October 16, 2024
Home » ବାହୁଡା଼ରେ ରାଧାକୃଷ୍ଣ ମନ୍ଦିରରୁ ୟୁନିଟ 5 ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅସଂଖ୍ୟ ଶ୍ରଦ୍ଧାଳୁ ଟାଣିଲେ ରଥ

ବାହୁଡା଼ରେ ରାଧାକୃଷ୍ଣ ମନ୍ଦିରରୁ ୟୁନିଟ 5 ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅସଂଖ୍ୟ ଶ୍ରଦ୍ଧାଳୁ ଟାଣିଲେ ରଥ

0

ଭୁବନେଶ୍ୱର ତା 15ରିଖ l ବିଶ୍ଵପ୍ରସିଦ୍ଧ ଘୋଷ ଯାତ୍ରାର ପ୍ରତ୍ୟାବର୍ତନ ଯାତ୍ରା ବା ବାହୁଡ଼ାଯାତ୍ରା ଉପଲକ୍ଷେ ଆଜି ୟୁନିଟ 6 ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଥିବା ଗୁଣ୍ଡିଚା ମନ୍ଦିରରୁ ୟୁନିଟ 5 ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ସମସ୍ତ ରୀତିନୀତି ସହ ରଥ ଟଣା ସମ୍ପୂର୍ଣ ହୋଇ ସନ୍ଧ୍ୟାରେ ପହଂଚିଛି l ଆଜି ଭୋର 5 ଟା 30 ରେ ରେ ସୂର୍ଯ୍ୟ ପୂଜା, 6 ଟାରେ ଦ୍ୱାର ପାଳ ପୂଜା ସକାଳ ଧୂପ,ବଲ୍ଲଭ l ଦିନ 12 ଟାରେ ଖିଚୁଡ଼ି ଭୋଗ, 1ଘ 30 ମି ରେ ପହଣ୍ଡି ଆରମ୍ଭ ହୋଇ 3 ଟାରେ ଛେରା ପଂହଁରା, 3ଟା 30 ରେ ଚାର ମାଳ ଫିଟା ପରେ ଦିନ 3ଟା 45 ରେ ରଥ ଟଣା ଆରମ୍ଭ ହୋଇଥିଲା l

ପରେ ଶହ ଶହ ଶ୍ରଦ୍ଧାଳୁ ମାନେ ଭୁବନେଶ୍ୱର କ୍ଲବ, ରାଜଧାନୀ କଲକେନ୍ଦ୍ର, ୟୁନିଟ 6 ସରକାରୀ କ୍ଵାଟର ରାସ୍ତା ଦେଇ ରଥ କୁ ଟାଣି ଟାଣି ନେଇଥିଲେ l କ୍ୟାପିଟାଲ ଥାନା ଅଧିକାରୀଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ପୋଲିସ ପ୍ରଶାସନ ମଧ୍ୟ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ସୁରକ୍ଷିତ ଭାବେ ରଥ ଟାଣିବାରେ ସହଯୋଗ କରିଥିଲେ l ମହାପ୍ରଭୁଙ୍କ ଖିଚୁଡ଼ି ପ୍ରସାଦ ସହିତ ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ମନ୍ଦିରରେ ପରିଚାଳନା କମିଟି ତରଫରୁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା l ଆସନ୍ତା କାଲି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ସହିତ ସନ୍ଧ୍ୟା ରେ ଭଜନ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ମନ୍ଦିର ପରିଚାଳନା କମିଟି ସୂଚନା ଦେଇଛି l

 

ଇପିଏ ରୁ ପ୍ରଶାନ୍ତ ବିଶୋଇ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *