December 10, 2024
Home » ବିଡ଼ିଓ – ସାମ୍ବାଦିକ ପିଟାପିଟି : ବିଳମ୍ବିତ ରାତିରେ ପୋଲିସ ର କୋର୍ଟ ଚାଲାଣ କୁ ନେଇ ପ୍ରତିବାଦ କଲେ ସାମ୍ୱାଦିକ

ବିଡ଼ିଓ – ସାମ୍ବାଦିକ ପିଟାପିଟି : ବିଳମ୍ବିତ ରାତିରେ ପୋଲିସ ର କୋର୍ଟ ଚାଲାଣ କୁ ନେଇ ପ୍ରତିବାଦ କଲେ ସାମ୍ୱାଦିକ

0

ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଗୋଷ୍ଟୀ ଉନ୍ନୟନ ଅଧିକାରୀ ତଥା ପୌର ଅଧିକାରୀ ସୌମ୍ୟ ରଂଜନ ସ୍ବାଇଁ ଙ୍କ ସହ ଯୁକ୍ତି ତର୍କ, ଦୁର୍ବବ୍ୟବହାର ପ୍ରଦର୍ଶନ ଓ ମାରପିଟ ଘଟଣା ରେ ଜେଲଗଲେ ବୈଦ୍ୟୁତିକ ଗଣମାଧ୍ୟମନ୍ୟୁଜ ସେଭେନ 7 ର ପ୍ରତିନିଧି ଧୀରେନ୍ଦ୍ର ଦାନୀ l ଶୁକ୍ରବାର ଦିନ ସଂଧ୍ୟାରେ ସଦର ବିଡିଓ ଙ୍କୁ ଏହି ଗଣମାଧ୍ୟମ ପ୍ରତିନିଧି ଦୁର୍ବବ୍ୟବହାର ପ୍ରଦର୍ଶନ କରିବା ,ସରକାରୀ କାର୍ଯ୍ୟରେ ବାଧାଦେବା ,ଜୋର ଜବରଦସ୍ତ ବିନା ଅନୁମତିରେ କାର୍ଯ୍ୟାଳୟକୁ ପ୍ରବେଶ କରିବା ,ଅଶ୍ଳିଳ ଭାଷା ପ୍ରୟୋଗ କରିବା ତଥା ଆକ୍ରମଣ କରିବା ବିଷୟ ଥାନାରେ ସଂଧ୍ୟା ୬ ଟା ରେ ବିଡିଓ ଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା l ପରେ ବିଳମ୍ବିତ ରାତିରେ ପୋଲିସ ଅଭିଯୁକ୍ତ ଗଣମାଧ୍ୟମ ପ୍ରତିନିଧିକୁ ଗିରଫ କରି ଜମାନତ ଖାରଜ ହେବା ପରେ ଜେଲକୁ ପଠେଇଥିଲା । ଗତକାଲି ସୋନପୁର ବ୍ଳକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ବ୍ଲକ୍ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ପି ଇ ଓ, ଏ ଘଟଣା ର ଦୃଢ଼ ନିନ୍ଦା କରି ବିଡିଓ ଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ କରିବା , ଆକ୍ରମଣ କରିବାର ପ୍ରତିବାଦ କରିଛନ୍ତି । କର୍ମଚାରୀମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଦୋଷୀ ବିରୁଦ୍ଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗତକାଲି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ଅଭିଯୁକ୍ତ ସାମ୍ବାଦିକ ଧିରେନ୍ଦ୍ର ଦାନୀଙ୍କୁ ଭାରତୀୟ ନ୍ୟାୟ ସଂହିତା( BNS )115(2) ,132 ,121(1) ,309(6) , 351(’3),332(ସି) ଧାରାରେ ମାଜିଷ୍ଟ୍ରେଟଙ୍କ ଆଗରେ ଉପସ୍ଥାପନ କରିଥିଲେ ଓ ଜାମିନ ନ ମିଳିବାରୁ ଜେଲ ହାଜତକୁ ପଠେଇ ଦେଇଥିଲେ l

ତେବେ ଜିଲ୍ଲାପାଳ ବ୍ଳକର ସମସ୍ତ କର୍ମଚାରୀଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବା କୁ ଓ ଏହା ଦୁର୍ଭାଗ୍ୟଜନକ ଘଟଣା କହି ଅଭିଯୁକ୍ତ ଉପରେ ପ୍ରଶାସନ ପକ୍ଷରୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ଯେମିତି କେହି ବି ଆଉ ଅଫିସର, କର୍ମଚାରୀଙ୍କ ଉପରେ ଆକ୍ରମଣ କରିବାକୁ ସାହସ କରିବେନି ବୋଲି ସାମ୍ୱାଦିକ ଙ୍କୁ କହିଛନ୍ତି l ଏ ଘଟଣାକୁ ଦୃଢ଼ ନିନ୍ଦା କରି ଦୋଷୀ ବିରୁଦ୍ଧରେ କଡା କାର୍ଯାନୁଷ୍ଠାନ ପାଇଁ ଜିଲ୍ଲାପାଳ ଙ୍କୁ ଦାବୀ କରିଛୁ ବୋଲି ଜିଲ୍ଲା ଅଣ ଗେଜେଟେଡ କର୍ମଚାରୀ ସଂଘ ସଂପାଦକ ଦିନେଶ ରଞ୍ଜନ ମିଶ୍ର କହିଛନ୍ତି l ଯଦି ଆମ ଅଫିସର ସୁରକ୍ଷିତ ନୁହେଁ ତାହେଲେ କର୍ମଚାରୀ କିଭଳି ସୁରକ୍ଷିତ ରହିବେ ବୋଲି ମହିଳା କର୍ମଚାରୀ ସୁମିତ୍ରା ସାହୁ ମତ ରଖିଛନ୍ତି ଏବଂ କେଉଁ ଗୋଟିଏ ଜବରଦଖଲ ଜମି ବିଷୟ ରେ ପୌର ବିଭାଗ କାମରେ ଆଲୋଚନା କରି ହଠାତ୍ ରାଗି ଯାଇ ସାମ୍ବାଦିକ ଶ୍ରୀ ଦାନୀ ବିଡ଼ିଓ ଙ୍କୁ ଅlତର୍କିତ ଆକ୍ରମଣ କରିଛନ୍ତି ବୋଲି ପ୍ରତ୍ୟକ୍ଷ ଦର୍ଶୀ ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ ପ୍ରକାଶ କରି ବୁଝାମଣା ରେ ସବୁ କାମ କରିବାକୁ ଲୋକ ଙ୍କୁ ନିବେଦନ କରିଛନ୍ତି l ସେପଟେ ମୁଁ ତଥ୍ୟ ସଂଗ୍ରହ ପାଇଁ ବ୍ଲକ୍ କୁ ଯାଇଥିବା ବେଳେ ମୋତେ ବିଡ଼ିଓ ମଧ୍ୟ ଆକ୍ରମଣ କରିଛନ୍ତି ବୋଲି ବିଡିଓ ଙ୍କ ନାଁ ରେ ଅଭିଯୋଗ କରି ଥାନା ରେ ରାତି ୮ ଟା ବେଳେ ଏଫ୍ ଆଇ ଆର୍ ପ୍ରଦାନ୍ କରିଛନ୍ତି ସାମ୍ବାଦିକ ଶ୍ରୀ ଦାନୀ l ଏ ପଟେ ତରବରିଆ ଭାବେ ଏ ଘଟଣାର ତଦନ୍ତ କରି ରାତି ୨ ଟା ରେ ଜଣେ ସାମ୍ବାଦିକ ଙ୍କୁ କୋର୍ଟ ଚାଲାଣ କରିବା ଘଟଣାକୁ ପ୍ରତିବାଦ କରିଛନ୍ତି ଓ ଏସପି ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ସହର ର କିଛି କାର୍ଯ୍ୟରତ ସାମ୍ୱାଦିକ l କିଛି ଘଟଣା, ପରିସ୍ଥିତି ର ଗମ୍ଭୀରତା କୁ ଓ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦେଖି ରାତି ଅଧିଆ ମଧ୍ୟ କୋର୍ଟ ଚାଲାଣ କରିବାକୁ ପଡେ, ଏମିତି କିଛି ଆଇନ୍ ରେ ମନା ନାହିଁ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି l ଗତକାଲି ( ଶନିବାର ) ବିଳମ୍ବିତ ରାତି ରେ ଉକ୍ତ ସାମ୍ୱାଦିକ ଙ୍କ ଜାମିନ ମିଳିଥିବା ସୂଚନା ମିଳିଛି l ଖବର ସଂଗ୍ରହ କରିବାକୁ ଯିବା ବେଳେ ଦାଦାଗିରି ଦେଖାଇଲେ ବିଡିଓ । ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କଲେ । ଲହୁଲୁହାଣ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ସାମ୍ବାଦିକ। କେବଳ ସେତିକି ନୁହେଁ ବିନା ତଦନ୍ତରେ ରାତିଅଧିଆ ସାମ୍ବାଦିକଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛି ପୋଲିସ। ହେଲେ ମାଡ ଦେଇ ରକ୍ତାକ୍ତ କରିଥିବା ବିଡିଓଙ୍କ ବିରୋଧରେ ଅଭିଯୋଗ ସତ୍ତ୍ୱେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଲାନି l ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ବିଡିଓ ସୌମ୍ୟରଞ୍ଜନ ସ୍ୱାଇଁ ଦାଦାଗିରି ଦେଖାଇଛନ୍ତି। ବ୍ଲକକୁ ଖବର ସଂଗ୍ରହ କରିବାକୁ ଯାଇଥିବା ନ୍ୟୁଜ 7 ର ପ୍ରତିନିଧି ଧିରେନ୍ଦ୍ର କୁମାର ଦାନୀଙ୍କୁ ବିଡ଼ିଓ ସୌମ୍ୟରଞ୍ଜନ ସ୍ୱାଇଁ ମରଣାନ୍ତକ ଆକ୍ରମଣ କରିଥିଲେ। ଧୀରେନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ ଏକ ସ୍କୁଲ ( 5T) କାମ ଦୁର୍ନୀତି ବିଷୟରେ ବିଡିଓଙ୍କ ସ୍ପଷ୍ଟିକରଣ ଓ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରିବା ପାଇଁ ସେ ଯାଇଥିଲେ। ମିଥ୍ୟା ଭାଉଚର ଦେଖାଇ ଲକ୍ଷ ଲକ୍ଷ ଟଙ୍କାର ହୋଇଥିବା ମିଥ୍ୟା ବିଲ ଉପରେ ତାଙ୍କର ସ୍ପଷ୍ଟିକରଣ ମାଗିବାରୁ ସେ ହଠାତ ରାଗିଯାଇଥିଲେ । ଧମକ ଦେଇଥିଲେ । ଧୀରେନ୍ଦ୍ର ପ୍ରତିବାଦ କରିବାରୁ ମରଣାନ୍ତକ ଆକ୍ରମଣ କରିଥିଲେ। ହାତରେ ଏକ ଲୁହାର ମାରଣାସ୍ତ୍ର ପିନ୍ଧି ବାରମ୍ଵାର ମୁଥା ମାରିଥିଲେ। ମାଡରେ ସାମ୍ବାଦିକଙ୍କ ମୁହଁ ଓଠ ଫାଟିଯାଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ମୁହଁ, ମୁଣ୍ଡ,ହାତ, ବେକକୁ ମାଡ଼ ମାରିଥିଲେ ବିଡିଓ ସୌମ୍ୟ ରଞ୍ଜନ। ଘଟଣା ବେଳେ ବାହାରେ ଥିବା ଅନ୍ୟ ଦୁଇଜଣ ସାମ୍ବାଦିକ ଓ ବ୍ଲକର କର୍ମଚାରୀ ପହଁଚି ଧିରେନ୍ଦ୍ରଙ୍କୁ ଆକ୍ରମଣରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଏହି ଘଟଣା ପରେ ପୋଲିସ ଥାନାକୁ ଡାକି ଧୀରେନ୍ଦ୍ରଙ୍କୁ ଘଣ୍ଟା ଘଣ୍ଟା ଧରି ବସାଇଥିଲା । ଏହାପରେ ରାତିଅଧରେ କୋର୍ଟ ଚାଲାଣ କରିିଥିଲା । ଜଣେ ସମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ବିଡ଼ିଓଙ୍କୁ ଥାନା କୁ ଡାକିଲାଲା ନାହିଁ କିପରି ପୋଲିସ।ପଚରା ଉଚୁରା ବି କଲା ନାହିଁ ବରଂ ମାଡଖାଇ ଆହତ ହୋଇ ଥିବା ସାମ୍ବାଦିକଙ୍କୁ କୋର୍ଟ ଚାଲାଣ କଲା।କୁଆଡେ ଗଲେ ବିଡ଼ିଓ ସୌମ୍ୟ ରଞ୍ଜନ l ତାଙ୍କୁ ପଚରା ଉଚୁରା ବି ପୋଲିସ କଲାନି l କେଉଁ ଆଧାର ରେ ପୋଲିସ ସାମ୍ବାଦିକ ଙ୍କୁ ଗିରଫ କଲା l ଏହି ଘଟଣା କୁ ଷ୍ଟେଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ଅତ୍ୟନ୍ତ ଗୁରୁତର ସହକାରେ ନେଇଛି।ତୁରନ୍ତ ବିଡ଼ିଓ ଙ୍କୁ ଗିରଫ କରିବା ସହିତ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ବାକୁ ଦାବୀ ହେଉଛି l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *