ବସ କୁ ପିଟିଲା ମହେନ୍ଦ୍ରl ପିକଅପ ଭ୍ୟାନ୍
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା – ସୋନପୁର ମୁଖ୍ୟ ରାସ୍ତା ର ଗଣ୍ଡl ମେହେର ପୋଲ ନିକଟରେ ଆଜି ଏକ ପିକ୍ଅପ୍ ଗାଡ଼ି ପଛ ପଟରୁ ଏକ ବସ କୁ ଧକ୍କl ଦେଇଥିଲା l ଫଳରେ ବସଯାତ୍ରୀ ଓ ପିକ୍ଅପ୍ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ l ସୁଚନା ଅନୁସାରେ ସୋନପୁର ପଟରୁ ବିନିକା ରାସ୍ତା ଦେଇ ସମ୍ବଳପୁର କୁ ଯାଉଥିବା OD- 15- B -5255 ଏକ ଘରୋଇ ବସ୍ ଏମ୍ ଟ୍ରାଭେଲ୍ସ କୁ ପଛ ପଟରୁ OR- 15- R-7898 ଏକ ମହେନ୍ଦ୍ରl ପିକ୍ଅପ୍ ଧକ୍କା ଦେଇଥିଲା l ଫଳରେ ବସ ରେ ଥିବା ଯାତ୍ରୀ ଏବଂ ପିକ୍ଅପ୍ ଗାଡ଼ି ର ଚାଲକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ପିକ୍ଅପ୍ ଗାଡ଼ି ର ସାମ୍ନା ପଟ କିଛି ଅଂଶ ଭାଙ୍ଗି ଯାଇ ଛି l ବସ୍ ର ପଛ ପଟ ସାମାନ୍ୟ କ୍ଷତ ହୋଇଛି l ଖବର ପାଇ ଘଟଣା ସ୍ଥଳକୂ ବିନିକା ପୁଲିସ ପହଞ୍ଚି ପି କ୍ଅପ୍ ଗାଡ଼ି କୁ ଥାନା କୁ ନେଇ ତଦନ୍ତ ଜାରି ରଖିଛି l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )