May 28, 2026
Home » ବସ କାର ମୁହାଁମୁହିଁ ଧକ୍କାରେ 1 ମୃତ,4 ଗୁରୁତର

ବସ କାର ମୁହାଁମୁହିଁ ଧକ୍କାରେ 1 ମୃତ,4 ଗୁରୁତର

0
WhatsApp Image 2026-04-29 at 1.01.32 PM

ସୁବର୍ଣ୍ଣପୁର — ବରଗଡ – -ବଲାଙ୍ଗୀର 26 ନଂ. ଜାତୀୟ ରାଜପଥର ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଏଫସିଆଇ -ହାଇସ ସ୍କୁଲ ରାସ୍ତା ମଝିରେ ମଙ୍ଗଳବାର ଅପରାହ୍ନ 3 ଘଣ୍ଟା ସମୟରେ ବିପରୀତ ଦିଗରୁ ଆସୁ ଥିବା ଏକ ବସ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ କାର ଚାଳକଙ୍କ ମୃତ୍ୟୁ ଘଟିଛି l 4 ଜଣକୁ ବୁର୍ଲା ଭୀମସାର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ମୃତକ ହେଲେ ରାଞ୍ଚିର ବୀରେନ୍ଦ୍ର କୁମାର ସିଂ (65)ଓ ଗୁରୁତର କାର ଭିତରେ ଥିବା ମୃତ ବୀରେନ୍ଦ୍ର ଙ୍କ ପୁଅ ହର୍ସଲ କୁମାର (48),ସ୍ତ୍ରୀ ନିରମଲା ସିଂ (62 )l ବସ ଡ୍ରାଇଭର ଶୁକଦେବ ଦାସ (49)ଓ ହେଲପର ଭାଗବତ ବେଣ୍ଡକା ର (32)l ପ୍ରାପ୍ତ ସୂଚନା ଅନୁଯାୟୀ ମଙ୍ଗଳବାର ଗୋଟିଏ ପରିବାରର 6 ଜଣ ରାଞ୍ଚିରୁ ବାହାରି ବଲାଙ୍ଗୀର ଅଭିମୁଖେ କାର ଗାଡି ନଂ- CG 17 LD 8549 ରେ ଯାତ୍ରା କରୁଥିଲେ l ଅପରାହ୍ନ 3 ଟା ସମୟରେ ଡୁଙ୍ଗୁରିପାଲି ରୁ ଏକ ଘରୋଇ ବସ ଗାଡି ନଂ -OR 17K 0567 ତେଲ ଭରିବା କୁ ଯାଉଥିବା ବେଲେ ଡୁଙ୍ଗୁରିପାଲି ଜାତୀୟ ରାଜପଥର ଏଫସିଆଇ- ହାଇସ୍କୁଲ ଛକ ରାସ୍ତାର ବୁଲାଣି ରେ ଉଭୟେ କାର ଓ ବସ ମଧ୍ୟରେ ଧକ୍କା ହୋଇଥିଲା l

ପ୍ରତକ୍ଷ୍ୟଦର୍ଶି,ସ୍ଥାନୀୟ ଲୋକେ ଓ ସେବା ଫାଉଣ୍ଡେସନର ସଦସ୍ୟମାନେ କାର ଭିତରେ ଥିବା ଗୋଟିଏ ପରିବାର 6 ଜଣ ଙ୍କୁ ଓ ବସ ରେ ଥିବା ଡ୍ରାଇଭର ଓ ହେଲପର କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ l ଡାକ୍ତର ପ୍ରାଥମିକ ଚିକିତ୍ସା କଲାପରେ କାର ଚଳାଉ ଥିବା ବୀରେନ୍ଦ୍ର କୁମାର ସିଂ ଙ୍କୁ ମୃତ ଘୋଷଣା କରିଥିଲେ l ମୃତ ବୀରେନ୍ଦ୍ର ଙ୍କ ପୁଅ ହର୍ସଲ କୁମାର ଓ ସ୍ତ୍ରୀ ନିରମଲା ସିଂଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭୀମସାର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ବସ ଡ୍ରାଇଭର ଶୁକଦେବ ଦାସ ଙ୍କୁ ଓ ହେଲପେର ଭାଗବତ ବେଣ୍ଡକାରଙ୍କୁ ମଧ୍ୟ ଗୁରୁତର ଥିବାରୁ ବୁର୍ଲା ଭୀମସାର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ଅନ୍ୟ ପକ୍ଷରେ କାରରେ ଥିବା ହରସଲ କୁମାର ଙ୍କ ସ୍ତ୍ରୀ ଓ ଦୁଇ ଛୋଟ ଛୋଟ ଛୁଆ ଅଳ୍ପକେ ରକ୍ଷା ପାଇଯାଇଛନ୍ତି l ମା ଓ ଦୁଇ ଛୁଆ ସୁରକ୍ଷିତ ଅଛନ୍ତି |ଖବର ପାଇ ଡୁଙ୍ଗୁରିପାଲି ଥାନା ଅଧିକାରୀ ରୋଜାଲିନ ପଟେଲ ଓ ତାଙ୍କ ଟିମ ଘଟଣା ସ୍ଥଳକୁ ପହଞ୍ଚି ଦୁର୍ଘଟଣା ହୋଇଥିବା କାର ଓ ବସକୁ କ୍ରେନ ଯୋଗେ ଉଦ୍ଧାର କରି ପୋଲିସ ଥାନାରେ ଆଣି ରଖାଯାଇଛି | 1 ଘଣ୍ଟାଧରି ଜାତୀୟ ରାଜପଥ ଜାମ ହୋଇଯାଇଥିଲା l ଗାଡିମୋଟର ଯାତାୟତ ବନ୍ଦ ହୋଇଥିଲା l ଡୁଙ୍ଗୁରିପାଲି ପୋଲିସ ମୃତ ବୀରେନ୍ଦ୍ର କୁମାର ସିଂ ଙ୍କ ମର ଶରୀର କୁ ଜବତ କରି କେଶ ନଂ. 107/28/4 /2026 ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ଥିବା ଥାନା ଅଧିକାରୀ ରୋଜାଲିନ ପଟେଲ ସୂଚନା ଦେଇଛନ୍ତି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *