June 30, 2025
Home » ବାତ୍ୟା ନେଇ ବଡ଼ ସୂଚନା: ତାଳଚୁଆରେ ଲ୍ୟାଣ୍ଡଫଲ୍!

ବାତ୍ୟା ନେଇ ବଡ଼ ସୂଚନା: ତାଳଚୁଆରେ ଲ୍ୟାଣ୍ଡଫଲ୍!

0
WhatsApp Image 2024-10-24 at 2.37.58 PM

ଭୁବନେଶ୍ୱର: ବାତ୍ୟାର ଗତିପଥକୁ ନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେଉଛି। ଯେତେ ଯେତେ ସ୍ଥଳଭାଗ ମୁହାଁ ପାଖେଇ ଆସୁଛି ଦାନା, ସେତେ ସେତେ ଗତିପଥ ସ୍ଫଷ୍ଟ ହେଉଛି। ତେବେ ସ୍ଥଳଭାଗ ଛୁଇଁଲା ପରେ ଦାନା ସାମାନ୍ୟ ଗତିପଥ ବଦଳାଇ ପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ତେବେ ଓଡ଼ିଶା ମୁହାଁ ହୋଇଥିବା ବାତ୍ୟା ଦାନା ଆଜି ରାତିରୁ ଆସନ୍ତାକାଲି ସକାଳ ମଧ୍ୟରେ ଭିତରକନିକା ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ପୂର୍ବରୁ ଆକଳନ ହୋଇଥିବା ବେଳେ ଏହା କେନ୍ଦ୍ରାପଡା ତାଳଚୁଆରେ ଲ୍ୟାଣ୍ଡ କରିପାରେ ବୋଲି ଆକଳନ କରାଯାଉଛି । ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇସାରିଛି । ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ସମୁଦ୍ର ଉପକୂଳ ଯୋଗୁଁ ଏଠାରେ ଲ୍ୟାଣ୍ଡଫଲ କରିବା ନେଇ ଅଧିକ ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ତେବେ ବାତ୍ୟା ଦାନା ଏବେ ପାରାଦୀପ ଠାରୁ ୨୮୦ କିମି ଏବଂ ଧାମରାରୁ ୩୧୦ କିମି ଦୂରରେ ରହିଛି। ଗତ ୬ ଘଣ୍ଟା ଧରି ବାତ୍ୟା ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି। ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୦୦ ରୁ ୧୨୦ କିମି ରହିପାରେ ବୋଲି ଆକଳନ କରାଯାଇଛି। ଯାହାକି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର ଜିଲ୍ଲାରେ ଅନୁଭୂତ ହେବ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ,ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *