November 24, 2026
Home » ନବନିଯୁକ୍ତ ଏଆଇସିସି ସମ୍ପାଦକ ଡ଼. ଦେବାଶିଷ ପଟ୍ଟନାୟକଙ୍କୁ ଭୁବନେଶ୍ୱରରେ ଭବ୍ୟ ସ୍ୱାଗତ

ନବନିଯୁକ୍ତ ଏଆଇସିସି ସମ୍ପାଦକ ଡ଼. ଦେବାଶିଷ ପଟ୍ଟନାୟକଙ୍କୁ ଭୁବନେଶ୍ୱରରେ ଭବ୍ୟ ସ୍ୱାଗତ

0
WhatsApp Image 2026-11-24 at 7.00.05 AM

 

ଭୁବନେଶ୍ୱର: ନବନିଯୁକ୍ତ ଏଆଇସିସି ସମ୍ପାଦକ ତଥା ପଶ୍ଚିମବଙ୍ଗ କଂଗ୍ରେସର ସହପ୍ରଭାରୀ ଡ଼. ଦେବାଶିଷ ପଟ୍ଟନାୟକ ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରରେ ତାଙ୍କୁ କଂଗ୍ରେସ ନେତା ଓ କର୍ମୀଙ୍କ ପକ୍ଷରୁ ଉତ୍ସାହପୂର୍ଣ୍ଣ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ବିମାନବନ୍ଦରରେ ଉପସ୍ଥିତ ଦଳୀୟ ନେତା ଓ କର୍ମୀମାନେ ପୁଷ୍ପଗୁଚ୍ଛ, ଫୁଲମାଳ ଓ ଉତ୍ତରୀୟ ପ୍ରଦାନ କରି ଡ଼. ପଟ୍ଟନାୟକଙ୍କୁ ସ୍ୱାଗତ ଜଣାଇଥିଲେ।

ଏହି ଅବସରରେ ସମର୍ଥକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହୋଇଥିଲା।ଏଆଇସିସି ପକ୍ଷରୁ ନୂତନ ଦାୟିତ୍ୱ ମିଳିବା ପରେ ତାଙ୍କର ଏହି ଆଗମନକୁ ନେଇ ଓଡ଼ିଶା କଂଗ୍ରେସ ମହଲରେ ଉତ୍ସାହ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *