June 24, 2026
Home » ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ : ସରକାରୀ ସହାୟତା ପାଇଁ ଦାବି

ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ : ସରକାରୀ ସହାୟତା ପାଇଁ ଦାବି

0
WhatsApp Image 2026-06-24 at 1.44.17 PM

 

 

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କାପାସିରା ଗ୍ରାମରେ ବିଦ୍ୟୁତ ବିଭାଗ ର କର୍ମଚାରୀ ଙ୍କ ବିଦ୍ୟୁତ ଆଘାତ ରେ ମୃତ୍ୟୁ ହୋଇଥିବା ସୂଚନା ମିକିଛି । ମିଳିଥିବା ସୂଚନା ଅନୁସାରେ କାପାସିରା ଗ୍ରୀଡ଼ ବିଭାଗ ରେ କାର୍ଯ୍ୟରତ ହେମନ୍ତ ସେଠ(32) ପିତା ଦୁଃଖିଶ୍ୟାମ ସେଠ ତାଙ୍କର ନିଜ ଗ୍ରାମର ଶିବ ମନ୍ଦିର ପଛ ପଟେ ସଡ଼ଡାଉନ ନେଇ ବିଦ୍ୟୁତ ଖୁଣ୍ଟ କୁ ଚଢି ତାର ସଜାଡୁ ଥିବା ବେଳେ କୌଣସି କାରଣ ରୁ ସେହି ତାର ରେ ବିଦ୍ୟୁତ ଅସି ଥିଲା ଏବଂ ବିଦ୍ୟୁତ ଆଘାତ ଲାଗିବାରୁ ସେ ତଳେ ପଡି ଯାଇଥିଲେ। ସ୍ଥାନୀୟ ଲୋକେ ସାଙ୍ଗେ ସଙ୍ଗେ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ହେଲେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କର ମୃତ୍ୟୁ ଖବର ଶୁଣି ଶହ ଶହ ଲୋକଙ୍କର ଜନ ସମାଗମ ଦେଖିବାକୁ ମିଳିଥିଲା। ଡାକ୍ତର ଖାନା ପରିସର ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ଖବର ପାଇଁ ସେଠାରେ ବିଦ୍ୟୁତ ବିଭାଗ ର ଅଧିକାରୀ ଓ କର୍ମଚାରୀ ପହଞ୍ଚିଥିଲେ ବିଦ୍ୟୁତ ବିଭାଗ ର ଉଚ୍ଚ ସ୍ତରୀୟ କର୍ମଚାରୀ ଉପସ୍ଥିତ ରେ ପରିବାର ଓ ଗ୍ରାମବାସୀ ପକ୍ଷରୁ ଦାବି ମୁତାବକ ସମସ୍ତ ସର୍ତ୍ତ ମାନିବାରୁ ଶେଷ ରେ ମୃତ ଦେହ କୁ ନେଇ ଶବ ବ୍ୟବଚ୍ଛେଦ ପାଇଁ ବିନିକା ନିଆଯାଇଥିଲା। ଏନେଇ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ଅନୁସାରେ ସଡ଼ଡାଉନ ବେଳେ କେଉଁ କର୍ମଚାରୀ କିଏ କିଭଳି କେଉଁ କାରଣ ରୁ ପୁଣି ବିଦ୍ୟୁତ କୁ ପୁନଃ ସଂଚାଳିତ କରିଥିଲା ତାଉପରେ ଉଚ୍ଚ ସ୍ତରୀୟ ତଦନ୍ତ ହେବା ସହିତ ଦୋଷୀ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଡୁଙ୍ଗୁରିପାଲି ପୋଲିସ ରେ କେଶ ନମ୍ବର 7 /26 ତା.23-6-26 ରେ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ତଦନ୍ତ ଜାରି ରଖିଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *