ବସୁଧା ଯୋଜନାରେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ କାଙ୍କେରି ଗ୍ରାମବାସୀ ହଇରାଣ। ପ୍ରତିକାର ଦାବୀ କଲେ ସରପଞ୍ଚ…
ବସୁଧା ଯୋଜନା ନିମ୍ନ ମାନର କାମ ଯୋଗୁ କାଙ୍କେରୀ ଗ୍ରାମବାସୀ ହଇରାଣ ହେଉଛନ୍ତି। ଅନେକ ସ୍ଥାନରେ ପାଇପ ଲିକେଜ ଓ କୌଣସି ପଏଣ୍ଟ ରେ ଟେପ୍ ନ ଥିବାରୁ ଗ୍ରାମର ରାସ୍ତା ରେ ନଦୀ ଭଳି ପାଣି ବହୁଥିବା ଦେଖା ଦେଇଛି। ଗ୍ରାମବାସୀ ମାନେ ଏନେଇ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନିଆ ଯାଉନାହିଁ। ଲୋକଙ୍କ ଅସନ୍ତୋଷ ବଢିବା ପରେ କାଙ୍କେରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ମମତା କେତକୀ ଏହାର ଶୀଘ୍ର ପ୍ରତିକାର ପାଇଁ ଧର୍ମଗଡ ବିଡ଼ିଓ ଙ୍କୁ ଚିଠି ଲେଖିଛନ୍ତି।
ସୂଚନାଯୋଗ୍ୟ ଯେ,ଏହି ଗ୍ରାମ ପଞ୍ଚାୟତରେ ବସୁଧା ଯୋଜନାରୁ ପାଇପ ଯୋଗେ ପିଇବା ପାଣି ବ୍ୟବସ୍ଥା କରାଯାଇଛି ଦୁଃଖର ବିଷୟ ଏହିଯେ,ପାଇପ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ବିଭିନ୍ନ ସ୍ଥାନ ମାନଙ୍କରେ ପାଣି ଲିକେଜ ହୋଇ ରାସ୍ତା ଘାଟ ସାରା ସମ୍ପୂର୍ଣ ମାତ୍ରାରେ କାଦୁଅ ହୋଇଯାଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି ଏବଂ ଘରୋଇ ସଂଯୋଗ ହୋଇଥିବା ପାଇପରେ କୌଣସି ସ୍ଥାନରେ ଟେପ ନ ଲଗେଇ ଥିବାରୁ ପାଣି ଅଧିକ ପରିମାଣରେ ଖର୍ଚ୍ଚ ହେଉଛି ଯାହା ଫଳରେ ତଳ ମୁଣ୍ଡରେ ଥିବା ପଡା ଆଡକୁ ପିଇବା ପାଣି ପହଞ୍ଚି ପାରୁନାହିଁ।ଯଦ୍ୱାରା ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ବାତାବରଣ ସୃଷ୍ଟି ହେଉଛି । ଏହାର ତ୍ୱରିତ ସମାଧାନ ପାଇଁ ସରପଞ୍ଚ ଦାବୀ କରିଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….