September 15, 2024
Home » ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସ୍ଵାଧୀନତା ଦିବସ ପାଇଁ ତ୍ରିରଙ୍ଗା ଯାତ୍ରା (ଜନ ଜାଗରଣ ବାଇକ୍ ଶୋଭାଯାତ୍ରା) ଅନୁଷ୍ଠିତ

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସ୍ଵାଧୀନତା ଦିବସ ପାଇଁ ତ୍ରିରଙ୍ଗା ଯାତ୍ରା (ଜନ ଜାଗରଣ ବାଇକ୍ ଶୋଭାଯାତ୍ରା) ଅନୁଷ୍ଠିତ

0

ଭାରତୀୟ ଜନତା ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ “ତ୍ରିରଙ୍ଗା ଯାତ୍ରା” ଏକ ବିଶାଳ ଜନ ଜାଗରଣ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ଘରେ ଘରେ ତ୍ରିରଙ୍ଗା ସହ ରାଷ୍ଟ୍ର ଭକ୍ତିର ଜାଗରଣ ନିମନ୍ତେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ସାରା ଓଡ଼ିଶାରେ ଯୁବମୋର୍ଚ୍ଚା ଶୋଭାଯାତ୍ରା ସହ ବିଭିନ୍ନ ଜନ ଜାଗରଣ କାର୍ଯ୍ୟକ୍ରମ ହାତକୁ ନେଇଛି ଯାହା କି ସରକାରୀ ଦଳର ରାଷ୍ଟ୍ର ଭକ୍ତିର ଛାପ ଦେଶପ୍ରେମର ଭାବନା ସୃଷ୍ଟି କରୁଛି ।

ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କେ.ରବି ରାଓଙ୍କ ସଂଯୋଜନାରେ ହୋଇଥିବା ଏହି ବାଇକ୍ ରାଲି ହୋଇଥିଲା ।
ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର, ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ,ଜିଲ୍ଲା ସଭାପତି ଡ଼ା ସୁବାସ ସାହୁ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ ପ୍ରମୁଖ ଗାନ୍ଧୀନଗର ଛକ ସ୍ଥିତ ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି “ତ୍ରିରଙ୍ଗା ଯାତ୍ରା” ଆରମ୍ଭ କରିଥିଲେ ।
ଏହି ତ୍ରିରଙ୍ଗା ଯାତ୍ରା ଗାନ୍ଧୀନଗର ଛକ ଠାରୁ ଆରମ୍ଭ ହୋଇ ପୁରୁଣା ବସଷ୍ଟାଣ୍ଡ,ଗିରିଜା ଛକ,ଗିରି ମାର୍କେଟ,ହନୁମାନ ବଜାର,ସାନ ବଜାର,ବଡ ବଜାର,ହରିଡ଼ାଖଣ୍ଡି ଛକ,ତାଲୁକା,ଗେଟ୍ ବଜାର,ଖଲ୍ଲିକୋଟ କଲେଜ,ବିଜିପୁର,ଗୋସାଣିନୂଆଗାଁ ଆଦି ଅଞ୍ଚଳରେ ଦେଶ ପ୍ରେମର ଭାବନା ଜାଗ୍ରତ ସହ ଘରେ ଘରେ ତ୍ରିରଙ୍ଗା ପତାକା ଲଗାଇବା ପାଇଁ ଜନ ଜାଗରଣ କରାଯାଇଥିଲା ।

 


ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ପ୍ରବକ୍ତା ଟି.ଗୋପି,ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣି,ବରିଷ୍ଠ ଆଇନଜୀବି ତଥା ବିଜେପି ନେତା ପିତବାସ ପଣ୍ଡା,କର୍ପୋରେଟର ସବିତା ସାହୁ,ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ବରିଷ୍ଠ ନେତା ସୁନିଲ କୁମାର ସାହୁ,ଜିଲ୍ଲା ସମ୍ପାଦିକା ରତ୍ନଗର୍ଭା ସରସ୍ଵତୀ ଦେବୀ,ଏସ୍.ରାଣୀ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଜି.ବିଜୟ ପାତ୍ର,ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଆଶିଷ ଦାସ,ଶକ୍ତି ପଟ୍ଟନାୟକ,ଅମର ସାହୁ,ଶିରିଡ଼ି ବିକ୍ରମ,ଚିଦାନନ୍ଦ ପଟ୍ଟନାୟକ,ସୁମିତ ପାତ୍ର,ଡ଼ି.ଅନିଲ ରାଓ,ଦେବୁନ୍ ପଟ୍ଟନାୟକ,ମନୋଜ ମହାରଣା,କୃଷ୍ଣ ଚନ୍ଦ୍ର ପଲେଇ,କାଳୀକୃଷ୍ଣ ସାମନ୍ତରା,ବିଜେପି ମଣ୍ଡଳ ସଭାପତି ଗୋପିନାଥ ପଣ୍ଡା,ସରୋଜ ପାତ୍ର,ଭାବଗ୍ରାହୀ ପାଳ,ଧର୍ମରାଜ ପାଣିଗ୍ରାହୀ,ସଞ୍ଜୟ ଜେନା,ସରୋଜ ଦାସ,ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ବର୍ଷା ବିଦ୍ୟୁସ୍ମିତା,ସଶ୍ମିତା ଦାସ,ଗୀତା ଦାସ,ପ୍ରଦୀପ ମିଶ୍ର,ଏସ୍.ଶ୍ରୀନିବାସ,କୁଞ୍ଜବିହାରୀ ପଣ୍ଡା,ବିପିନ୍ ଦାସ,ଜଗନ୍ନାଥ ଜେନା,କୃଷ୍ଣ ପଣ୍ଡା,ଆନନ୍ଦ ମହାଙ୍କୁଡ଼,ମଦନ ସାହୁ,ଏ.ହରି,ପଦ୍ମ ଚରଣ ନାୟକ,ବାଙ୍କାନିଧି ସେଠୀ,ତ୍ରିନାଥ ନାୟକ,ଶଙ୍କର ରାଓ,ସୁବ୍ରତ ପାଳ,ପ୍ରଦୀପ ପଣ୍ଡା,କେ.ପ୍ରସାଦ ରାଓ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଏହି ତ୍ରିରଙ୍ଗା ଯାତ୍ରାରେ ସାମିଲ ହେଇଥିଲେ । ସକାଳେ ଭାରତୀୟ ଜନତା ପାର୍ଟି ପକ୍ଷରୁ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ରହ୍ମପୁର ସ୍ଥିତ ଅନ୍ନପୂର୍ଣ୍ଣା ମାର୍କେଟ ଠାରୁ ଆରମ୍ଭ ହେଇଥିବା “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡଃ.ପ୍ରଦୀପ ପାଣିଗ୍ରାହୀ,ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର,ଜିଲ୍ଲା ସଭାପତି ଡ଼ା ସୁବାସ ସାହୁ,ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ପ୍ରମୁଖ ଅନ୍ନପୂର୍ଣ୍ଣା ମାର୍କେଟ,ଗିରିଜା ଛକ, ଗାନ୍ଧୀନଗର,ଖଲ୍ଲିକୋଟ କଲେଜ ପର୍ଯ୍ୟନ୍ତ ଘର ଘରକୁ ଯାଇ ତ୍ରିରଙ୍ଗା ପତାକା (ଜାତୀୟ ପତାକା) ବଣ୍ଟନ କରିଥିଲେ ।

Leave a Reply

Your email address will not be published. Required fields are marked *