April 28, 2026
Home » ବାଇକ ଧକ୍କା ରେ ଶିକ୍ଷକ ଙ୍କ ମୃତ୍ୟୁ l

ବାଇକ ଧକ୍କା ରେ ଶିକ୍ଷକ ଙ୍କ ମୃତ୍ୟୁ l

0
WhatsApp Image 2026-04-28 at 4.22.23 PM

 

ସୁବର୍ଣ୍ଣପୁର — ଗତକାଲି ସନ୍ଧ୍ୟା ସମୟ ରେ ବାଇକ ଧକ୍କା ରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି l ଘଟଣା ରୁ ପ୍ରକାଶ ଯେ, ଗତକାଲି ସନ୍ଧ୍ୟା ସମୟ ରେ ସାନ୍ଧ୍ୟ ଭ୍ରମଣ କରୁଥିବା ବେଳେ ବାଇକ ଧକ୍କା ରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବରପଦର ଗ୍ରାମର ଶିକ୍ଷକ ନିବେଦନ ସାହୁ ଙ୍କ ମୃତ୍ୟୁ ହୋଇଛି l ସ୍ବର୍ଗତ ସାହୁ ସୁଲିଆ ଉ. ପ୍ରା. ବିଦ୍ୟାଳୟ ରେ ଶିକ୍ଷକତା କରୁଥିଲେ l ସବୁଦିନ ପରି ସ୍ବର୍ଗତ ସାହୁ ନିଜ ସାଙ୍ଗ ଙ୍କ ସହିତ ସୋମବାର ସନ୍ଧ୍ୟା ରେ ସାନ୍ଧ୍ୟ ଭ୍ରମଣ ମନମୁଣ୍ଡା ଥାନା ଅନ୍ତର୍ଗତ ଜୁନାନି ଗୋବଯୋର ରାସ୍ତା ରେ ଚାଲୁଥିବା ସମୟ ରେ ଏକ ବାଇକ ଧକ୍କା ଦେଇଥିଲା l ବାଇକ ଧକ୍କା ରେ ସେ ଛିଟିକି ପଡ଼ିଥିଲେ l ମୁଣ୍ଡ ରେ ଜୋର ଆଘାତ ଲାଗି ରକ୍ତ ସ୍ରାବ ହୋଇଥିଲା l ଦୁର୍ଘଟଣା ପରେ ପରେ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ବାଇକରେ ଧକ୍କା ଦେଇଥିବା ଜୁନାନି ଗ୍ରାମର କାଳିଆ ମେହେର ମଧ୍ୟ ଗୁରୁତର ହୋଇଥିବା ସୂଚନା ମିଳିଛି l ଆଜି ଶବ ବ୍ୟବଚ୍ଛେଦ ପରେ ସ୍ବର୍ଗତ ସାହୁ ଙ୍କ ମରଶରୀର ନିଜ ଗ୍ରାମ କଣ୍ଟାମାଳ ଥାନା ଅନ୍ତର୍ଗତ ବରପଦର କୁ ଅଣାଯାଇଥିଲା l ଗ୍ରାମ କୁ ଶବ ଆସିଲାପରେ ଗ୍ରାମ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ପରେ ଗ୍ରାମ୍ୟ ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା l ଏହି ସମୟ ରେ ଆତ୍ମୀୟ ସ୍ୱଜନ ଓ ବହୁ ଶିକ୍ଷକ ବନ୍ଧୁ ଉପସ୍ଥିତ ଥିଲେ l ସ୍ବର୍ଗତ ସାହୁ ଜଣେ ଛାତ୍ର ବତ୍ସଲ୍ୟ ଓ ମେଳାପୀ ବ୍ୟକ୍ତି ଥିଲେ l ତାଙ୍କର ପତ୍ନୀ ଙ୍କ ସହ ଦୁଇଟି ପୁଅ ଅଛନ୍ତି l ତାଙ୍କର ଅକାଳ ମୃତ୍ୟୁ ରେ ଅଂଚଳ ରେ ଶୋକର ଛାୟା ଖେଳିଯାଇଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *