August 27, 2025
Home » ବହୁ ଚର୍ଚ୍ଚିତ ଡାକ୍ତର ଦୁର୍ବଦଳ ହତ୍ୟା ଘଟଣା : ୧୧ ବର୍ଷ ପରେ ଆସିଲା ରାୟ, ଦୋଷୀଙ୍କୁ ଆଜୀବନ ଜେଲ୍‌

ବହୁ ଚର୍ଚ୍ଚିତ ଡାକ୍ତର ଦୁର୍ବଦଳ ହତ୍ୟା ଘଟଣା : ୧୧ ବର୍ଷ ପରେ ଆସିଲା ରାୟ, ଦୋଷୀଙ୍କୁ ଆଜୀବନ ଜେଲ୍‌

0
WhatsApp Image 2025-05-31 at 5.12.06 PM

l

ବହୁ ଚର୍ଚ୍ଚିତ ଶିଶୁ ରୋଗ ଡାକ୍ତର ହତ୍ୟା ଘଟଣାରେ ପ୍ରକାଶ ପାଇଲା ରାୟ । ଦୀର୍ଘ ୧୧ ବର୍ଷ ପରେ ମାମଲାରେ ରାୟ ଶୁଣାଇଲେ ସୋନପୁର ଏଡିଜେ କୋର୍ଟ । ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ । ଖବର ଅନୁଯାୟୀ, ୨୧ ନଭେମ୍ବର ୨୦୧୪ ମସିହା ସନ୍ଧ୍ୟା ସମୟରେ ଶିଶୁରୋଗ ବିଶେଷଜ୍ଞ ତଥା ADMO ଡାକ୍ତର ଦୁର୍ବାଦଳ ମିଶ୍ରଙ୍କୁ ତାଙ୍କ ଘର ଆଗରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଦୃର୍ବୁତ୍ତ । ଏହି ଘଟଣାର ତଦନ୍ତ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ। ଘଟଣାର ଚୁଡାନ୍ତ ଶୁଣାଣିର ଶନିବାର ଦିନ ରାୟ ପ୍ରକାଶ ପାଇଥିବା ବେଳେ ଉଭୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ଦୁଇ ଅଭିଯୁକ୍ତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍। ଅଭିଯୁକ୍ତ ଦୁଇ ହେଲେ ପ୍ରତ୍ୟୁଷ ପଣ୍ଡା (ବବୁଲୁ) ଓ ଅଶୋକ ସାହୁ। ଏହି ଚର୍ଚ୍ଚିତ ଘଟଣାର ସରକାରୀ ଓକିଲ ଭାବେ ଦଶରଥ ମାହାଣା ପରିଚାଳନା କରିଥିବା ବେଳେ ଅଭିଯୁକ୍ତଙ୍କ ଓକିଲ ଭାବେ ରାଜେନ୍ଦ୍ର ଅଗ୍ରୱାଲ କେସ୍‌ ପରିଚାଳନା କରିଥିଲେ। ତେବେ ରାୟକୁ ଆମେ ଉପର କୋର୍ଟରେ ଅପିଲ କରିବୁ ବୋଲି ଅଭିଯୁକ୍ତଙ୍କ ଓକିଲ କହିଥିବାବେଳେ ଅପରପକ୍ଷରେ ସରକାରୀ ଓକିଲ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର epa news

Leave a Reply

Your email address will not be published. Required fields are marked *