, ସମ୍ପାଦିକା ନଳିନୀ ପ୍ରଭା ଶତପଥୀ ଓ ସହ ସମ୍ପାଦିକା ଶକୁନ୍ତଳା ପାତ୍ର ମଧ୍ୟ ଯୋଗ ଦେଇ ଥିଲେ l ଅନୁଷ୍ଠାନ ର ସଭାପତି ରଶ୍ମି ପାତ୍ର ଅତିଥି ମାନଙ୍କ ପାଇଁ ସ୍ୱାଗତ ଭାଷଣ ସହ ପରିଚୟ ପ୍ରଦାନ କରିଥିଲେ ଏବଂ ସମସ୍ତ କର୍ମକର୍ତ୍ତା ମିଶି ଆସର ଟିକୁ ସୂଚାରୁ ରୁପେ ପରିଚାଳିତ କରିଥିଲେ । ଅନୁଷ୍ଠାନ ର ସହ ସମ୍ପାଦିକା ଶକୁନ୍ତଳା ପାତ୍ର ସମସ୍ତ ଙ୍କ ସହଯୋଗରେ କବିତା ଗୁଡିକ କୁ ସଂଯୋଜନା କରିଥିଲେ l
ଅନୁଷ୍ଠାନ ର ସଂମ୍ପାଦିକା ନଳିନୀ ପ୍ରଭା ଶତପଥୀ ଗୋଟିଏ ସୁନ୍ଦର କବିତା ପାଠ କରିଥିଲେ “ନ ଯାଆ ମଥୁରା ରେ” | କୁନି ଝିଅ ଶ୍ରୀନିକା ଆଚାର୍ଯ୍ୟ ସ୍ୱାଗତ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ମନ୍ତ୍ରମୁଗ୍ଧ କରି ଦେଇଥିଲେ। ପାଟଣାଗଡ଼ ର ମମତା ପାତ୍ର ମଧ୍ୟ କବିତା ପଠନ କରିଥିଲେ l ଏହିପରି ପଶ୍ଚିମାଞ୍ଚଳ ଜୋନ୍ ର କୋଣ ଅନୁକୋଣରୁ ବହୁ କବି କବୟିତ୍ରୀ ଯୋଗଦାନ କରି ସ୍ଵ ରଚିତ କବିତା ପାଠ କରିଥିଲେ | ପରିଶେଷ ରେ କବି ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇ ସଭା ସମାପ୍ତି ଘୋଷଣା କରିଥିଲେ

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *