ବାଲରକ୍ଷା ଭାରତ ଦ୍ବାରା ପ୍ରକୃତିର ସୁରକ୍ଷା କୁ ପ୍ରଶଂସା କଲେ କଣ୍ଟାମାଳ ବିଧାୟକ

l
ଆନ୍ତର୍ଜାତୀୟ ଅନୁଷ୍ଠାନ ବାଲରକ୍ଷl ଭାରତ କଣ୍ଟାମାଳ ବ୍ଲକ ରେ ପ୍ରକୃତି ର ସୁରକ୍ଷା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଅଛି l ଗତ ବର୍ଷ ୧୮ଗୋଟି ବିଦ୍ୟାଳୟ ରେ ୨୨୧୪ ଚାରା ରୋପଣ କରି ସ୍କୁଲ ପିଲା ଓ ଯୁବଗୋଷ୍ଠୀ ମାନଙ୍କ ଦ୍ବାରା ଗଛ ଲଗାଇ ଗଛ ପ୍ରତି ତାଙ୍କର ଭଲ ପାଇବା ଓ ନିବିଡ଼ତା କେମିତି ବଢିବ ସେଥିପାଇଁ ଗଳ୍ପ କଥନ,ଆର୍ଟ ପ୍ରତିଯୋଗୀତା ଓ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଗଛରେ ରାକ୍ଷୀ ବାନ୍ଧିବା ଭଳି କାର୍ଯ୍ୟକ୍ରମ କରି ତାଙ୍କୁ ଉତ୍ସାହିତ କରାଯାଇଥିଲା l ସେହିଭଳି ଏହି ବର୍ଷ ମଧ୍ୟ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ରେ ଗର୍ଭବତୀ ଓ ପ୍ରସୂତି ମାଆ ମାନଙ୍କୁ ୨୬୮ ଗୋଟି ଫଳଗଛ ବଣ୍ଟନ କରାଯାଇଛି l ୩ ଗୋଟି ବିଦ୍ୟାଳୟ ରେ ୨୭୪ ଗଛଲଗାଇବା ସହିତ ୨ଗୋଟି ହର୍ବାଲ ଗାର୍ଡେନ କରାଯାଇଛି l ଏହି ହର୍ବାଲ ଗାର୍ଡେନ ରେ ତୁଳସୀ,ଅଁଳା,ହଳଦୀ,ଡାଳିମ୍ବ,ଭୃଷଙ୍ଗ,ଘି କୁଁଆରି ଆଦି ବୃକ୍ଷରୋପଣ କରାଯାଇଛି l ପିଲାମାନେ ଓ ଯୁବଗୋଷ୍ଠୀ ଏହିସବୁ ଔଷଧୀୟ ଗୁଣକୁ ବୁଝିପାରିବେ ଓ ପ୍ରକୃତି ରୁ ପାଇପାରିବେl ଗଛ ନ କାଟିବେ, ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ହୋଇପାରିବ ଓ ବ୍ୟାପକ ଭାବରେ ଗଛ ଲଗାଯିବ ସେଥିପାଇଁ ଆଉଗୋଟେ ଅଭିନବ କାର୍ଯ୍ୟକ୍ରମ “ଇ ଥରର ନୂଆଖାଇ ପ୍ରକୃତି ପାଇଁ” କାର୍ଯ୍ୟକ୍ରମ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ କନ୍ନେଇ ଡାଙ୍ଗ ଙ୍କ ଠାରୁ ଆରମ୍ଭ କରାଯାଇଛି l ବାଲରକ୍ଷl ଭାରତ ର କର୍ମୀ ବିଧାୟକ ଙ୍କୁ ତାଙ୍କ ସ୍ଵଗୃହ ରେ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହିତ ଏକ ଚାରା ପ୍ରଦାନ କରାଯାଇଥିଲା l ସେ ଖୁସି ହୋଇ ବ୍ୟାପକ ଭାବରେ ଗଛ ଲଗାଇବା, ଉଜୁଡ଼ା ଜଙ୍ଗଲ ର ପୁନରୁଦ୍ଧାର କରିବା,ଗଛ ର ସୁରକ୍ଷା ନେବା,ଖୋଲାରେ ଗାଈଗୋରୁ ନ ଛାଡ଼ିବାକୁ,ସଚେତନତା ସୃଷ୍ଟି କରିବା ଏବଂ ବିଶେଷକରି ଶୀତଦିନେ ଚାରାସବୁ ଜଳ ଶୁଷ୍କତା ପାଇଁ ମରୁଥିବାରୁ ସେହି ସମୟକୁ ସମସ୍ତେ ଧ୍ୟାନ ଦେବା ପାଇଁ ଆହ୍ଵାନ କରିଥିଲେ ଏବଂ ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ ଅନ୍ୟ ଅଞ୍ଚଳ ମାନଙ୍କରେ କରାଗଲେ ଲୋକମାନେ ସଚେତନ ହେବେ ଓ ବୃକ୍ଷ ଲଗାଇବା ସହିତ ପରିବେଶ କୁ ସଙ୍କୁଲିତ ରଖିବେ Hବୋଲି ମତ ରଖିଥିଲେ l ବାଲରକ୍ଷl ଭାରତ ର ଏହିଭଳି କାର୍ଯ୍ୟକ୍ରମ ପାଇଁ ବୁଦ୍ଧିଜିବୀ ମହଲରେ ପ୍ରଶଂସା ର ସୁଅ ଛୁଟିଛି l
ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ