ବାଲ୍ୟ ବିବାହ ମୁକ୍ତ ସଚେତନତା କାର୍ଯ୍ୟକ୍ରମ କଞ୍ଚନବିଲି ଗ୍ରାମରେ ଅନୁଷ୍ଠିତ
ନୟାଗଡ଼: ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତର କଞ୍ଚନବିଲି ଗ୍ରାମ ବାଲୁଙ୍କେଶ୍ୱର ଶୈବ ମନ୍ଦିର ପ୍ରାଙ୍ଗଣରେ ବାଲ୍ୟବିବାହ ବିରୋଧରେ ବାଲ୍ୟବିବାହ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଙ୍ଗନବାଡ଼ି କର୍ମୀ ବିଷ୍ଣୁପ୍ରିୟା ପ୍ରଧାନଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁପରଭାଇଜର ଜ୍ୟୋତିର୍ମୟୀ ସାହୁ ଯୋଗଦେଇ ବାଲ୍ୟବିବାହର କାରଣ, ନିରାକରଣ ଏବଂ ଏହାର କୁପରିଣତି ଉପରେ କହିବା ସହିତ ବାଲ୍ୟବିବାହ ଏକ ସାମାଜିକ ଅପରାଧ ଓ ଆଇନ ବିରୋଧ କାର୍ଯ୍ୟ,ଯାହା ଝିଅମାନଙ୍କର ଶିକ୍ଷା, ସୁରକ୍ଷା ଓ ବିକାଶକୁ ବାଧା ଦେଉଛି ଏବଂ ସେମାନଙ୍କ ସ୍ବପ୍ନ ପୂରଣରେ ବାଧା ସୃଷ୍ଟି କରୁଛି ବୋଲି ସଚେତନତା କରିଥିଲେ ।ଏହି ପରିପ୍ରେକ୍ଷୀରେ ବାଲ୍ୟବିବାହକୁ ବିରୋଧ କରିବା ପାଇଁ ଉପସ୍ଥିତ ଜନତାଙ୍କୁ ସଂକଳ୍ପ କରାଇଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଦୁତିବାମନ ବେହେରା, ଅଙ୍ଗନବାଡ଼ି ଯାଞ୍ଚ କମିଟି ସଭାପତି ଯୋଗେନ୍ଦ୍ର ମହାନ୍ତି,ସିଆରପି ମନୋରମା ସ୍ବାଇଁ, ଓ୍ବାର୍ଡ ସଦସ୍ୟା ସବିତା ନାୟକ, ଅଙ୍ଗନବାଡ଼ି ସହାୟିକା ସବିତା ମୁଦୁଲି ଏବଂ ଏସଚଜି ମହିଳା, ମାତୃକମିଟିର ସଦସ୍ୟା ଓ ଗ୍ରାମର ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
