ବିଦେଶରେ ଓଡିଶୀ ନୃତ୍ୟ ଶିଳ୍ପୀ ବୈଶାଳୀଙ୍କ କମାଲ
ପୁରୀ: ରବୀନ୍ଦ୍ର ନାଥ ଟାଗୋରଙ୍କ ୧୫୫ତମ ଜନ୍ମ ବାର୍ଷିକ ଉତ୍ସବ ଅବସରରେ ଲଣ୍ଡନ ସ୍ଥିତ ସ୍ପଟଲାଣ୍ଡ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଓଡିଶୀ ନୃତ୍ୟ ଶିଳ୍ପୀ ବୈଶାଳୀ ମହାନ୍ତି ଯୋଗଦେଇ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ତାଙ୍କ ନୃତ୍ୟର ଭାବ ଭଙ୍ଗି ଓ ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦର ତାଳେତାଳେ ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ। ସେହିପରି ନାରୀଶକ୍ତି ଉପରେ ଯେପରି ନିର୍ଯ୍ୟାତନା ଦିଆଯାଉଛି ତାକୁ ଭିତ୍ତି କରି ଏକକ ନୃତ୍ୟ ପଦର୍ଶନ କରିଥିଲେ। ଉକ୍ତ ନୃତ୍ୟ କିଛି ସମୟ ପାଇଁ ଦର୍ଶକ ମାନଙ୍କୁ ସ୍ତବ୍ଧ କରିଦେଇଥିଲା, ଯେଉଁଥିରେ ଦର୍ଶକ ମାନଙ୍କ ଆଖିରୁ ଅଶ୍ରୁଳ ଧାରା ବାହାରି ଆସିଥିଲା । ଇତି ମଧ୍ୟରେ ୨୨ଟି ଦେଶରେ ଓଡିଶୀ ନୃତ୍ୟ ପଦର୍ଶନ କରି ଭାରତ ଓ ଓଡିଶା ପାଇଁ ବୈଶାଳୀ ଗୌରବ ଆଣିଦେଇପାରିଛନ୍ତି। ବୈଶାଳୀଙ୍କ ପାଇଁ ଶ୍ରୀକ୍ଷେତ୍ର ମାଟି ଆଜି ଗର୍ବ କରୁଛି । ବୈଶାଳୀ ବର୍ତମାନ UNOର ପଲିସି ଅଫିସର ଭାବେ କାର୍ଯ୍ୟରତ, ସେ ବିଶିଷ୍ଟ ସାହିତିକା, ସମାଜ ସେବୀ ଶ୍ରୀମତୀ ମାନସୀ ପ୍ରଧାନ ଓ ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀଯୁକ୍ତ ଆର. ବି. ମହାନ୍ତିଙ୍କ କନ୍ୟା ଅଟନ୍ତି। ସମଗ୍ର ବିଶ୍ୱରେ ଓଡିଶୀ ନୃତ୍ୟକୁ ପ୍ରସାର ଓ ପ୍ରଚାର କରିବା ପାଇଁ ସେ ସଂକଳ୍ପ ବଦ୍ଧ ।
